Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#SM Boss

SEE WINNERS

Share with friends

ଏସ୍.ଏମ୍ ବସ୍ ଙ୍କ ଘରକୁ ସ୍ୱାଗତ ।

ଷ୍ଟୋରିମିରର୍ ଏକ ନିଆରା ସୃଜନଶୀଳ ଲେଖା ପ୍ରତିଯୋଗିତା ଉପସ୍ଥାପନ କରିବାକୁ ଯାଉଛି- ଏସ୍.ଏମ୍ ବସ୍ ।

ଧାରଣା :

ଏସ୍.ଏମ୍ ବସ୍ ଘରର ଅଂଶ ହେବାକୁ, ଆପଣଙ୍କୁ ଅତି କମ୍ ରେ ଗୋଟିଏ ଲେଖା ଦାଖଲ କରିବାକୁ ପଡ଼ିବ । ଏହା ପରେ ଆପଣଙ୍କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟ ଦିଆଯିବ । ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରତ୍ୟେକ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ହେବ, ନଚେତ୍ ଆପଣ ବିଜେତା ତାଲିକା ନିମନ୍ତେ ଯୋଗ୍ୟବିବେଚିତ ହେବେନାହିଁ ।

କାର୍ଯ୍ୟ ଏଠାରେ ପ୍ରଦର୍ଶିତ ହେବ -

କାର୍ଯ୍ୟ ୦୧ :

କାହାଣୀ ବିଭାଗ ପାଇଁ - ଏକ ରୋମାନ୍ସ କାହାଣୀ ଲେଖନ୍ତୁ, କେଉଁଠାରେ ରିଆଲିଟି ସୋ ଜିତିବା ପାଇଁ ଚରିତ୍ରମାନେ ପରସ୍ପରକୁ ଡେଟ୍ କରିବାର ଛଳନା କରନ୍ତି ।

କବିତା ବିଭାଗ ପାଇଁ - (୯୦ - ୧୫୯ ଶବ୍ଦ ମଧ୍ୟରେ ) ବୃଦ୍ଧାବସ୍ଥାର ରୋମାନ୍ସ ଉପରେ ଆଧାର କରି ଏକ କବିତା ଲେଖନ୍ତୁ ।

କାର୍ଯ୍ୟ ୨ :

କାହାଣୀ ବର୍ଗ ପାଇଁ -

ପୃଥିବୀରେ କୌଣସି ଏକ ପୃଥିବୀ ବହିର୍ଭୁତ ପ୍ରାଣୀର ପରିଦର୍ଶନ ଜନିତ ଏକ ଦୁଃସାହସିକ କାହାଣୀ / ଅବତାରଣା କରନ୍ତୁ ।

କବିତା ବର୍ଗ ପାଇଁ -

ଏକ ଚତୁର୍ଦ୍ଦଶ ପଦୀ (ସନେଟ୍) କବିତା ଲେଖନ୍ତୁ ।

ଏକ ଚତୁର୍ଦ୍ଦଶ ପଦୀ (ସନେଟ୍) କ’ଣ?

ଚତୁର୍ଦ୍ଦଶ ପଦୀ (ସନେଟ୍) କବିତାଗୁଡିକର ପାରମ୍ପାରିକ ଭାବରେ ୧୪ଟି ଧାଡି ରହିଥାଏ ଏବଂ ପ୍ରାୟତଃ ଏହା ପ୍ରେମ ବିଷୟରେ - ହରେଇଥିବା ପ୍ରେମ, ବିବାହ ପରବର୍ତ୍ତୀ ପ୍ରେମ, ଭୁଲିଯାଇଥିବା ପ୍ରେମ ଆଦିକୁ ନେଇ ଲେଖା ଯାଇଥାଏ ।

କାର୍ଯ୍ୟ - ୩

କାହାଣୀ ପାଇଁ -

ଏକ କାହାଣୀ ଲେଖନ୍ତୁ ଯାହା ଏକ ବର୍ଷ ପର୍ଯ୍ୟନ୍ତ ଗୋଟିଏ କୋଠରୀରେ ଅତିବାହିତ ହୋଇଥିବ ।

କବିତା ପାଇଁ -

ଶୋକ କବିତା ଲେଖନ୍ତୁ ।

ଶୋକ କବିତା କ’ଣ?

ଉତ୍ତର - ଶୋକ କବିତା କହିଲେ ସାଧାରଣତଃ ଦୁଃଖାନୁଭୂତି ସମ୍ବନ୍ଧିତ କବିତା । ଏହା ପ୍ରାୟତଃ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଲେଖାଯାଇଥାଏ, ତା' ବାହାରେ ଏଥିରେ ବ୍ୟକ୍ତି କିମ୍ବା କୌଣସି ଏକ ଦୁଃଖଦ ବିଷୟରେ ଶୋକର ଭାବନା ମଧ୍ୟ ରହିଥାଏ । ଶୋକ କବିତା ପ୍ରାୟତଃ ଶୋକରୁ ସାନ୍ତ୍ୱନା ଆଡ଼କୁ ଗତିଶୀଳ କରାଇଥାଏ ।

କାର୍ଯ୍ୟ ୪ -

କାହାଣୀ ବର୍ଗ ପାଇଁ -

ଏକ ରହସ୍ୟମୟ କାହାଣୀ ଲେଖନ୍ତୁ, ଯେଉଁଠାରେ ଗୁପ୍ତଚର ଶେଷ ମୁହୂର୍ତ୍ତରେ ହୃଦୟଙ୍ଗମ କରେ ଯେ ସେମାନଙ୍କର ଭୁଲ୍ ସନ୍ଦିଗ୍ଧକୁ ଧରିଛନ୍ତି ।

କବିତା ବର୍ଗ ପାଇଁ -

ଏକ ବାଲାଡ୍ ବା ଗାଥା କବିତା ଲେଖ ।

ଏକ ବାଲାଡ୍ କ’ଣ?

ଉତ୍ତର- ଯଦି ଆପଣ ଏକ କାହାଣୀ ପଢିବାକୁ କିମ୍ବା କବିତାରେ କାହାଣୀ କହିବାକୁ ଚାହାଁନ୍ତି, ତେବେ ଏହାକୁ ବାଲାଡ୍ ବା ଗାଥା କବିତା କୁହାଯାଏ ।

କାର୍ଯ୍ୟ - ୫

କାହାଣୀ ବର୍ଗ ପାଇଁ -

ବୟସ୍କ ଦମ୍ପତିଙ୍କ ବିଷୟରେ ଏକ ପ୍ରେମ କାହାଣୀ ଲେଖନ୍ତୁ, ଯେଉଁମାନେ କିଶୋର ଅବସ୍ଥାରୁ ହିଁ ପରସ୍ପରଙ୍କୁ ପ୍ରେମ କରିଥିଲେ ।

କବିତା ବର୍ଗ ପାଇଁ -

ଏକ ଛନ୍ଦ ମୁକ୍ତ କବିତା ଲେଖନ୍ତୁ, ଯାହା ଗୀତିଧର୍ମୀ ବା ଗୀତର ଢ଼ାଞ୍ଚା ରକ୍ଷା କରୁଥିବ ।

କାର୍ଯ୍ୟ - ୬

କାହାଣୀ ବର୍ଗ ପାଇଁ -

ବାରମ୍ବାର ଜନ୍ମ ହୋଇଥିବା ଏବଂ ତାଙ୍କ ଅତୀତର ସମସ୍ତ ଜୀବନକୁ ମନେ ରଖିଥିବା ବ୍ୟକ୍ତିଙ୍କ ବିଷୟରେ ଲେଖନ୍ତୁ, କିନ୍ତୁ ପୃଥିବୀରେ ଅନ୍ୟ କେହି ସେମାନଙ୍କର ମନେ ରଖନ୍ତି ନାହିଁ ।

କବିତା ବର୍ଗ ପାଇଁ -

ଅତିକମରେ ୧୦ ଧାଡିର ଏକ ଚତୁର/ବ୍ୟଙ୍ଗାତ୍ମକ/ମଜାଳିଆ କବିତା ଲେଖନ୍ତୁ ।ନିୟମ :

ଅଂଶଗ୍ରହଣକାରୀମାନଙ୍କୁ ଦିଆଯାଇଥିବା ବିଷୟ ଉପରେ ଆଧାର କରି ସେମାନଙ୍କର ଲେଖା ଦାଖଲ କରିବାକୁ ପଡିବ ।

ସମ୍ପାଦକୀୟ ସ୍କୋର୍ ଏବଂ ସମାପ୍ତ ହୋଇସାରିଥିବା କାର୍ଯ୍ୟ ସଂଖ୍ୟା ଆଧାରରେ ବିଜେତାମାନଙ୍କୁ ସ୍ଥିର କରାଯିବ ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ମୌଳିକ ଲେଖା ଦାଖଲ କରିବା ଜରୁରୀ । ଉପସ୍ଥାପିତ ହେବାକୁ ଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।

ଆପଣଙ୍କର ବିଷୟବସ୍ତୁରେ #SM BOSS ବ୍ୟବହାର କରନ୍ତୁ ।

ବର୍ଗ : କାହାଣୀ ଏବଂ କବିତା 

ଭାଷା : ଇଂରାଜୀ, ହିନ୍ଦୀ, ଗୁଜରାଟୀ, ବଙ୍ଗାଳୀ, ଓଡିଆ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ 

ପୁରସ୍କାର :

ସମସ୍ତ କାର୍ଯ୍ୟ ସମାପ୍ତ କରୁଥିବା ଅଂଶଗ୍ରହଣକାରୀମାନଙ୍କୁ 150/- ମୂଲ୍ୟର ଷ୍ଟୋରିମିରର୍ ଭାଉଚର୍ ଦିଆଯିବ ।

ବିଜେତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ।

ପ୍ରତ୍ୟେକ ଭାଷା ଏବଂ ବର୍ଗର ଶ୍ରେଷ୍ଠ ୫୦ଜଣଙ୍କ ଲେଖା ଏକ ଇ-ବୁକ୍ ଭାବରେ ପ୍ରକାଶିତ ହେବ ।

ଦାଖଲ ସମୟ : ଏପ୍ରିଲ୍ ୦୨, ୨୦୨୧ ରୁ ମେ ୦୧, ୨୦୨୧ 

ଫଳାଫଳ ଘୋଷଣା : ୩୧ ମଇ ୨୦୨୧ 

ଯୋଗାଯୋଗ : 

ଇ-ମେଲ୍ : neha@storymirror.com

ଫୋନ୍ ନମ୍ବର : +91 9372458287