ଶ୍ରବଣ କୁମାର
ଶ୍ରବଣ କୁମାର
ଅନ୍ଧମୁନିଙ୍କର ବାଲ୍ୟ କାଳରେ ତାଙ୍କ ଘରକୁ ତ୍ରିଜଟା ନାମରେ ଜଣେ ଋଷି ଆସିଥିଲେ। ସେ ଯିବା ସମୟରେ ଅନ୍ଧ ମୁନିଙ୍କର ପିତା ଋଷିଙ୍କୁ ନମସ୍କାର କରିବାକୁ କହିଲେ । ଋଷିଙ୍କର ଗୋଦରା ଗୋଡ଼ ହୋଇଥିବାରୁ ଘୃଣାରେ ଆଖିବୁଜି ଅନ୍ଧମୁନି ନମସ୍କାର କଲେ । ତ୍ରିଜଟା ଋଷି ପିଲାଟିକୁ ଅସ୍ତୁ କହି ଆଶିର୍ବାଦ କରନ୍ତେ ମୁନିଙ୍କର ଆଖି ଆଉ ଫିଟିଲା ନାହିଁ।ମୁନିଙ୍କର ଆଖି ନ ଖୋଲିବାରୁ ତାଙ୍କର ପତ୍ନୀ ପତିବ୍ରତା ପଣରକ୍ଷା କରି ଆଖିକୁ ନଷ୍ଟ କରିଦେଲେ। ସେଦିନୁଁ ଅନ୍ଧ ପତି ପତ୍ନୀ ଓ ତାଙ୍କର ଏକମାତ୍ର ପୁତ୍ର ସିନ୍ଧୁ( ଶ୍ରବଣ କୁମାର ) ବନାଶ୍ରମ୍ରେ କାଳାତିପାତ କରନ୍ତି।
ଦିନେ ଅଜ ଓ ଇନ୍ଦୁମତିଙ୍କ ପୁତ୍ର ରାଜା ଦଶରଥ ମୃଗୟା ଉଦ୍ଦେଶ୍ୟରେ ବନକୁ ଯାଇ ଥିଲେ ଦୁର୍ଭାଗ୍ୟ ବଶତଃ ସେଦିନ କୌଣସି ଶିକାର ମିଳିଲା ନାହିଁ ବହୁତ୍ ସମୟ ଅତିକ୍ରାନ୍ତେରାଜାଙ୍କୁ ଭୀଷଣ ଶୋଷ ହେଲା।ସେ ସରଯୁ ନଦୀ ନିକଟକୁ ଆସନ୍ତେ ପଶୁ ପାଣି ପାଇବାର ଶବ୍ଦ ଶୁଣିବାକୁ ପାଇଲେ।ତେଣୁ ସେ କୌଣସି ବାଛ ବିଚାର ନ କରି ଶବ୍ଦ ଭେଦି ବାଣ ପ୍ରୟୋଗ କଲେ।ବାଣ ଟି ଯାଇ ଶ୍ରବଣ କୁମାର ଛାତିରେ ବାଜିଲା ସେ ଚିତ୍କାର କଲେ। ଏହାଶୁଣି ଦଶରଥ ବିବ୍ରତ ହୋଇଗଲେ ଆସି ଦେଖନ୍ତେ ବୃଦ୍ଧ ଅନ୍ଧ ମାତା ପିତାଙ୍କ ପାଇଁ ଶ୍ରବଣ କୁମାର ପାଣି ଆଣିବାକୁ ଆସିଥିଲେ ।ତାଙ୍କର ଏଭଳି ଦଶାହେଲା ।ତେଣୁ ଶ୍ରବଣ କୁମାରଙ୍କ ପ୍ରତି ବଦଳରେ ସେ ପାଣିନେଇ ଅନ୍ଧ ମୁନିଙ୍କ ଆଶ୍ରମରେ ପହଞ୍ଚି ଲେ ଏବଂ ସବୁ ସତ କଥା କହିଲେ।
ଋଷି ସବୁ ଶୁଣି ସାରି ଅଭିଶାପ ଦେଲେ ଏହି ଅଭିଶାପ ପରବର୍ତ୍ତୀ କାଳରେ ଆଶିର୍ବାଦରେ ପରିଣତ ହେଲା। ଶ୍ରବଣ କୁମାର ଜଣେ ପିତୃ ମାତୃ ଭକ୍ତଥିଲେ।ସେ ତାଙ୍କ ପିତା ମାତାଙ୍କୁ ବାହୁଙ୍ଗିରେ ବୋହି ସବୁ ତୀର୍ଥ ସ୍ଥାନ ଭ୍ରମଣ କରିଥିଲେ ଏହି ଭଳି ପଣ୍ଡର ପୁରରେ ପୁଣ୍ଡରିକ ନାମରେ ଜଣେ ପିତୃ ମାତୃଭକ୍ତ ଥିଲେ।ତାଙ୍କୁ କୃତାର୍ଥ କରିବାପାଇଁ ଦ୍ବାରିକା ନାଥ ବିଠଲ ନାଥ ହେଲେ।ସେ ଗୋଟିଏ ଇଟା ଉପରେ ଗୋଡ଼ରଖି ଅଣ୍ଟାରେ ହାତ ଭରା ଦେଇ ଆଜି ପର୍ଯ୍ୟନ୍ତ ଠିଆ ହୋଇଛନ୍ତି।ସେ ଏହି କଥା ସୂଚିତ କରୁଛନ୍ତି ଯେ ତାଙ୍କ ଶରଣ ଗ୍ରହଣ କାରୀଙ୍କ ପାଇଁ ସଂସାର ଅଣ୍ଟା ପର୍ଯ୍ୟନ୍ତ ହିଁ ହୋଇଥାଏ।