Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Budhadev Nayak

Others

4.6  

Budhadev Nayak

Others

କିଏ ହେବ କାହାର?

କିଏ ହେବ କାହାର?

5 mins
719


       ଯୁବଗାଁରେ ବାସ କରୁଥିଲେ ଦୁଇ ଘନିଷ୍ଠ ବନ୍ଧୁ ରାଜା ଓ ରାଣୀ l ସେମାନେ ଗୋଟିଏ ସ୍କଲରେ ପଢୁଥିଲେ, ନିଜ ନିଜ ଦୁଃଖ ସୁଖକୁ ବାଣ୍ଟି ଚଳୁଥିଲେ l ସବୁ ସମୟରେ ଏକାଠି ରହୁଥିଲେ, ଜଣେ ଜଣକ ବିନା ରହି ପାରୁନଥିଲେ l ଦିନକୁ ଦିନ ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱ ବଢ଼ିବାରେ ଲାଗିଲା କିନ୍ତୁ ସମୟର ଗତିଶୀଳତାକୁ ନଜରରେ ରଖୁ ରଖୁ ଦୁହେଁ ବଡ଼ ହେଲେ l ସେହି ସମୟରେ କେମିତି କେଜାଣି ବନ୍ଧୁତ୍ୱଟି ପ୍ରେମରେ ପରିଣତ ହୋଇଗଲା ଅର୍ଥାତ ସେମାନେ ଦୁହେଁ ଦୁହିଁଙ୍କୁ ପ୍ରେମମୟ ଦୁନିଆର ଏକ ଯୋଡ଼ି ବାନେଇଦେଲେ l ସେ ଦୁହେଁ ମାଟ୍ରିକ ପରୀକ୍ଷାରେ ମଧ୍ୟ ଉତୀର୍ଣ୍ଣ ହୋଇଗଲେ କିନ୍ତୁ ରାଜାର ମାର୍କ ରାଣୀ ଠାରୁ କମ ଥିଲା l ବର୍ତ୍ତମାନ ସେହି ମାର୍କ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି କଲା l ଯଥା ଶୀଘ୍ର ଦୁହେଁ ଦୁହିଁଙ୍କ ଠାରୁ ଦୁରେଇ ଗଲେ, ଅଲଗା ଅଲଗା କଲେଜରେ ପାଠ ପଢ଼ିଲେ l ରାଣୀ ନିଜ ଗାଁ ଠାରୁ ବହୁତ ଦୂରକୁ ଚାଲିଗଲା ଏବଂ ରାଜୁ ଗାଁ ପାଖ କଲେଜରେ ନାମ ଲେଖାଇଲା l ଦୁଇ ଜଣ ନିଜ ନିଜ ପାଠ ପଢ଼ା ଆରମ୍ଭ କଲେ l

          ଏଥି ମଧ୍ୟରେ ତିନି ବର୍ଷ କାଳ ବିତି ଯାଇଛି କିନ୍ତୁ ରାଜା ରାଣୀର ଆଉ ମିଳନ ହୋଇ ନାହିଁ l ଏମିତି ଏକ ସମୟରେ ରାଣୀର ଜୀବନରେ ପାଦ ପକାଇଛି ରାକେଶ ନାମକ ଏକ ଯୁବକ, ଯିଏ କି ରାଣୀର କଲେଜରେ ପଢ଼େ l ସେ ରାଣୀକୁ ନିଜ ହୃଦୟର ଆନ୍ତସ୍ଥଳରୁ ମନେ ମନେ ଭଲ ପାଇ ବସିଛି, ରାଣୀ ପାଇଁ ପୁରା ପାଗଳ ପାଲଟି ଯାଇଛି l ଦିନକୁ ଦିନ ରାଣୀ ତାକୁ ନୂଆ ନୂଆ ଲାଗୁଥାଏ ଯେମିତି କଥାରେ ଅଛି-" ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ" l କିନ୍ତୁ ରାଣୀକୁ ଏ ସବୁ ଥିଲା ଅଜଣା l ଧୀରେ ଧୀରେ ରାକେଶର ଏକତାରଫା ପ୍ରେମ ନିବିଡ଼ ହେବାରେ ଲାଗିଲା ଏମିତି କିଛି ଦିନ ବିତିଗଲା ପରେ ରାଣୀ ସବୁ କିଛି ଜାଣି ପାରିଲା l ତା ପରେ ବି ରାଣୀ ମନରେ କିଛି ସନ୍ଦେହ ସୃଷ୍ଟି ହୋଇ ନ ଥିଲା l ରାଣୀ ଦିନେ ସେ ବିଷୟରେ ପରଖିବାକୁ ଚାହିଁଲା ଏବଂ ଦେଖୁ ଦେଖୁ ଏମିତି ଅନେକ ଦିନ ବିତିଗଲା ଆସିଲା ରାକ୍ଷୀ ପୂର୍ଣ୍ଣିମା l ରାଣୀ ଭାବିଲା ଏହା ହିଁ ତା ପାଇଁ ଉଚିତ ସମୟ l ସେ ଏକ ଉପାୟ ପାଞ୍ଚିଲା କି ଯଦି ରାକେଶ ରାକ୍ଷୀ ବାନ୍ଧିବା ପାଇଁ ହାତ ଦେଖାଏ ତାହେଲେ ସେ ଜାଣିବ କି ରାକେଶ ତାକୁ ଭଲ ପାଉନି ବୋଲି, ଯଦି ନ ଦେଖାଏ ତାହାଲେ ତାହା ବିପରୀତ ଜାଣିବ l ରାଣୀ ଠିକ ସେହି ପରି ହିଁ କରିଲା ରାକେଶ ପାଇଁ ରାକ୍ଷୀ ନେଇକି ଗଲା କିନ୍ତୁ ରାକେଶ ମନା କରିଦେଲା, ନିରାଶ ହୋଇ ରାଣୀ ଫେରି ଗଲା l ପୁଣି ରାଣୀ ତା ସାଙ୍ଗ ସୁନି ସାଙ୍ଗରେ ଆସିଲା ଓ ରାକେଶ ସୁନି କଥାରେ ରାକ୍ଷୀ ବାନ୍ଧିବା ପାଇଁ ରାଜି ହୋଇଗଲା କାରଣ ରାକେଶ ମଧ୍ୟ ସୁନିର ଭଲ ସାଙ୍ଗ ଓ ରାକେଶ ତାକୁ ବହୁତ ବିଶ୍ୱାସ ବି କରେ l ସେହି ସମୟରେ ରାକେଶ ମନରେ କିଞ୍ଚିତ ମାତ୍ରାରେ କଷ୍ଟ ହେଲା l ରାକେଶକୁ ରାଣୀ ରାକ୍ଷୀ ବାନ୍ଧିଲା ସତ, କିନ୍ତୁ ରାକେଶ ରାକ୍ଷୀକୁ ସାମାନ୍ୟ ସୁତା ଭାବେ ଗ୍ରହଣ କରିଥିଲା l ସେ ସେହି କଷ୍ଟକୁ ଦୁରେଇ ଦେଲା l ତା ପରେ ମଧ୍ୟ ରାକେଶ ରାଣୀକୁ ମନେ ମନେ ଭଲ ପାଇଲା l ରାଣୀ ଜାଣିପାରିଲା କି ରାକେଶ ତାକୁ ହୃଦୟ ଅନ୍ତରୁ ଭଲ ପାଉଅଛି କିନ୍ତୁ ରାଣୀ ଚାହୁଁଥିଲା ତାର ସେହି ତିନି ବର୍ଷ ତଳର ସେହି ପୁରୁଣା ସାଥୀକୁ, ସେ ଯାହାକୁ ଏବେ ବି ଭୁଲି ନାହିଁ l ରାକେଶ ବି କିଛି ଖରାପ ନ ଥିଲା, ପାଠରେ ଯେମିତି ଖେଳାକୁଦରେ ମଧ୍ୟ ସେମିତି l କିନ୍ତୁ ରାଣୀର ଜୀବନରେ ଥିଲା ରାଜା l ତେଣୁ ରାଣୀ ରାକେଶକୁ ତା ମନରେ ଜାଗା ଦେଇ ପାରିଲା ନାହିଁ l ଆଉ ଏହି ବିଷୟରେ ସୁନି ରାକେଶକୁ ସବୁ କହିଲା l ଏହା ଶୁଣି ରାକେଶ ନିଜ ସ୍ବପ୍ନ ଦୁନିଆରୁ ରାଣୀକୁ ସବୁ ଦିନ ପାଇଁ ଦୁରେଇ ଦେଲା

         ଏମିତି ହିଁ କିଛି ବର୍ଷ ବିତିଗଲା ପରେ ରାଣୀ ଫେରି ଆସିଛି ନିଜ ଜନ୍ମମାଟିକୁ ଏବଂ ପୁଣି ଦୁହିଁଙ୍କର ଦେଖା ହୋଇଛି ସେଇ ଗାଁ ମାଟିରେ, ଏତେ ବର୍ଷ ପରେ ଦେଖି ଖୁସିରେ ଆଖିର ଲୁହ ଟଳ ମଳ ହୋଇ ଝରି ଆସୁଥିଲା l ସେହିଦିନ ଠାରୁ ସେମାନେ ଦୁହେଁ ମିଶି ନିଜ ଭବିଷ୍ୟତ ବିଷୟରେ ଚିନ୍ତା କଲେ l ସେମାନେ ପୁଣି ଥରେ ନିବିଡ଼ ପ୍ରେମ ବନ୍ଧନରେ ବାନ୍ଧି ହୋଇଗଲେ l ତଥାପି ସେମାନେ ନିଜ ପାଠ ପଢ଼ାରେ ବାଧା ଦେଲେ ନାହିଁ l ବର୍ତ୍ତମାନ ସେମାନେ ନିଜ ଭବିଷ୍ୟତକୁ ଆଖି ଆଗରେ ରଖି ପ୍ରସ୍ତୁତ ହେଲେ l ରାଣୀର ଲକ୍ଷ୍ୟ ଥିଲା ଆଇ ପି ଏସ ଅଫିସର ଓ ରାଜାର ଶିକ୍ଷକ l ଦୁହେଁ ନିଜ ନିଜ ଲକ୍ଷ୍ୟକୁ ନେଇ ପାଠ ପଢ଼ାରେ ଧ୍ୟାନ ଦେଲେ l କିଛି ଦିନ ପରେ ସେମାନେ ନିଜ ନିଜ ଆଶାକୁ ପୁରଣ କରିପାରିଲେ l ନିଜ ଜୀବନରେ ଭଲ ଭଲ ଚାକିରୀ ମଧ୍ୟ କଲେ l ତାହା ବି ନିଜ ବସ୍ତି ଆଖ ପାଖରେ ହିଁ ପୋଷ୍ଟିଙ୍ଗ ହେଲା l ଦୁହେଁ ପୁରା ଆନନ୍ଦର ଉତ୍ସବ ପାଳନ କଲେ l

             ଏତେ କଥା ଆଉ କେହି ଘରେ ଜଣେଇ ନ ଥିଲେ କି ସେମାନେ ଜାଣି ବି ପାରିନଥିଲେ l ଯେହେତୁ ରାଣୀ ବଡ଼ ହେଇ ଆସିଲାଣି ତା ବାପା ମା ତା ପାଇଁ ଭଲ ପାତ୍ରଟିଏ ସନ୍ଧାନ ଆରମ୍ଭ କରିବା ନିମନ୍ତେ ବାପା ମା ଯୋଜନା କଲେ ଏବଂ ସେମାନେ ଚିନ୍ତା କଲେ ଯେ ଏ ବିଷୟରେ ରାଣୀର ମତାମତଟା ନେଇଯାଇଥିଲେ ଠିକ ହୁଅନ୍ତା l ସଙ୍ଗେ ସଙ୍ଗେ ଖବର ଯାଇ ପହଂଚିଗଲା ରାଣୀ ପାଖରେ କିନ୍ତୁ ରାଣୀ ରୋକଠୋକ ମନା କରିଦେଲା ଏବଂ କହିଲା :-ମୁଁ ମୋ ଜୀବନ ସାଥି ଖୋଜି ସାରିଛି, କେବଳ ଆପଣ ମାନଙ୍କ ମତାମତ ନେବା ବାକି ରହିଯାଇଛି l

ରାଣୀର ମୁହଁରୁ ଏହି ବଚନ ଶୁଣି ବାପା ମା ଦୁହେଁ ପୁରା ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଲେ l ବାପା ପଚାରିଲେ -

ବାପା :- ସେ କିଏ? କଣ କରେ?

ରାଣୀ :-ସେ ହେଉଛି ଆମ ଗାଁର ରାଜା, ଯିଏ ବର୍ତ୍ତମାନ ଏକ ଶିକ୍ଷକ ଭାବେ କାର୍ଯ୍ୟରତ l

ବାପା :-ଆଲୋ ମା! ତୁ ପାଗେଳୀ ହେଇଗଲୁ ନା କଣ, ତୁ ଜଣେ ମାଷ୍ଟରକୁ ଜୀବନ ସାଥି କରିବାକୁ ଥୟ l ଏହା ତୋ ଆକାଶ ପାତାଳ ତଫାତ l

ରାଣୀ :- ସେ ଯାହା ହେଉ ନା କାହିଁକି ପୃଥିବି ପ୍ରଳୟ ହେଇଗଲେ ମଧ୍ୟ ମୁଁ ଯଦି ବାହା ହେବି କେବଳ ରାଜାକୁ ହିଁ ବାହା ହେବି l

ବାପା :- ଆଲୋ ମା! ତୁ ବୁଝୁନୁ ମୁଁ ତୋ ପାଇଁ ଏକ ବଡ଼ ରାଜ କୁମାର ଖୋଜି ଆଣିଦେବି, ଯାହାକୁ ପାଇଲେ ତୋ ଦିନ ଆନନ୍ଦ ଉଲ୍ଲାସରେ କାଟିବ l

ରାଣୀ :-ମତେ ମହାରାଣୀ ହେବା ଦରକାର ନାହିଁ ବାପା, ଯିଏ ମତେ ଦି ଉଳି ଦି ମୁଠା ଖାଇବାକୁ ଦେଇ ପାରୁଥିବ l ପ୍ରେମର ଫୁଲ ଶେଯରେ ଶୁଆଇ ଦେଉଥିବ, ସେତିକି ହିଁ ମୋ ପାଇଁ ଯଥେଷ୍ଟ l

      ଏହି କଥା ଶୁଣି ଦୁଇ ପରିବାର ଆଲୋଚନା କଲେ l ସମସ୍ତେ ରାଜି ମଧ୍ୟ ହେଲେ l ସହ ପରିବାର ସଙ୍ଗେ ରାଜା ରାଣୀ ବି ଅତ୍ୟନ୍ତ ଖୁସି ହେଲେ l ଏବଂ ବାହାଘର ପ୍ରସ୍ତୁତିରେ ଲାଗି ପଡ଼ିଲେ l କିଛି ଦିନ ପରେ ଗୋଟେ ଭଲ ମୁହୂର୍ତ୍ତ ଦେଖି ସେମାନଙ୍କ ବାହାଘର ଠିକ କରିଲେ l

        ଆସିଗଲା ବାହାଘର ସମୟ , ଏହି ବାହାଘରକୁ ରାଜା ନିମନ୍ତ୍ରଣ ଦେଇଥିଲା ତା' ସାଙ୍ଗ ରାକେଶକୁ l ରାକେଶ ଓ ରାଜାଙ୍କ ମଧ୍ୟରେ ପୁରୁଣା ବନ୍ଧୁତା ବଞ୍ଚି ରହିଥିଲା, କିନ୍ତୁ ରାଣୀକୁ ଏହା ଥିଲା ଅଜଣା l ରାଜା ଓ ରାକେଶ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ପ୍ରଥମ ଦେଖା ହୋଇଥିଲା, ରାଜା ସେହି ପ୍ରଥମ ଦେଖାରେ ହିଁ ବନ୍ଧୁ ବାନ୍ଧିଥିଲା ରାକେଶ ସାଥିରେ l କିନ୍ତୁ ସେମାନେ ଅଲଗା ହୋଇଗଲେ କାରଣ ରାକେଶ ଜଣେ କୁଇଜ ମାଷ୍ଟର ପୋଷ୍ଟରେ ଶିକ୍ଷକତା ଆରମ୍ଭ କଲା ଏକ ହାଇସ୍କୁଲରେ ଏପଟେ ରାଜା ଜଣେ ଶିକ୍ଷା ସହାୟକ ଭାବେ କାର୍ଯ୍ୟ ଆରମ୍ଭ କଲା ଆଉ ଏକ ଅନ୍ୟ ବିଦ୍ୟାଳୟରେ l ସେ ପ୍ରଥମ ଦେଖାରେ ହିଁ ରାଜା ନିଜ ବାହାଘରକୁ ଡାକିଥିଲା l ରାକେଶ ବାହାଘର ଦିନ ଆସି ପହଞ୍ଚିଲା ରାଜାର ବାସଭଵନ ଠାରେ l ସେ ହାତରେ କିଛି ଉପହାର ନେଇ ପ୍ରବେଶ କରିଛି, ସେହି ସମୟରେ ହଠାତ ତାର ନଜର ପଡିଲା ଯାଇ ବର କନ୍ୟାଙ୍କ ଉପରେ l ସେ ଆଉ ଆଗକୁ ବଢ଼ି ପାରିଲା ନାହିଁ, ରାକେଶ ପୁରା ସ୍ତବ୍ଧ l ସେ କିଛି ଭାବି ହିଁ ପାରିଲା ନାହିଁ l ସେ ଉପହାର ଧରି ଚାହିଁ ରହିଲା ସେ ବର କନ୍ୟାକୁ....................

ଆଗକୁ କଣ ହେବ ଦ୍ୱିତୀୟ ଭାଗରେ ଜଣା ପଡ଼ିବ.......



Rate this content
Log in

More oriya story from Budhadev Nayak