STORYMIRROR

himansu sekhar

Others

3  

himansu sekhar

Others

ପ୍ରଥମ ଦିନର ପହିଲି ପ୍ରୀତି

ପ୍ରଥମ ଦିନର ପହିଲି ପ୍ରୀତି

2 mins
185

ଆରମ୍ଭ କେମିତି କରିବି ଜାଣିନି ହେଲେ ସାହସ ବାନ୍ଧି କି ଲେଖୁଛି, କାହିଁକି ନା .......

    ସେଦିନ ସନ୍ଧ୍ୟା ବେଳର କଥା । ନୂଆ ନୂଆ କରି ରାୟଗଡ଼ା ଅଫିସ୍ ରେ ଯୋଗ କରିଥିଲି। ଭାଗ୍ୟ ଏମିତି ଖେଳ ଖେଳିବ ବୋଲି କିଏ ଜାଣିଥିଲା, ମୋର ପୋଷ୍ଟିଙ୍ଗ୍ କାଶିପୁର ହେଇଗଲା। କାଶିପୁର ଯେତେବେଳେ ପହିଞ୍ଚିଲି ଭାବିନଥିଲି ଯେ ମୋ ସହ ଏମିତି ଘଟିଯିବ।   

  ସକାଳର ପହିଲି କିରଣର ରାଜରାସ୍ତାରେ ମୋର ସହକର୍ମୀଙ୍କ ସହ ଏକ ଦୋକାନକୁ ଯାଇଥିଲୁ। ଦୋକାନରେ ପହଞ୍ଚି ଦେଖେ କ'ଣ, ହଳଦୀ ମାଖି ମନକୁ ମୋହିଲା ଭଳି ଚିତ୍ତାକର୍ଷକ ଚାହାଣି ତା'ର ଦେଖି ମୁଁ କିଛି ସମୟ ପାଇଁ ସ୍ତଗ୍ଧ ହେଇଗଲି। ମୋର ମନ ସେଇଠି ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ହେଲେ ସେ କିଛି କହିବା ପୂର୍ବରୁ ମୁଁ କହିଲି ମୋତେ ପାନ ଦରକାର, ସେ ଚୁପଚାପ୍ ହେଇକି ବସିକି ରହିଥାଏ ।

        - କ'ଣ ନେବେ।

        - ଥଣ୍ଡା ୨ଟା , ପାନ ୨ଟା ଆଉ ବିସ୍କୁଟ 

     ଏତିକି ଭିତରେ ମୁଁ ଆଉ ମୋର ସହକର୍ମୀ ସହ ମଜାକ ମସ୍ତି ଚାଲିଥାଏ ଆମ କଥା ଶୁଣି କି ମୁରୁକି ମୁରୁକି ହସୁଥାଏ, ଏମିତି ସବୁବେଳେ ସକାଳ ସନ୍ଧ୍ୟା ଯାଏ।

     ଦିନେ ମୋତେ ଗାଳି କଲା କହିଲା କ'ଣ ପାଇଁ ତାଙ୍କୁ ସେମିତି କହୁଛନ୍ତି, କାହିଁକି ଏମିତି ମାନେ ହେଲା କି ମୁଁ ମୋର ସହକର୍ମୀକୁ ସବୁବେଳେ କହେ କି ବସ୍ ଆସୁଛି ବସିକି ପାଗଳଖାନା ଯା ସେଥିପାଇଁ। ହେଲେ ଯେତେବେଳେ ଗାଳି କରେ ମୋତେ ଭଲ ଲାଗେ, ଏମିତି ହେଇକି କଥା ହେବା ଆରମ୍ଭ ହେଲା। ଦିନେ ସାହସ ବାନ୍ଧି କି ଗୋଟେ କାଗଜରେ ଲେଖିକି ଦେଲି , ଉତ୍ତର ମୋତେ ସନ୍ଧ୍ୟା ବେଳେ କହିବ । ସନ୍ଧ୍ୟା ସମୟରେ ଗଲା ବେଳେ ମୋତେ ଡର ଲାଗୁଥିଲା ଯଦି ସିଏ ମତେ ମନା କରିଦେବ ,ସାହସ କରି ଗଲା ପଚାରିଲି କ'ଣ ତମର ଉତ୍ତର ରଖିଛ ,ସେ କହିଲା ଜାଣିନି। ମୁଁ ସନ୍ଦେହରେ ରହିଲି ହଁ ନା ନାହିଁ । 

       - କିଛି କହିବନି କିଛି ତ କୁହ

       - କ'ଣ କହିବି ମୁଁ ଜାଣିନି

       - ଜାଣିନି କହିଲେ କେମିତି ହବ, ହଁ କି ନାଁ କହିଦିଅ...ମୁଁ ଚାଲିଯିବି।

       - ନାଁ ତମେ ରୁହ ଆଉ ଟିକେ ଯାଉ ଯିବ।

ମୋର ଆଉ ଖୁସି କହିଲେ ନ ସରେ ହେଲେ ମୁଁ କହିଲି ସକାଳେ ଆସିବି ଏବେ ଯାଉଛି,

       - ତମ ଇଛା 

ମୋତେ ସେ ତା ମନ କଥା କହିପାରୁ ନଥିଲା ହେଲେ ମୁଁ ଜାଣି ପାରୁଥିଲି ସେ ମୋତେ ଭଲ ପାଇ ବସିଛି । 

      ଯେତେବେଳେ ଯାଏ ସବୁ ବେଳେ ପଚାରେ ମୋତେ ଭଲ ପାଅ କି ନାଁ ତା'ର ଗୋଟାଏ ଉତ୍ତର ଜାଣିନି । 

   ଦିନେ ଉପାୟ ପାଞ୍ଚି ଗୋଟେ ନକଲି ବଦଳି ଦରଖାସ୍ତ ଲେଖିଲି , ତାକୁ କହିଲି ମୋର ଅନ୍ୟ ଜାଗାରେ ବଦଳି ହେଇଯାଇଛି, ମୁଁ ଆଉ ଏଇଠି ରହିବିନି ହେଲେ ସେ ମୋତେ କହିଲା,                                            -କ'ଣ ପାଇଁ ଯାଉଛ...ଯାଅନି ଦୟାକରି ।

      - କ'ଣ ପାଇଁ ଯିବିନି ତମେ ତ ମୋତେ ହଁ ନା କିଛି କହୁନ ।

କିଛି ସମୟ ପାଇଁ ଚୁପ୍ ହେଇ ରହିଲା, ତା'ପରେ ମୋ ସହକର୍ମୀକୁ ପଚାରିଲା ସତରେ ସେ ବଦଳି ହେଇଯାଉଛନ୍ତି, ସେ ବି ହଁ କହିଲା। ମୁଁ ଭାବିଲି ମୋର ଉପାୟଟା ଠିକ୍ କାମ ଦେଇଛି। ତା'ପରେ ମୁଁ ସେଇଠୁ ଚାଲି ଆସିଲା ବେଳେ କହିଲା ଶେଷ ଥର ପାଇଁ ହାତ ମିଶେଇ କି ଯାଅ, ନ ଶୁଣିଲା ଭଳି ଚାଲି ଆସିଲି।

    ଅଧା ବାଟରେ ପୁଣିଥରେ ପଛକୁ ବିସ୍କୁଟ ପାଇଁ ଗଲି ହେଲେ ଦେଖିଲି କ'ଣ ମୁହଁ ତଳକୁ କରି ବସିଛି, ମୋର ସହକର୍ମୀକୁ କହିଲି ଯା ତ ବିସ୍କୁଟ ନେଇ କି ଆସେ,ସେ ଗଲା ବିସ୍କୁଟ ମାଗିଲା, ଆଖିରୁ ଲୁହ ପୋଛି କହିଲା କ'ଣ ନେବ। ମୁଁ ଯେତେବେଳେ ଟଙ୍କା ଦେବାକୁ ଗଲି ମୋତେ ସେ ଅଲଗା ନଜରରେ ଦେଖିଲା ତା ଆଖି କହୁଥାଏ ଯେମିତି ମୋତେ ଏକା କରିକି ନ ଯାଅ । ପରେ ମୁଁ ଭାବିଲି ସେ ମୋତେ ଏତେ ଭଲ ପାଉଛି ହେଲେ କହୁନି କ'ଣ ପାଇଁ। 

  ଏହି ଲେଖାର ତ ଅନ୍ତ ନାହିଁ ଆଶା କରୁଛି କିଛି ସମୟ ପାଇଁ ଘଡ଼ି ରହିଯାଅନ୍ତା କି।

                            ଆର ଥରକୁ..........


Rate this content
Log in