usharani sethi

Children Stories

3  

usharani sethi

Children Stories

ମୋ ବାପା

ମୋ ବାପା

1 min
357


ମୋ ବାପା ଜଣେ ସୈନିକ ଅଟନ୍ତି।ସେ ବହୁତ ଭଲ ଲୋକ ଅଟନ୍ତି। ସେ ଯେତେବେଳେ ଛୁଟିରେ ଘରକୁ ଆସନ୍ତି। ମୁଁ ବହୁତ ଖୁସି ହୁଏ। ମୋ ବାପା ବର୍ଷକୁ ଦୁଇ ଥର ଘରକୁ ଆସନ୍ତି। ବାପା ଘରକୁ ଆସିଲେ ମୋ ପାଇଁ ବହୁତ ଉପହାର ଆଣନ୍ତି। ମୁଁ ବହୁତ ଭଲ ଭଲ ଯାଗାକୁ ବୁଲିବାକୁ ଯାଏ।ମତେ ମୋର ବାପା ଭଲ ପାଠ ପଢିବା ପାଇଁ ବିଭିନ୍ନ ଉପଦେଶ ଦିଅନ୍ତି ଏବଂ ବିଭିନ୍ନ ଶିକ୍ଷା ମଧ୍ୟ ଦିଅନ୍ତି। ମୋ ବାପା ଛୁଟିରେ ଆସିଲେ ସମସ୍ତଙ୍କର ଭଲ ମନ୍ଦ କଥା ବୁଝନ୍ତି। ମୋ ବାପାଙ୍କର ଯେତେବେଳେ ଛୁଟି ସରିଯାଏ ମୋତେ ବହୁତ ଦୁଃଖ ଲାଗେ। ମୁଁ ମୋର ବାପାଙ୍କୁ କୁହେ ଆଉ କିଛି ଦିନ ଆମ ପାଖରେ ରହିଯାଅ। କିନ୍ତୁ ମୋ ବାପା ମୋତେ କୁହନ୍ତି ମୋ କର୍ତ୍ତବ୍ୟ ଆଗ। ମୋ ବାପା କର୍ମକ୍ଷେତ୍ରରେ ପହଞ୍ଚିଲା ପରେ ମୋ ଭଲ ମନ୍ଦ କଥା ଫୋନରେ ବୁଝନ୍ତି। ମୁଁ ମୋର ବାପାଙ୍କ ଠାରୁ ଶିଖିଲି କର୍ତ୍ତବ୍ଯ ଆଗ। ମୁଁ ମୋର ବାପାଙ୍କ ଭଳି ଦେଶର ସେବା କରିବାକୁ ଚାହେଁ।

       


Rate this content
Log in