STORYMIRROR

Manorama Mohanty

Others

3  

Manorama Mohanty

Others

ଆ ରେ ମେଘ ଆ

ଆ ରେ ମେଘ ଆ

1 min
225

ଆ...ରେ ମେଘ ଆ ...

ବସାଇ କୋଳେ ରାଣୀକୁ ମୋର 

ଦେଖାଇଦେବୁ ଜହ୍ନ ର ଘର 

ସରଗସାରା ଯେତେକ ଜାଗା 

ବୁଲାଇ ନେଇ ଆ ...।


ଆ .....ପବନ ଆ.....

ଉଡାଇ ଧୂଳି ପତର ଫୁଲ 

ରାଣୀ ସାଙ୍ଗରେ ଖେଳିବୁ ଖେଳ 

ଝଗଡା କଲେ ତୋ ସାଥିରେ ବୁଝାଇ ଦେଇ ଯା ...।


ଆ....ରେ ପକ୍ଷୀ ଆ .....

ରାଣୀ ସାଥିରେ ବସିବୁ ମିତ 

ଶିଖାଇ ଦବୁ ନାନାଦି ଗୀତ 

ଦୃଷ୍ଟାମୀ କଲେ ଫୁରକିନା ଦୂରକୁ ଉଡି ଯା ...।


ଆ ....ରେ ସାଇ ଆ .....

ରାଣୀ ସାଥିରେ ହରଷେ ମିଶି

ଖେଳନା ଧରି ହେବୁ ତୁ ଖୁସି 

ଦିଜଣଯାକ ହସି ହସିକି ବେଦମ ହେଇ ଯା ...।


Rate this content
Log in