ମିଛୁଆ ମେଣ୍ଢା
ମିଛୁଆ ମେଣ୍ଢା
ଗୋଟିଏ ଗାଁରେ ରଘୁ ନାମକ ଯୁବକ ଥିଲା ତାଆର ଦୁଇଟି ପୁଅ ଥିଲେ । ଜଣେ ଜଗନ୍ନାଥ ଆଉ ଜଣଙ୍କ ନାମ ଶ୍ୟାମ । ଜଗନ୍ନାଥ ବଡ଼ ଓ ଶ୍ୟାମ ସାନ । ରଘୁ ତା ଘରକୁ ମେଣ୍ଢାଟିଏ ଆଣିଲା । ସେ ମେଣ୍ଢା ମଣିଷ ଭଳି କଥା ହେଇପାରୁଥିଲା । ଜଗନ୍ନାଥ ସେ ମେଣ୍ଢାକୁ ଚରେଇବାକୁ ନେଲା । ସେ ମେଣ୍ଢା ପେଟପୁରା ଖାଇଲା । ମେଣ୍ଢା ଓ ଜଗନ୍ନାଥ ଘରକୁ ଫେରିବା ପରେ, ରଘୁ ମେଣ୍ଢା କହିଲା ତୁ କଣ ଖାଇଲୁ ? ମେଣ୍ଢା କହିଲା ମୁଁ କିଛି ଖାଇନି। ଏହାଶୁଣି
ଜଗନ୍ନାଥ କୁ ଘରୁ ବିଦା କରିଦେଲା । ତା' ପର ଦିନ ଶ୍ୟାମ ମେଣ୍ଢା କୁ ଚରାଇନେଲା। ମେଣ୍ଢା ପେଟ ପୁରି ଖାଇଲା । ମେଣ୍ଢା ଓ ଶ୍ୟାମ ଘରକୁ ଫେରିବା ପରେ ରଘୁ କହିଲା ତୁ କଣ ଖାଇଲୁ ? ସେଦିନ ଭଳିଆ ମେଣ୍ଡା କହିଲା ମୁଁ କିଛି ଖାଇନି । ଏହାଶୁଣି ରଘୁ ଶ୍ୟାମ କୁ ଘରୁ ବିଦା କରିଲା । ତା ପର ଦିନ ରଘୁ ମେଣ୍ଢା କୁ ଚରାଇନେଲା। ମେଣ୍ଢା ପେଟ ପୁରି ଖାଇଲା। ରଘୁ କହିଲା ତୁ କଣ ଖାଇଲୁ ? ମେଣ୍ଢା କହିଲା ମୁଁ କିଛି ଖାଇନି। ମିଛୁଆ ମେଣ୍ଢାଟିର କଥା ଶୁଣି ରଘୁ ମେଣ୍ଢା କୁ ବାଡେଇ ବାଡେଇ ମାରିଦେଲା ଓ ତା ପୁଅଦୁଇକୁ ଆଣିଦେଲା।
