ପରିବାର
ପରିବାର
2 mins
285
କଙ୍କିଟିକୁ ଧରିବାକୁ ଯାଇ ତା ପଛରେ ପଛରେ ଗୋଡେଇ ଅନେକ ବାଟ ଆସିସାରିଥିଲା ଲିପୁ .ଏବେ ସନ୍ଧ୍ୟା ଯାଇ ରାତି ଆସିସାରିଥିଲା ତ ସେ ଘରକୁ ଫେରିବାକୁ ବାଟ ପାଉନଥିଲା.ତ ତାର ନିଜ ଗାଁ ଓ ଘର ସହ ପରିବାର ଲୋକଙ୍କ କଥା ଖୁବ ମନେପଡୁଥିଲା. ମୁନି ତା ଛୋଟ ଭଉଣୀ କହେ କଙ୍କି ଧରଣ... ମାଆ ମରଣ. ଏକଥା କହି କଙ୍କି ଧରିବାକୁ ସେ ବାରଣ କରିବା ସତ୍ୱେ ଆଜି କାହିଁକି ଏଇ ଖଇରିଆ ମିଶା ଲାଲ ରଙ୍ଗର ଲାଞ୍ଜ ଥିବା କଙ୍କିଟିକୁ ଧରିବାକୁ ଯାଇ ସେ କାହିଁ କେତେଦୂର ଚାଲିଆସିଛି! ତା ଆଖିରେ ଲୁହ ଦେଖାଗଲା. ଘର ଲୋକ ଆଜି ତାକୁ କେହି କାହିଁକି ନେବାକୁ ଆସୁନାହାଁନ୍ତି କେଜାଣି!ହୁଏତ ମୁନି ତାର କଙ୍କି ଧରିବା କଥା କହିସାରିଥିବ. ତାକୁ ଖୁବ ଡର ମଧ୍ୟ ଲାଗୁଥିଲା.
ଠିକ ଏତିକି ବେଳେ ଦୂରରୁ ଏକ ଆଲୋକର କ୍ଷୀଣ ଶିଖା ଦେଖି ଡାହାଣି ହୋଇଥାଇପାରେ ବୋଲି ଭାବି ସେ କହୁଥିଲା ଆଉ ଏମିତି ଭୁଲ କାମ କେଵେ କରିବିନି ମତେ ଛାଡିଦିଅ. ପାଖେଇ ଆସିଲା ଆଲୋକ. ଭୟରେ ଜଡ଼ସଡ଼ ହୋଇ ବୋଉଲୋ କହି ପଡିଯିବା ପୂର୍ବରୁ ବୋଉ ହିଁ ତାକୁ କୋଳେଇ ନେଇଥିଲା. ଟର୍ଚ୍ଚ ନେଇ ଜେଜେ କୁଆଡେ ଯାଇଛନ୍ତି ଓ ବାପା ବଜାରକୁ ଚାର୍ଜ ଲାଇଟ ନେଇଯାଇଥିବାରୁ ବୋଉ ଲଣ୍ଠନ ଧରି ଲିପୁକୁ ଖୋଜି ଆସିଥିଲା. ଲିପୁ ଲଣ୍ଠନକୁ ପୁରୁଣାକାଳିଆ ଜିନିଷ କହି ଘୃଣା କରୁଥିବା ବେଳେ ଆଜି ଲଣ୍ଠନ ଯୋଗୁଁ ବୋଉ ତାର ତା ପାଖକୁ ଆସିପାରିଲା. ଘରେ ମୁନି ଦୀପ ଜାଳି ତା ଭାଇକୁ ପାଇ ବୋଉ ଶୀଘ୍ର ଫେରିଆସୁ ବୋଲି ପ୍ରାର୍ଥନା କରୁଥିଲା ବେଳେ ଜେଜେ ଓ ବାପା ମଧ୍ୟ ଘରକୁ ଫେରିଥିଲେ. ବୋଉ ଲିପୁର ଏମିତି କଙ୍କି ପଛରେ ପଡି ଦିଗହଜା କଥା କାହାକୁ କହିନଥିଲେ କାରଣ ମୁନି ଭାଇ କାଳେ ମାଡ଼ ଖାଇବ ଭାବି ବୋଉକୁ ରାଣ ଦେଇ ମନା କରିଥିଲା. ଲିପୁ ମଧ୍ୟ ଆଉ କେଵେ ଅମାନିଆଁ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇସାରିଥିଲା ବୋଉକୁ.ମନ ଭିତରେ ଭାବୁଥିଲା ବଡ଼ ହେଲେ ଏ ଘର ପରିବାର ପାଇଁ ଏକୁଟିଆ ସେ ସବୁକିଛି କରିବାକୁ ପ୍ରସ୍ତୁତ ରହିବ.
