usharani sethi

Children Stories

4.5  

usharani sethi

Children Stories

ମା'ର ହୃଦୟ

ମା'ର ହୃଦୟ

2 mins
434


ଗୋଟିଏ ଗାଁ ରେ ଗୋଟେ ପରିବାରେ ଜଣେ ମା ତାଙ୍କର ଗୋଟିଏ ଛୋଟ ପୁଅ ସହିତ ରହୁଥିଲେ।ପୁଅଟିର ବାପା ମରିଯାଇଥିଲେ। ସେମାନେ ବହୁତ ଦୁଃଖରେ ଜୀବନ ବିତାଉଥିଲେ। ଦିନେ ପୁଅଟିକୁ ବହୁତ ଭୋକ ଲାଗିଲା। ଘରେ ଦୁଇ ପଟ ରୁଟି ଥିଲା। ମା ନ ଖାଇ ପୁଅକୁ ସେହି ରୁଟି ଦେଇଦେଲେ।ପୁଅଟି କହିଲା ମା ଆସୁନ ମିଶିକି ଖାଇବା। ମା କହିଲେ ନାଇଁ ରେ ପୁଅ! ଘରେ ଅଛି ମୁଁ ପଛରେ ଖାଇବି  ଖାଉଥିବା ବେଳେ ପୁଅଟି କହିଲା ମା ବିନା କ୍ଷୀରରେ ରୁଟି ଖାଇପାରୁ ନାହିଁ।ମା ଟି ଏହା ଶୁଣି ସାଙ୍ଗେସାଙ୍ଗେ ତାଙ୍କ ପଡୋଶୀଙ୍କ ଘରକୁ ଗଲେ। ବହୁତ ସମୟ ପର୍ଯ୍ୟନ୍ତ ମା ନ ଆସିବାରୁ ପୁଅଟି ଭାବିଲା ମା କୁ ଭୋକ ହେଉଛି କି ନାହିଁ ? ସେ ରୋଷେଇ ଘରକୁ ଯାଇ ଦେଖିଲା ବେଳକୁ ଘରେ ଯମା ରୁଟି ନାହିଁ।ସେ କାନ୍ଦିପକାଇଲା। ସେହି ଦିନଠାରୁ ତା'ର ମାଆ ପଡୋଶୀଙ୍କ ଘରେ କାମ କରି କ୍ଷୀର ଆଣି ପୁଅକୁ ଦେଲେ। ଧିରେ ଧିରେ ପୁଅ ବଡ଼ ହେଲା। ବିବାହ ବୟସ ହେବାରୁ ମୋନାଲିସା ନାମକ ଏକ ଝିଅ ସହ ବାହା ହେଲା। ମୋନାଲିସା କୁ ସେଠାରେ ରହି ଭଲ ଲାଗିଲା ନାହିଁ। ପୁଅଟି ବଡ଼ ଚାକିରୀ କଲା। ଏହି ସୁଯୋଗ ଦେଖି ମୋନାଲିସା ଘରେ କିଛି କାମ ନ କରି ନିଜ ଶାଶୁ କୁ ସବୁ କାମ କରିବାକୁ କହି ନିଜେ ଟିଭି ଦେଖିବାକୁ ଲାଗିଲା। ପୁଅଟି ଆସୁ ଆସୁ ଦ୍ଵାର ଖୋଲିବା ପୂର୍ବରୁ ନିଜ ଶାଶୁକୁ ଟିଭି ସାମନାରେ ବସାଇ ଦ୍ବାର ଖୋଲିଲା ଆଉ କହିଲା ମୁଁ ମା'ଙ୍କୁ କହିଲି ମତେ ଆଜି କାମ କରିବାକୁ ଇଚ୍ଛା ହେଉନାହିଁ। ଏହା ଶୁଣି ସେ ମୋତେ ସିଧା ସଳଖ ମନାକରିଦେଲେ ଯାହା ଫଳରେ ମତେ ଆଜି କାମ କରିବାକୁ ପଡ଼ିଲା। ଏହା ଶୁଣି ପୁଅଟି ତା ମାଆ କୁ ଗାଳି ଦେଲା। ଏମିତି କେତେ ଦିନ ଚାଲିଲା। ଦିନେ ମୋନାଲିସା ନିଜେ ଜାଣିଶୁଣି ନିଜ ହାତ କୁ ଜାଳି ଦେଲା ସେ ଦିନ ପୁଅଟି ଆସୁ ଆସୁ କହିଲା ମୋତେ ଆଜି କାମ କରିବାକୁ ଇଚ୍ଛା ନଥିଲା ମୁଁ ମା'ଙ୍କୁ ଏହି କଥା କହିଲି ମାଆ ଆଜି ରାଗରେ ମୋ ହାତକୁ ଜାଳି ଦେଲେ। ଏହା ଶୁଣି ପୁଅଟି ସାଙ୍ଗେସାଙ୍ଗେ ନିଜ ମାଆ କୁ ଘରୁ ବାହାର କରିଦେଲା। କିଛି ଦିନ ସେମାନେ ସୁଖରେ ରହିଲେ। ଦିନେ ପୁଅଟିର ଛାତିରେ ଯନ୍ତ୍ରଣା ହେଲା। ଡାକ୍ତର କହିଲେ ନୂଆ ହୃଦୟ ଦରକାର। ମୋନାଲିସା ଚିନ୍ତାରେ ପଡ଼ିଗଲା। ପୁଅର ମାଆ କୁ ଯେବେ ଏ କଥା ଜଣାପଡ଼ିଲା ସେ ଡାକ୍ତର ଙ୍କୁ ନିଜ ହୃଦୟ ଦେଇଦେଲେ।


Rate this content
Log in