Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଝରକା
ଝରକା
★★★★★

© Swagatika Mishra

Others

4 Minutes   7.6K    26


Content Ranking

ପ୍ରୀତି ସେଦିନ ଖୁବ୍ ଅନ୍ୟମନସ୍କ ହୋଇ ପଡ଼ି ଥାଏ ବସ ମଧ୍ୟରେ।ବସ ର ସେ ଶୀତଳ ପବନ ତା ଦେହରେ ଭରି ଦେଉ ଥାଏ ଅଜବ ଉଷ୍ମତା।ବସ ର ଗତି ଠାରୁ ଆହୁରି କ୍ଷିପ୍ର ହୋଇ ଉଠୁ ଥାଏ ତା ହୃଦସ୍ପନ୍ଦନ।ଅତୀତ ର ସେଇ ଅମାନିଆ ସ୍ମୃତି ର ଫର୍ଦ ରୁ ଫର୍ଦେ ଫର୍ଦେ ଆଡେ଼ଇ ଚାଲି ଥାଏ।ଏଇ ପାଞ୍ଚ ବର୍ଷ ମଧ୍ୟ ରେ ଅନେକ କିଛି ବଦଳି ଯାଇଚି।ହେଲେ ବଦଳାଇ ପାରିନି ସେ ନିଜକୁ।

ବାପା ଙ୍କ ଜିଦ୍ ଆଉ ମାଆ ଆଖିର ଉଷ୍ଣ ପ୍ରସବଣ ତାକୁ ଖୁବ୍ ଦୁର୍ବଳ କରି ଦେଇଥିଲା।ସମାଜ ଆଉ ସଂସ୍କୃତି ର ଶୃଙ୍ଖଳା ର ବେଡି ହିଁ ତା ନିଷ୍ପତି ବଦଳାଇ ବାରେ କାଫି ଥିଲା।ଶେଷ ଥର ପାଇଁ ଅନେକ ଚେଷ୍ଟା କରି ଥିଲା ସୌମ୍ୟ ସହ ଦେଖା କରିବାକୁ ହେଲେ...ଫେଲ ମାରି ଥିଲା ସେଥିରେ ବି। ଓଲଟା ଅଲାଜୁକି ନିଲ୍ଲଜି ଇତ୍ୟାଦି ର ଆଖ୍ୟା ପାଇ ପୁଣି ଫେରି ଆସିଥିଲି ଅଭିମାନ ରେ।

ଯଥା ଲଗ୍ନ ରେ ବିବାହ ପରେ ପରେ ସ୍ୱାମୀଙ୍କ ସହ ସେ ଚାଲି ଆସିଥିଲା ମାୟା ନଗରୀ ମୁମ୍ବାଇ ସହର।ହେଲେ ପୋଡ଼ା କପାଳ ରେ ସେତକ ବି ନଥିଲା।ଅନେକ ମାନ ଅଭିମାନ ଆଉ ମନ ମାଳିନ୍ୟ ର କାରଣ ସାଜି ଉଭା ହେଲେ ସ୍ୱାମୀଙ୍କ ପୂର୍ବତନ ପ୍ରେମିକା ଜଣଙ୍କ।ବାସ!ସମ୍ପର୍କ ଟା ଆରମ୍ଭ ହେବା ପୁର୍ବରୁ ଶେଷ ସମ୍ପର୍କର ସୂତା ଖିଅ ଖଣ୍ଡକ ଛିଡାଇ ଦେଇ ଚାଲି ଆସିଥିଲା ସେ କୋଉ ଗୋଟେ ବର୍ଷା ରାତିରେ।ବାପା,ବୋଉଙ୍କ ଉପରେ ବୋଝ ନ ହେବାର ଜିଦ୍ ଆଉ ନିଜ ସ୍ୱାଭିମାନ ଯୋଗୁ ବହୁ କଷ୍ଟରେ ଯୋଗାଡ଼ କରି ଥିଲା ନିଜ ପାଇଁ ଘରୋଇ ଚାକିରୀ ଖଣ୍ଡେ।ସେହି ଦିନଠୁ କେବେ ବୁଲି ଚାହିଁନି ସେ ପଛକୁ।ହେଲେ,ଭୁଲିବି ପାରିନି ତା ଅତୀତକୁ।

ଅନେକ ଥର ଭାବିଛି ସେ ଫେରିଯିବ ପୁଣି ତା ଗାଁ କୁ।ହେଲେ ପାରିନି।ସେଠି ସୌମ୍ୟ ଥିବ ଯେ;ସୌମ୍ୟ ସହ ଆଖି ରେ ଆଖି ମିଶେଇ ବାର ସାହସ ଜୁଟେଇ ପାରେନି।ଆଜିବି ସେ କାଶତନ୍ଡି ଫୁଲ ଗୁଡାକ ହସି ହସି ଝୁଲି ପଡ଼ନ୍ତି।ଶରତ ଫେରେ ହେଲେ ପ୍ରୀତି ଫେରି ପାରେନି ସେଇ ଅତୀତରୁ।

ଆଜି କିନ୍ତୁ ଯିବାକୁ ହେବ।ସାନ ଭଉଣୀ ସ୍ମୃତି ର ବାହାଘର ଯେ।ବୋଉ ର ଏକା ଜିଦ୍ ଥିଲା ତୁ ବାହାଘର ପାଞ୍ଚ ଦିନ ଥାଇ ଆସିବୁ।ହେଲେ ମୁଁ କଣ ଯାଇ ପାରିବି ଏତେ ଆଗରୁ?ଛୁଟି ମିଳିବନି କହି ମଙ୍ଗଳକ୍ରୁତ୍ୟ ରାତିରେ ପହଂଚିବି ବୋଲି କହି କଥା ଟାକୁ ଟାଳି ଦେଇଥିଲି।ସେ ଯାହା ବି ହେଉ ଆଉ କେଇ ଘଣ୍ଟା ରେ ଗାଁ ଆସିଯିବ।ହୃଦୟ ରେ ଅପୂର୍ବ ରୋମାଞ୍ଚ।ହାତ ପାଦ ସବୁ ଝାଳେଇ ଆସୁ ଥାଏ।

ଠିକ୍ ସମୟ ରେ ବସ ଅଟକି ଗଲା।ସେଇ ମାଟି ବାଲି ରାସ୍ତା ସବୁ ବଦଳି ଯାଇଚି।ଅନେକ କିଛି ପରି ବର୍ତ୍ତନ ଏଇ ପାଞ୍ଚ ବର୍ଷ ମଧ୍ୟରେ।ବସ ରୁ ଓଳ୍ହେଈ ବା ପରେ ପ୍ରୀତି ର ପାଦ ଗୁଡାକ ଖୁବ୍ ଜୋର ରେ ମାଡ଼ି ଚାଲୁ ଥାନ୍ତି ଆଗକୁ ଆଗକୁ।ଏତେ ବର୍ଷ ପରେ ସୌମ୍ୟ କୁ ଟିକେ ଦେଖିବାର ସୁଯୋଗ ମିଳିଛି ଯେ।ହେଲେ, ସୌମ୍ୟ କଣ ବୁଝିବେ?ଏଇ ହୃଦୟ ର ଅକୁହା କଥା ଗୁଡାକ..ନା ଅଜାଡି ଦେବ ତା ମନର ଘୃଣା?ତଥାପି ଚାଲିଛି ଟିକେ ଭୟ ଆଉ ଅନେକ ଆଶା ରେ।କେତେବେଳେ ଘର ଆସିଗଲାଣି ଜାଣି ପାରିନି ସେ।ଘରଟା ଭିତରେ ପସୁ ପସୁ ଏତେ ଭିଡ଼ ଭିତରେ ବି କି ଅଜବ ଶୂନସାନ।କେତେ ଥର ଦୌଡ଼ି ଗଲାଣି ଛାତ ଉପରକୁ ହେଲେ ସୌମ୍ୟ ଦେଖା ପାଉନି କୋଉଠି ବି।ଏତେ ଅଭିମାନ!!ପାଞ୍ଚ ବର୍ଷ ପରେ ବି!

ରାତି ସାରା ବିତିଗଲା ଅନେକ ପ୍ରଶ୍ନ ଉତ୍ତର ରେ।ଆଉ ଅପଲକ ନୟନ ରେ।ବାହାଘର ଦିନ ଉପନୀତ।ସମସ୍ତେ ଚଳ ଚଞ୍ଚଳ।ହେଲେ ପ୍ରୀତି ମୁଁହ ମାଡ଼ି ପଡ଼ି ଥାଏ ସୌମ୍ୟ ଘର ସିଧା ଝରକା ପାଖରେ।ଅତୀତ ରେ ଏଇ ଝରକା ହିଁ ଥିଲା ତାଙ୍କ ଭାଵ ଆଦାନ ପ୍ରଦାନ ର ଏକ ମାତ୍ର ସାହାରା।ସମସ୍ତଙ୍କୁ ଲୁଚେଇ ଆଖିର ଅଜବ ଭାଷା ସବୁ ଅନୁବାଦ ହେଇ ଯାଏ ଏଇ ଝରକା ଦ୍ୱାରା।ପ୍ରୀତି ର ଆଜି ବି ଆଶା ସୌମ୍ୟକୁ ଦେଖି ବାରେ ଏଇ ଝରକା ଆଜି ବି ମାଧ୍ୟମ ସାଜିବ।ଅପଲକ ନୟନ ରେ ଚାହିଁ ରହି ଥିଲା ପ୍ରୀତି।ଆଶା ଆଉ କିଛି ଆଶଙ୍କା ରେ।ଆଉ ସବୁ ପ୍ରତୀକ୍ଷା ର ଅନ୍ତ କରି କେତେ ସମୟ ପରେ ସୌମ୍ୟ ବାହାରି ଆସିଥିଲା ତା ଘରୁ ତା ପ୍ରିୟ ରଂଗର ଧଳା ସାର୍ଟ ଆଉ ଡେନିମ ରଂଗର ପ୍ୟାଂଟ ଟେ ପିନ୍ଧି।ଅଫିସ ସମୟ ହେଇ ଯାଇ ଥାଏ ବୋଧେ ତାର। ସେଇ ଚେହେରା,ସେଇ ରଂଗ,ସେମିତି ଆଖି ଯେମିତି ସେ ତାକୁ ପାଞ୍ଚ ବର୍ଷ ଆଗରୁ ଛାଡ଼ି ଦେଇ ଯାଇ ଥିଲା।କିଛି ବି ବଦଳି ନଥିଲା।ବୟସ ଟା ଯେମିତି ସୌମ୍ୟ ପାଖେ ଅଟକି ଯାଇ ଥିଲା ସତରେ। ପ୍ରୀତି ପାଲଟି ଯାଇ ଥିଲ ମୁକ ପ୍ରାୟ।ସୌମ୍ୟ ବାରମ୍ବାର ଘର ବାହାରୁ ଭିତରକୁ ଯାଉ ଥାଏ ଆଉ ଆସୁ ଥାଏ।ସତେ ଯେମିତି କିଛି ଗୋଟାଏ ସେ ଖୋଜି ବୁଲୁ ଥାଏ ଏଇ ଆସିବା ଆଉ ଯିବା ଭିତରେ।ଏତେ ଭିଡ ଭିତରେ ବି ତା ଦୁଇଟା ଖୋଜିଲା ଆଖି ଯାହାକୁ ଖୋଜି ବୁଲୁ ଥାଏ,ସେ ଯେ ପ୍ରୀତି; ସେକଥା ପ୍ରୀତି ଜାଣି ଯେତିକି ଖୁସି ହୋଉ ଥାଏ ସେତିକି ତା ଭିତରେ କୋହ ଗୁଡାକ ଜମାଟ ବାନ୍ଧି ଆସୁ ଥାଏ।ସେ ଖୁବ୍ ନିକଟରୁ ତା ପ୍ରତି ଥିବା ସୌମ୍ୟ ର ପ୍ରେମ କୁ ଅନୁଭବ କରି ପାରୁ ଥାଏ।ବହୁ ଚେଷ୍ଟା କଲା ଦୌଡ଼ି ଯିବ ସୌମ୍ୟ ପାଖକୁ କହିଦେବ ଅତୀତ ର ବିବଶତା ବିଷୟରେ।ହେଲେ ଅତୀତ ଅପେକ୍ଷା ସେ ଆହୁରି ବିବଶ ଆଜି । ତେଣୁ ଆଜି ବି ଫେଲ୍, ସେଦିନ ପରି। ଦୂରରୁ ଆଖି ଆଉ ମନ ପୁରେଇ ଦେଖି ନେଉ ନେଉ ମନ ଭିତରେ ସ୍ମୃତି ର ଜୁଆର କୁ ସମ୍ଭାଳିଵା ତା ପକ୍ଷେ ଅସମ୍ଭବ ହୋଇ ପଡ଼ି ଥାଏ।ଆଉ ପାରିଲାନି... ସେ ଜାଣିପାରିଲା ସେ ଯଦି ଆଉ କିଛି ମୁହୂର୍ତ୍ତ ସୌମ୍ୟ କୁ ଦେଖିବ,ଏଇ ଜୁଆରକୁ ଆଉ ଅଟକେଇ ପାରିବନି।ସେ ତାର ସବୁ ସୀମା ପାର କରିଦେବ।କୋଉ ବି ଅପମାନ କୌଣସି ଶୃଙ୍ଖଳା ତାକୁ ବାନ୍ଧି ପାରିବେନି।

ବାସ!ଏବେ ହିଁ ସେ ଫେରି ଯିବ।ଏଇ ଗାଁ ରୁ,ସୌମ୍ୟ ତାକୁ ଦେଖିବା ଆଗରୁ,ସୌମ୍ୟଠୁ ଖୁବ୍ ଦୂରକୁ।ଛାତିରେ ଜମାଟ ଲୁହର ବରଫ ଖଣ୍ଡ ସବୁ ତରଳି ବୋହି ଯିବା ଆଗରୁ ସେ ଫେରେଇ ନେଲା ତା ଦୃଷ୍ଟି, ବନ୍ଦ କରି ଦେଲା ସେ ଘରର ଝରକା ଟା।ଆଉ ସଜାଡି ବସିଲା ତାର ସୁଟ୍କେସ୍ ଖଣ୍ଡକ।ହେଲେ ଚେଷ୍ଟା କରି ମଧ୍ୟ ବନ୍ଦ କରି ପାରୁ ନଥିଲା ତା ମନର ଝରକା ଟାକୁ।ଯେଉଁ ଥିରେ ସୌମ୍ୟ ର ଥିଲା ଅବାଧ ପ୍ରବେଶ ପ୍ରତିଟି ମୁହୂର୍ତ୍ତରେ।

ସ୍ୱାଗତିକା ମିଶ୍ର

ଝରକା ମାଆ ପ୍ରସବଣ

Rate the content


Originality
Flow
Language
Cover design

Comments

Post

Some text some message..