ସେବା
ସେବା
କଥାରେ ଅଛି "ସେବା , କାର୍ପଣ୍ୟ, ପୂଣ୍ୟ ବଳେ,
କିବା ଅସାଧ୍ୟ ମହୀ ତଳେ" ।
ସେବା ମନୁଷ୍ୟ ର ପରମ ଧର୍ମ ହେବା ଉଚିତ୍।ଏହି ସେବା ଯୋଗୁ ଋଷି ସାନ୍ଦିପନୀ ଭଗବାନ କୃଷ୍ଣଙ୍କର ଗୁରୁ ହୋଇପାରି ଥିଲେ। ସାନ୍ଦିପନୀ ଛୋଟ ଥିଲା ବେଳେ ଗୁରୁ ଆଶ୍ରମ ରେ ରହି ବିଦ୍ୟାଶିକ୍ଷା କରୁଥିଲେ।ଦିନେ ତାଙ୍କ ଗୁରୁ ସବୁ ଶିଷ୍ୟ ମାନଙ୍କୁ ଡାକି କହିଲେ - ମୋତେ ତୁମେମାନେ କିଛି ଦିନଛାଡ଼ି ନିଜ ଗୃହକୁ ଯାଅ।ମୋ ଦେହ ଭଲ ହୋଇଗଲେ ମୁ ତୁମକୁ ଡାକି ଆଣିବି। ଗୁରୁଙ୍କ କଥା ଶୁଣି ଚାରି ପାଞ୍ଚ ଜଣ ଶିଷ୍ୟଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଚାଲି ଗଲେ। କିଛି ଦିନ ପରେ ଗୁରୁଙ୍କର ଏମିତି ଅବସ୍ଥା ହେଲା ଯେ ତାଙ୍କ ଆଗରେ ଯେଉଁ ମାନେ ପଡ଼ିଲେ ସେ ତାଙ୍କୁ ମାରି ପିଟି ଖଣ୍ଡିଆ ଖାବରା କରି ଦେଉଥିଲେ।ବେଳେବେଳେ ନିଜେ ବିବସ୍ତ୍ର ହୋଇଯାଉଥିଲେ।
ଗୁରୁଙ୍କ ଏଭଳି ଅବସ୍ଥା ଓ ବ୍ୟବହାର ଦେଖି ଚାରିଜଣ ଶିଷ୍ୟ ଚାଲିଗଲେ। କିନ୍ତୁ ସାନ୍ଦିପନୀ ଏକା ଗୁରୁ ଆଶ୍ରମରେ ଗୁରୁଙ୍କ ସହ ରହିଲେ।ସେ ମନପ୍ରାଣ ଦେଇ ଗୁରୁ ଙ୍କ ସେବା କଲେ ।
ମାଡ଼ ଗାଳ ଖାଇଲେ ମଧ୍ୟ ଗୁରୁଙ୍କୁ ଛାଡି ଯାଉନଥିଲେ।ଏଭଳି କିଛି ଦିନ ଗଲାପରେ ସାନ୍ଦିପନୀଙ୍କ ସେବାରେ ଗୁରୁ
ସମ୍ପୂର୍ଣ୍ଣ ଭଲ ହୋଇଗଲେ।ସେ ଦେଖିଲେ ତାଙ୍କୁ ସବୁ ଶିଷ୍ୟ ଛାଡି ପଳାଇଛନ୍ତି। କିନ୍ତୁ ସାନ୍ଦିପନୀ ଏକା ରହି ସେବା କରୁଛନ୍ତି। ସେ ସାନ୍ଦିପନୀ ଙ୍କୁ ଡାକିବାରୁ ଦେଖିଲେ ତାଙ୍କ ଦେହ ସାରା ଘା ହୋଇଛି ।ଏହା ତାଙ୍କ ଯୋଗୁଁ ହୋଇଛି ବୋଲି ସେ ଜାଣି ପାରିଲେ ତେଣୁ ସେ ସାନ୍ଦିପନୀ ଙ୍କୁ ଆଶୀର୍ବାଦ ଦେଇ କହିଲେ ;"ତୁ ପରଂବ୍ରହ୍ମ ଙ୍କୁ ତୋ ଶିଷ୍ୟ ରୂପେ ପାଇବୁ "। ସାନ୍ଦିପନୀ , ସେବା,ଭକ୍ତି ଯୋଗୁଁ କୃଷ୍ଣଙ୍କର ଗୁରୁ ହୋଇପାରିଥିଲେ। ଯୁଗେ ଯୁଗେ ସେବା ପାଇଁ ସେ ଚିର ସ୍ମରଣୀୟ ହୋଇ ରହିଛନ୍ତି।