Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Apurba Ranjan Sahoo

Others

3  

Apurba Ranjan Sahoo

Others

ଚୁୁମ୍ବନର ଧାରେଧାରେ

ଚୁୁମ୍ବନର ଧାରେଧାରେ

1 min
6.7K


ଚୁମ୍ବନର ଧାରେଧାରେ, ତୋ ଅଧର ନଦୀତୀରେ,,

କେବେ ଶାନ୍ତ ସ୍ନିଗ୍ଧ ଚିରସ୍ରୋତା

ସ୍ରୋତସ୍ବିନୀଟିଏ ବହିଯାଏ !

ତ କେବେ ଅଶାନ୍ତ ପୟୋନିଧି, କୂଳଲଂଘି

ମୋତେ ତୋ ବୁକୁରେ ଲୀନ କରିଦିଏ !!

 

ବିଭାବରୀ ଚିବୁକରେ, ନିଶାକର ନିଶୀଥରେ,,

ଭସାବାଦଲ ବୁକୁଚିରି

କଅଁଳ ଜୋଛନା ପରଶରେ !

ତିମିର ଓଢଣା କାଢି ପାହାନ୍ତି ତରା

ମାରିଦିଏ ଆଖିଠାର ନିଦ୍ରିତ ଚାହାଣିରେ !!

 

ଚିତ୍ରଭାନୁ ଆଭାରେ, ପ୍ରଭାତ ଆଭାସରେ,,

ଚିତ୍ରଲେଖା ଚିତ୍ରିତ ହରିଣୀ ପଛରେ ଗୋଡାଏ

ପଦ୍ମମଧୁ ଆଶାରେ, ବୁଝେନା ମରିଚିକାର ମାୟା !

ଗହଳ ଭ୍ରୂଲତା ତୀକ୍ଷ୍ଣ ନାସିକାଗ୍ର ଅନୂଢା ତରୁଣୀ

ବିସ୍ତାରିତ କରେ ମୁକୁଳାବେଣୀର ହରିତ୍ କାୟା !!

 

ବିଂଦୁବିଂଦୁ ପ୍ରେମଗାରେ, ବରଷା ଛିଟାରେ,,

ଇଂଦ୍ରଧନୁ କୁଂଚଲଗା

ଫଗୁଣ କୃଷ୍ଣଚୂଡା ଶାଢୀରେ !

ଶିଶିର ବୁଂଦା ମୁକ୍ତା ଅଳଂକାର ସାଜେ

ନିଦାଘ କଟାକ୍ଷ ବାଜେନା 

     ଶରତ ତୋଫାଗୋରା ଚେହେରାରେ !!

 


Rate this content
Log in