Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଧନ କଳସ
ଧନ କଳସ
★★★★★

© KAUSHIK KUMAR Hota

Others

2 Minutes   256    9


Content Ranking

ବୃଦ୍ଧାଶ୍ରମର ଚାରିକାନ୍ଥ ମଧ୍ୟରେ ଖୁବ ଅଣନିଶ୍ଵାସୀ ପାଲଟି ଯାଉଛନ୍ତି ବିନୋଦ ବାବୁ । ଗୁମୁରି ଗୁମୁରି କାନ୍ଦୁଛନ୍ତି ସେ । କାହାକୁ ବା ଦୋଷ ଦେବେ । ସମୟକୁ, ନା ନିଜ ଭାଗ୍ୟକୁ । ଆଶ୍ରମର ଅନ୍ତେବାସୀ ମାନେ ଯେ ଯାହାର କାମରେ ବ୍ୟସ୍ତ ଥିଲାବେଳେ ବିନୋଦବାବୁ ବଉଳଗଛ ତଳେ ବସି ବିଗତ ଦିନର ସ୍ମୃତି ଚାରଣ କରୁଛନ୍ତି ।

ଦିନଥିଲା ଯେତେବେଳେ ସେ କୃଷି ବିଭାଗର ନିର୍ଦେଶକ ଥିଲେ, ସେତେବେଳେ କେତେ ବଡ଼ ବଡ଼ ଲୋକ ତାଙ୍କୁ ମୁଣ୍ଡିଆ ମାରୁଥିଲେ । ସ୍ତ୍ରୀ ସୁମତୀ, ଓ ପୁଅ ଯଜ୍ଞଦତ୍ତ କୁ ନେଇ ତାଙ୍କର ଛୋଟିଆ ସଂସାର । କେତେ ସୁନେଲି ସ୍ବପ୍ନ ସେ ଦେଖୁଥିଲେ ପୁଅକୁ ନେଇ । ପୁଅ ଯଜ୍ଞଦତ୍ତ ଜନ୍ମ ହେବାଦିନ ଘରେ ଆନନ୍ଦର ଲହରୀ ଖେଳି ଯାଇଥିଲା । ପୁଅର ଏକୋଇଶିଆରେ ଅକୁଣ୍ଠ ଚିତ୍ତରେ ବନ୍ଧୁବାନ୍ଧବଙ୍କୁ ଭୋଜି ଭାତରେ ଆପ୍ୟାୟୀତ କରିଥିଲେ ସେ ।

ସେଦିନ ବିନୋଦବାବୁ ନିଜ ଗାଆଁ ମାଳତୀପୁର କୁ ଯାଇଥାନ୍ତି । ତାଙ୍କ ଘରକୁ ଲାଗି ବନ୍ଧୁ ରମାକାନ୍ତର ଘର । ଦାଣ୍ଡ ଅଗଣାରେ ଦେଖିଲେ ରମାକାନ୍ତ ଆଉ ତାର ପୁଅ ସଞ୍ଜୟ ପକ୍ଷାଘାତରେ ପଡ଼ିଥିବା ମାଆ ବୁଢ଼ୀର ଯତ୍ନ ନେଉଛନ୍ତି । ରମାକାନ୍ତର ସ୍ତ୍ରୀ ଶାଶୁକୁ ଖୁଆଇ ଦେଉଛନ୍ତି । ଏହା ଦେଖି ବିନୋଦ ବାବୁ ରମାକାନ୍ତ କୁ ଡାକ ପକାଇଲେ । କହିଲେ "ବୁଝିଲୁ ରମା, ତୁ ତ ମଫସଲରେ ରହି ତୋ ଜୀବନକୁ ମାଟି କରିଦେଲୁ, ତା ସହିତ ପୁଅକୁ ବି ବେକାର କରିଦେବୁ ।" ରମାକାନ୍ତ କହିଲା ଧନଠାରୁ ସଂସ୍କାର ହେଉଛି ବଡ଼ ଜିନିଷ ରେ ଭାଇ । ଗାଆଁରେ ରହିଲେ ଏ ସବୁ ସଂସ୍କାର ଶିଖିବାକୁ ହୁଏ ।" ଏହା ଶୁଣି ବିନୋଦବାବୁ ଠୋ-ଠୋ କରି ହସିଲେ । ଗର୍ବରେ ଉତଫୁଲ୍ଲିତ ହୋଇ ଏକନିଶ୍ୱାସ ରେ କହିଲେ " ତୁ ଜାଣୁ ମୋ ପୁଅକୁ ମୁଁ ହାମିଲଟନ ଇଣ୍ଟରନେସନାଲ ସ୍କୁଲରେ ପାଠ ପଢାଉଛି । ତାର ବର୍ଷକୁ ଖର୍ଚ୍ଚ ଦଶଲକ୍ଷ ଟଙ୍କା । ଟଙ୍କା ଖର୍ଚ୍ଚକଲେ ଶିକ୍ଷା ସହିତ ସଂସ୍କାର ଆପେ-ଆପେ ଆସିଯିବରେ ।" ଆହୁରି ମଧ୍ୟ କହିଲେ "ମୁଁ ଧନକଳସ ବସାଇଛିରେ । ଦେଖିବୁ ସେ କଳସ ଯେତେବେଳେ ଉଛୁଳିବ ମୋ ଘର କେମିତି ପୁରି ଉଠିବ । "

ଗଡ଼ିଗଲା ବର୍ଷ ପରେ ବର୍ଷ । ପୁଅ ଯଜ୍ଞଦତ୍ତ ଏରୋନୋଟିକ ଇଂଜିନିୟରିଂ ପାସ କଲାପରେ ଆମେରିକାରେ ଚାକିରୀ ପାଇଲା । ସେଦିନ ବିନୋଦବାବୁଙ୍କ ଖୁସି କହିଲେ ନସରେ । କିଛିଦିନପରେ ସେହି କମ୍ପାନୀର ଜଣେ ଆମେରୀକିୟ ଝିଅକୁ ବିବାହ କଲା ଯଜ୍ଞଦତ୍ତ । ନିଜ ବାହାଘର ପାଇଁ ନିମନ୍ତ୍ରଣଟିଏ ପଠାଇଦେଲା ବାପା ମାଆଙ୍କ ପାଖକୁ । ନିମନ୍ତ୍ରଣ ପାଇ ବିନୋଦବାବୁଙ୍କ ମୁଣ୍ଡରେ ବଜ୍ର ପଡିଗଲା । ଲୋକେ ଯେତେ ବୁଝାଇଲେ ବି ଅବୁଝା ମନ ତାଙ୍କର ମାନୁ ନଥାଏ । ପୁଅ ଚିନ୍ତାରେ ସୁମତୀ ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ ହେଲେ । ବିନୋଦବାବୁ ପୁଅକୁ ଫୋନ କଲେ ବୋହୂ ଉତ୍ତର ଦେଇ କହେ ଆସନ୍ତା ସପ୍ତାହରେ ପୁଅ ଘରକୁ ଯିବେ । ଏମିତି କେତେ ସପ୍ତାହ ବିତିଗଲା ପରେ ବିନୋଦବାବୁ ଜାଣିଲେ ଯେ ସବୁସମୟରେ ସମାନ ଉତ୍ତର ଆସୁଥିବା କଥାଟି ମୋବଇଲରେ ସେଟିଂ କରାଯାଇଛି । ସେଦିନ ସ୍ତ୍ରୀ ଆରପାରିକୁ ଚାଲିଗଲା ପରେ ବିନୋଦବାବୁଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା । ସେ ନିଜର ସମସ୍ତ ସ୍ଥାବର ସମ୍ପତ୍ତିକୁ ଶତରୂପା ଵୃଦ୍ଧାଶ୍ରମ ନାମରେ ଦାନ କରିଦେଇ ତାହାରି କୋଳରେ ଆଶ୍ରୟ ନେଲେ । ସେଦିନ ବଉଳଗଛ ମୂଳେ ଏସବୁ ଚିନ୍ତା କରି ଆଖିରୁ ଲୁହ ନିଗାଡୁ ଥିଲାବେଳେ ବନ୍ଧୁ ରମାକାନ୍ତ ପୁଅ ସଞ୍ଜୟକୁ ଧରି ଆସି ପହଞ୍ଚିଲେ । ବିନୋଦବାବୁ ରମାକାନ୍ତକୁ ଭିଡିଧରି କାନ୍ଦିଉଠିଲେ । କହିଲେ" ବୁଝିଲୁ ରମା, ମୋ ଧନ କଳସ ଆଜି ଭାଙ୍ଗି ଚୁରମାର ହୋଇଯାଇଛିରେ । କିନ୍ତୁ ତୁ ତ ପରିବାର ପାଇଁ ଯେଉଁ ସଂସ୍କାର କଳସଟିଏ ବସାଇଥିଲୁ, ତାହା ଆଜି ସୁନାକଳସ ରେ ପରିଣତ ହୋଇଯାଇଛିରେ ।" ଏତିକି ବେଳକୁ ରମାକାନ୍ତ ନିଜ ଗାମୁଛା କାନିରେ ବିନୋଦବାବୁଙ୍କ ଆଖିର ଲୁହକୁ ପୋଛି ପକାଉଥିଲେ ।

-----------------

କୌଶିକ କୁମାର ହୋତା, ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର,

ମୟୁରଭଞ୍ଜ । ଦୂରଭାଷ:-9438745662/9348809136,

Emai।:-kaushikhota05@gmai।.com

ବୃଦ୍ଧାଶ୍ରମ ପକ୍ଷାଘାତ ସୁନାକଳସ

Rate the content


Originality
Flow
Language
Cover design

Comments

Post

Some text some message..