STORYMIRROR

Manorama Mohanty

Others

3  

Manorama Mohanty

Others

ଆହେ ଚକାଆଖି

ଆହେ ଚକାଆଖି

1 min
175


ହେ କଳାବଦନ ହେ ଚକାଡୋଳା

  ନୀଳାଚଳେ ବସି କରୁଛ ଲୀଳା।

ତୁମ ଚକାଆଖିକଲେ ଦର୍ଶନ 

 ଦୁଃଖ ହରିଯାଏ ସାରା ଜୀବନ 

   ହେ ଜଗତସାଇଁ 

ଭକତକୁ ରଖ ଘଣ୍ଟ ଘୋଡେଇ ।


 ଭାଇ ଭଗ୍ନୀ ସାଥେ ରତ୍ନ ବେଦୀରେ

  ବସିଛ ଠାକୁର ମନ ଖୁସିରେ

ଜଗତ ଯାକର ଯେତିକି ଗୋଳ 

 ଦେଖିବାକୁ ତୁମ ନାହିଁ ହେ ବେଳ 

   ହେ ଜଗତନାଥ 

 କରୁଅଛ ପ୍ରଭୁ କାହିଁକି ନାଟ |


ମନଲୋଭା ବେଶ କେତେ ଯେ ହୋଇ

 ଭକ୍ତ ପ୍ରାଣଧନ ନିଜେ ବୋଲାଇ 

ଭକତ ତୁମ୍ଭର ଜୀବନ ଧନ

  ଭକତିରେ ବନ୍ଧା ହୁଅ ଆପଣ।

  ହେ ଭକତ ବନ୍ଧୁ 

ଭକ୍ତ ପାଇଁ ତୁମ୍ଭେ କରୁଣା ସିନ୍ଧୁ |


ଭକତର ମନ ହେଉନି ଥୟ 

 ତୋ ଦର୍ଶନ ପାଇଁ ହେ ଦୟାମୟ

ଏବେ ଦେଖା ଦିଅ ବିଶ୍ୱକାରଣ

 ଫିଟିଯାଉ ସବୁ ବାଧା ବନ୍ଧନ 

 ହେ ଜଗତପତି 

ଦୀନବାନ୍ଧବ ହେଅଗତିଗତି ।


ଅପଲକ ନେତ୍ରେ ସବୁ ଦେଖୁଛ

ବଡ଼ ବଡ଼ ଆଖି ମେଲି ବସିଛ 

 କାହାରି ଗୁହାରୀ କାନେ ନ ଶୁଣ 

ଅନ୍ତର୍ଯ୍ୟାମୀ ନାମ କିପରି ଘେନ 

  ହେ ଭାବଠାକୁର 

 ଭକତ ପାଇଁ କି ଖୋଲ ଦୁଆର|



Rate this content
Log in