STORYMIRROR

Mahendra Kumar Nanda

Others

4  

Mahendra Kumar Nanda

Others

ସରକାରୀ ହସ

ସରକାରୀ ହସ

1 min
250


ଆଳୁ ପିଆଜର ଦାମ୍ ବଢାଅ

ଗରିବ ସେଗୁଡା ଖାଆନ୍ତି

ମଦ,ଗଞ୍ଜେଇର ମୂଲ୍ୟ ହ୍ରାସ କର

ଧନୀଏ ସେଗୁଡା ନିଅନ୍ତି  ାା


ଭୋକିଲା ପେଟରୁ ଆହାର ଛଡେଇ

ତିଆର ମନ୍ଦିର, ସଂସଦ

ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରି

ସୀମାରେ ମରାଅ ସୈନିକ  ାା


ଖଟିଖିଆ ରକ୍ତ ବିକା ଟିକସରେ

ଲୁଟେରାଙ୍କୁ ଦିଅ ସୁରକ୍ଷା

ଲମ୍ପଟ ଯୋଜନା ପ୍ରଚଳନ କରି

କରାଅ ସତୀତ୍ୱ ପରୀକ୍ଷା   ାା


ମଦ,ମାଉଁସରେ ଜନମତ କିଣି

ନିଜକୁ ବୋଲାଅ ଶାସକ

ଭାଷଣ ମଲମ ଜନତାଙ୍କ ଠାରେ

ବୋଳିକି ପ୍ରଗତି ପରଖ   ାା


ଆତ୍ମନିର୍ଭରଶୀଳତା ନାଆଁରେ

ବିକିଯାଅ ପାଣି, ପାହାଡ

ମୂଳ ବାସୀଆଙ୍କୁ ମୂଳୁରୁ ମାରିବା

ଆପଣେଇ କଳ କୌଶଳ  ାା


ଦଳିତ ବେକରେ ସର୍ବହରା ମାଳ

ଗଳା ଲମ୍ବେଇକି ମାପରେ

ଜାତୀୟକରଣ ଅପରାଧ କରି

ଆଇନିକି ରଖ ଖାପରେ   ାା


ଆଦର୍ଶ ଚାଳିଶା ପଢିକି ଶୁଣେଇ

ପୋଷା କୁତ୍ତା କରି ରଖିଥା

ଚଉକି କୁଣ୍ଢେଇ ଛତ୍ରପତି ହେଇ

ସରକାରୀ ହସ ହସୁଥା   ାା




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍