STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ତାତ୍ସଲ୍ୟ

ତାତ୍ସଲ୍ୟ

2 mins
299


  ତ୍ରେତୟା ଯୁଗରେ ମିଥିଳା ର ରାଜା ଜନକ ତାଙ୍କ ରାଜ୍ୟ ରେ ଥିବା ପଣ୍ଡିତ ମାନଙ୍କୁ ନେଇ ପ୍ରାୟତଃ ଅଧିକାଂଶ ସମୟ ବିଭିନ୍ନ ଶାସ୍ତ୍ର ଆଲୋଚନା ସଭା କରୁଥିଲେ ଓ ତାହାର ସତ୍ୟାସତ୍ୟ ବିଷୟ ରେ ଅବଗତ ହେଊଥିଲେ । ବିଦ୍ୟା ଆଲୋଚନା ରେ ସାଧାରଣତଃ ତର୍କ ହୁଏ । କେହି ଏହା ଠିକ୍ ତ କେ଼ହି ଏହା ଭୁଲ କହି ଶାସ୍ତ୍ରାଗତ ଆଲୋଚନା ସମାଲୋଚନା ହୁଏ । ଏହି ସଭାରେ ଅନେକ ମୁନି,ରୁଷି ଓ ପଣ୍ଡିତ ମାନେ ଯୋଗ ଦେଉଥିଲେ । ରାଜା ଜନକ ବି ଜଣେ ରାଜର୍ଷି ଓ ଅସାଧାରଣ ପଣ୍ଡିତ ଥିଲେ ।  ରାଜା ଜନକ ଯାଇ ରୁଷି ଆରୁଣୀ ଙ୍କୁ ଉକ୍ତ ତର୍କ ସଭାରେ ଯୋଗଦେବା କୁ ନିମନ୍ତ୍ରଣ କଲେ କିନ୍ତୁ ଆରୁଣୀ ମନା କରି ଦେଇଥିଲେ । ଏ ନିମନ୍ତ୍ରଣ ରକ୍ଷା କରି ରୁଷି କହୋଦା ତର୍କ ସଭାକୁ ଆସିଥିଲେ ।

  ଏ ରୁଷି କା଼ହୋଦା ଙ୍କ ବିଷୟରେ ସମ୍ୟକ ସୁଚନା ଦେବା ।

 ରୁଷି ଆରୁଣୀ ଙ୍କର କନ୍ୟା ସୁଜାତା ଅନେକ ଶାସ୍ତ୍ର ରେ ପାଣ୍ଡିତ୍ୟ ଅର୍ଜନ କରି ଥିଲେ । ଆରୁଣି ଙ୍କର ଅନ୍ୟ ଜଣେ ଶ୍ରେଷ୍ଠ ଛାତ୍ର ଥିଲେ କା଼ହୋଦା । ଆରୁଣୀ ଆଶ୍ରମର ଦାୟିତ୍ଵ କାହୋଦା ଙ୍କ ହସ୍ତରେ ଅର୍ପଣ କଲେ ଓ ସୁଜାତା ଙ୍କ ସହ ତାଙ୍କର ବିବାହ କରିଦେଲେ । କିଛିଦିନ ପରେ ସୁଜାତା ଗର୍ଭବତୀ ହେଲେ ।

    ଏହି ସମୟ ର କଥା । କାହୋଦା ଦିନେ ଶିଶ୍ୟ ମାନଙ୍କୁ ପଢାଉଥିବା ସମୟରେ କିଛି ଭୁଲ ତଥ୍ୟ ଦେବାରୁ ତାକୁ ସୁଜାତା ବିରୋଧ କଲେ । କାହୋଦା ଏହା ସହି ନପାରି ସୁଜାତାଙ୍କୁ ସେଠାରୁ ଠେଲି ଦେଲେ । ସେ ଠେଲି ଦେବା ଫଳରେ ସୁଜାତା ତଳେ ପଡିଗଲେ ଫଳତଃ ତାଙ୍କର ତ ଦେହରେ ଜଖମ ହେଲା ତତ୍ ସଙ୍ଗେସଙ୍ଗେ ଗର୍ଭସ୍ଥ ଶିଶୁ ମଧ୍ୟ ଆଘାତ ପ୍ରାପ୍ତ ହୋଇ ଏକ ବିକଳାଙ୍ଗ ଶିଶୁ ରୂପେ ଜନ୍ମ ଗ୍ରହଣ କଲା । ସେ ଶିଶୁ ହିଁ ଅଷ୍ଟବକ୍ର ରଷି । 

  ଅନ୍ୟ‌ଏକ ତଥ୍ୟ ମୁତାବିକ ଦୁର୍ବାସା ଙ୍କ ଅଭିଶାପ ରୁ ତାଙ୍କର ଏପରି ରୂପ । ତାହା ବହୁତ ବଡ ଉପାଖ୍ୟାନ ଅଛି । ତାହା କହିବା ଉଚିତ ନମଣି ଛାଡି ଦେଉଛି ।ସେ ଯାହା ହେଉ ନା କାହିଁକି, ଜନକ ଙ୍କ ତର୍କ ସଭାରେ ଆଚାର୍ଯ୍ୟ ବରୁଣ ତର୍କ ଦ୍ଵାରା କାହୋଦା ହାରିଯାଉଥିବା ଖବର ପାଇ ୧୩ ବର୍ଷର ବାଳକ ଅଜା ଆରୁଣି ଓ ମା ସୁଜାତା ଙ୍କ ଠାରୁ ଅନୁମତି ନେଇ ରାଜା ଜନକ ଙ୍କ ତର୍କ ସଭାରେ ପହଞ୍ଚିଗଲେ ।

   ତାଙ୍କ ର ଏ କୁରୁପ ଦେଖି ସଭାର ସମସ୍ତ ପଣ୍ଡିତମାନେ ଠୋ ଠୋ ହୋଇ ହସିବାକୁ ଲାଗିଲେ । ତାଙ୍କ ହସ ଦେଖି ଅଷ୍ଟବକ୍ର ସେମାନଙ୍କ ଠାରୁ ଆହୁରି ଅଧିକ ଯୋର ରେ ହସି ଲେ । ଅଷ୍ଟବକ୍ରଙ୍କ ହସରେ ସମସ୍ତ ସଭାସଦ୍ ଆବାକ୍ ହୋଇ ଚୁପ୍ ହୋଇଗଲେ ।  

    ରାଜା ଜନକ ବାଳକ ଅଷ୍ଟବକ୍ର ଙ୍କୁ ପ୍ରଶ୍ନ କଲେ । ସଭାସଦ୍ ହସିବାର କାରଣ ତ ମୁଁ ବୁଝିଲି ହେଲେ ଆପଣ କାହିଁକି ହସିଲେ ବୁଝି ପାରିଲି ନାହିଁ ।

   ତହୁଁ ଅଷ୍ଟବକ୍ର ରୁଷି ଉତର ଦେଲେ ହେ ରାଜନ୍ ମୁଁ ଭାବିଥିଲି ଆପଣଙ୍କ ସଭାରେ ପଣ୍ଡିତ ତଥା ବିଜ୍ଞ ଥିବେ ବୋଲି । ହେଲେ ଏ ଅଜ୍ଞ ଚମଡା ବ୍ୟବସାୟୀ ଙ୍କୁ ନେଇ ଆପଣ ସଭା କରୁଛନ୍ତି ଦେଖି ମୋତେ ହସ ଲାଗିଲା ।  

   ରାଜା ପଚାରିଲେ ତାହା କେମିତି । ଏତେ ପଣ୍ଡିତ ଙ୍କୁ ଆପଣ ଅଜ୍ଞ ତଥା ଚମଡା ବ୍ୟବସାୟୀ କେମିତି କହୁଛନ୍ତି ।

 ତହୁଁ ରୁଷି କହିଲେ ଜ୍ଞାନ ପରିବର୍ତ୍ତେ ଯେଉଁମାନେ ରୂପକୁ ଦେଖି ହସନ୍ତି ସେମାନେ ଆଉ କଣ ହୋଇପାରନ୍ତି ।

   ରାଜା ଓ ପଣ୍ଡିତ ମାନେ ତାଙ୍କ କଥାର ତାତ୍ପର୍ଯ୍ୟ ବୁଝିପାରି ନତ ମସ୍ତକ ହେଲେ । ଶେଷରେ ଆଚାର୍ଯ୍ୟ ବରୁଣ ମଧ୍ୟ ତର୍କ ରେ ହାରିଯାଇଥିଲେ ।

   ଏବେ ଆମ ଭାରତର ମହାମହିମ ରାଷ୍ଟ୍ରପତି ଙ୍କୁ ତାତ୍ସଲ୍ୟ କରି କହିଥିବା ପଶ୍ଚିମବଙ୍ଗ ମମତା ବାନାର୍ଜି ଙ୍କ ବିଧାନ ସଭାର ସଦସ୍ୟ ତଥା ମନ୍ତ୍ରୀ ଙ୍କୁ କଣ କୁହାଯାଇପାରେ ଆପଣ ମାନଙ୍କର ବିଚାର ପାଇଁ ଛାଡିଦେଲି । 

    

    



Rate this content
Log in