I'm Kamlesh and I love to read StoryMirror contents.
Share with friendsଇଚ୍ଚ୍ଛା କୁ ବଦଳେଇ ଦେଲେ ଯେ ବାଟ ସବୁ ବଦଳି ଯାଏନା ଚକ୍ରବ୍ଯୁହର ସପ୍ତରଥୀ ସେମିତି ହିଁ ଜଗି ବସିଥିବେ , ଅସମାପ୍ତ ଶୋଷକୁ ଯେ ଲୁଚେଇ ଦେଲେ ସ୍ମିତ ହସର ସୁନ୍ଦର ବାହାନାରେ ଦୁଃଖ ଉଭେଇ ଯାଏନା ସେମିତି ହିଁ ଋତୁ ମାନେ ଆସୁଥିବେ ||
ଲୁହ ! ତମେ ହିଁ ତ ମୋର ଗୁରୁ , ଯେବେ ଦୁର୍ଭାଗ୍ଯ ଓ ଦୁର୍ଲଂଘ୍ଯ ପରିସୀମାରେ ପାଲଟିଯାଅ ମରୁ ,, ସେତେବେଳେ ବୁଝିନିଏଁ ମୋ'ରି ଭାଷାରେ ତୁମକୁ ମୁଁ ଦଣ୍ଡବତ ହୋଇଯାଏଁ ଅନତି ଦୂରରୁ |
ତୁ ସିନା ମନା କରି ଦେଲୁ ଜହ୍ନ ଓ ତାରାଙ୍କୁ ପାହାରା ଦେବାକୁ ହେଲେ ମୁଁ କାହିଁକି କହିବି… କାହିଁକି ଆଖିଠାର ଦେବି ଯେ ଏକା ମାଘକୁ ଶୀତ ଯାଏ ନା ବୋଲି ବରଂ , ତୋର ସେଇ ଦିନ ଗୁଡିକ ନ ଆସୁ ଯେ ତୁ ବି ଦୁଃଖ ଗଣୁଥିବୁ……
ମୁଁ ସେଦିନ ପାଖରେ ନଥିଲି ବୋଲି ତମ ନିକଟକୁ ଟାଣି ଆଣିବାକୁ ବାହାନା ଖୋଜୁଥିଲ କେତେ , ଆଜି ପାଖେଇ ଆସିଲି ବୋଲି ବିବ୍ରତ ଆଳରେ ତମେ ବାହାନା ଖୋଜୁଛ ପୁଣି ଦୂରେଇବାକୁ ମୋତେ !
ସ୍ବପ୍ନ ଆଉ କଳ୍ପନାକୁ ପାଥେୟ କରି କବି ଜୀବନରେ ଯେ ବେଳେବେଳେ ସୂର୍ଯ୍ଯାସ୍ତ ଘୋଟି ଆସେ , ଛଟପଟ ହେଉଥିବା ପଦ୍ମଗର୍ଭା ଭ୍ରମିତ ଭଅଁର ପରି ପାଇବାର ଚରମ ଲାଳସେ |
ବୁଡି ଯାଉଥିବା ସୂର୍ୟ୍ଯ କୁ ଦେଖି ଉଦି ଉଠୁଥିବା ତାରାକୁ ଦେଖି ଅଗଣା ତଳର ସଂଜ ବତୀରେ , ନିରିମାଖୀ ଆଖି ଦେଖି ଦିଏ ତା'ର ଅତୀତ ସ୍ମୃତିକୁ , କ୍ଷୀଣ ପ୍ରଭ ତା'ର ଜୀବନର ସବୁ ଆଲୋକ ପଥ ବେଳେବେଳେ ବିଦ୍ରୋହରେ |
ମୋର ଅଭିମାନ ଗୁଡିକ ଅଣଲେଉଟା ହେଲେ ବି କିଛି କଥାନାଇଁ , ମୁଁ ଯେ ପ୍ରୀତି ମାଦକର ପିଆଲା ଆଉ ଭଲପାଇବାର କାରଖାନା ଟିଏ ଆଲୁଅ ହେଉ ବା ଛାଇ |