Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଖଣ୍ଡ ନିର୍ଜନତା
ଅଖଣ୍ଡ ନିର୍ଜନତା
★★★★★

© Rajesh Mund

Others

1 Minutes   6.9K    12


Content Ranking

*ଅଖଣ୍ଡ ନିର୍ଜନତା*

ଆଜି ଏ ନିର୍ଜନ ବେଳାରେ

ଶୁଭେ କା' ରୁଣୁଝୁଣୁ ।

କିଏ ଡାକୁଛି କି ମୋ ନାଁ ଧରି,

ବସିଛି କି କିଏ

ମୋ ଅପେକ୍ଷାରେ ।

ଛାଇଟିଏ ଲମ୍ବି ଆସିଛି

ଘର ଅଗଣାକୁ,

ମହମହ ବାସୁଛି ।

ଲାଗୁଛି

କେଉଁ ଅନ୍ଧାର ଗହ୍ୱରରୁ

ଶୁଭୁଛି କା' ଅନୁଚ୍ଚାରିତ ଶବ୍ଦ ।

ହୃଦୟରେ କିନ୍ତୁ

କ୍ଷୁଧାର କ୍ଷୋଭ,

ତୃଷାର୍ତ୍ତ ଓଠ

ଛଳଛଳ ଆଖି,

ହତାଶାର ଛାଇ ମନରେ।

ତଥାପି ଦୁଆର ଫିଟାଇଲି,

କେହି ତ ନଥିଲେ

ଖାଲି ଥିଲା

ମୁରୁଝାଇ ପଡ଼ିଥିବା

ମଲ୍ଲିମାଳଟେ,

ସରୁ ସରୁ ପାଦଚିହ୍ନ କେଇଟା

ଆଉ ଅଖଣ୍ଡ ନିର୍ଜନତା ।।

ନିର୍ଜନତା ଛାଇ କ୍ଷୋଭ

Rate the content


Originality
Flow
Language
Cover design

Comments

Post


Some text some message..