usharani sethi

Children Stories

4.6  

usharani sethi

Children Stories

ଅର୍ଚ୍ଚନାର ପିଜୁଳି

ଅର୍ଚ୍ଚନାର ପିଜୁଳି

1 min
441


ମୋତେ ଯେତେବେଳେ ତିନି ବର୍ଷ ହୋଇଥିଲା ବାରି ପଛପଟେ ଖେଳୁଥିଲି। ମୁଁ ଦେଖିଲି ଛୋଟ ଗଛଟିଏ ଉଠିଥିଲା ।ମୁଁ ମାଆଙ୍କୁ ପଚାରିଲି ଏଇଟା କି ଗଛ?ମାଆ କହିଲେ ଏଇଟା ପିଜୁଳି ଗଛ ।ମୁଁ କହିଲି ଏହି ଗଛଟିକୁ ଉପାଡ଼ିବା ନାହିଁ ।ସେହି ଦିନଠାରୁ ମୁଁ ମୋର ମାଆ ମିଶିକରି ପିଜୁଳି ଗଛଟିର ଯତ୍ନ ନେଲୁ ।ଏବେ ଗଛର ବୟସ ପ୍ରାୟ ପାଞ୍ଚ ବର୍ଷ ।ଏବେ ଦୁଇ ବର୍ଷ ହେଲା ଗଛରେ ପିଜୁଳି ଫଳୁଛି। ଏହି ଗଛ ପାଇଁ ସମସ୍ତେ ଉପକୃତ। ଘରେ ଆମେ ଶୁଆଟିଏ ରଖିଛୁ ।ତାପାଇଁ ଘରକୁ ପିଜୁଳି ମାଆ ତୋଳିକରି ଆଣନ୍ତି ।ସେଥିରୁ ମୁଁ କିଛି ଖାଏ। ପିଜୁଳି ଗଛ ପାଇଁ ବାହାର ପଶୁ, ପକ୍ଷୀ ମଧ୍ୟ ଉପକୃତ ହୁଅନ୍ତି।

ଗଛ ଲଗେଇଲେ ଆମର ଲାଭ; ୧=ଗଛରୁ ଆମେ ଅମ୍ଳଜାନ ପାଉ। ୨=ଜାଳେଣି ପାଇଁ ଶୁଖିଲା ପତ୍ର ପାଉ। ୩=ଖାଦ୍ୟ ପାଇଁ ଫଳ ପାଉ। ୪=ପରିବେଶ ଶୀତଳ ରୁହେ। ୫=ବାହାର ପଶୁ ଓ ପକ୍ଷୀମାନଙ୍କୁ ଖାଦ୍ୟ ମିଳେ।

ମୁଁ ବହୁତ ଖୁସି ଯେ ଗଛ ଠାରୁ ଆମେ ବହୁତ ଉପକାର ପାରୁଛୁ। ଗଛ ଲଗାଇବା ପୃଥିବୀ ବଞ୍ଚାଇବା।

ଜୟ ଜଗନ୍ନାଥ।



Rate this content
Log in