STORYMIRROR

Sanjya Tripathy

Others

4  

Sanjya Tripathy

Others

କୋଭିଡ ଯୋଦ୍ଧା

କୋଭିଡ ଯୋଦ୍ଧା

3 mins
278


ଗତ ଜାନୁୟାରୀ ୧, ୨୦୨୦ ତାରିଖରେ ସୁଷମାର ବିବାହ ହୋଇଥିଲା ସରୋଜ ସହିତ । ସରୋଜ ଜଣେ ଡାକ୍ତର ଓ ବଡ଼ ହସପିଟାଲରେ କାମ କରନ୍ତି । ବିବାହର ଅଢେଇ ମାସ ପରେ କାହିଁ କେଉଁଆଡୁ ମାଡି ଆସିଲା ବିଶ୍ୱ ମହାମାରୀ କରୋନା । ସରୋଜଙ୍କୁ କୋଭିଡ଼ ହସପିଟାଲରେ ଆଂଟି ପଡିଲା ଯାହା ଶୁଣି ସୁଷମାର ଅଧା ରକ୍ତ ଶୁଖିଗଲା । ତାର ମ୍ରିୟମାଣ ଅବସ୍ଥା ଦେଖି ସରୋଜ କହିଲେ ଚିନ୍ତା କରନା ।


ଆମେ ପି.ପି.ଇ କିଟ୍, ଗ୍ଲୋଭସ୍ ଓ ମୁଖା ପିନ୍ଧି ରୋଗୀଙ୍କର ଚିକିତ୍ସା କରିବୁ । ତେଣୁ ଆମକୁ ସଂକ୍ରମଣର ଭୟ ନାହିଁ । ଯେତେ ଯାହା ବୁଝାଇଲେ ବି ସୁଷମାର ମନ ବୁଝୁ ନାହିଁ । ସେ ଏକା ଜିଦ୍ ଧରିଛି- ମୁଁ ତୁମକୁ ଛାଡି ରହି ପାରିବି ନାହିଁ । ପରିଶେଷରେ ସରୋଜ କହିଲେ- ଆଛା ! ଡ୍ୟୁଟିର ପ୍ରଥମ ଦିନଟି ମୋତେ ହସି ହସି ଯିବାକୁ ଦିଅ । ମୁଁ ଏହାର କିଛି ବିକଳ୍ପ ବ୍ୟବସ୍ଥା କରିବି । ସେ ଦିନ ସନ୍ଧ୍ୟାରେ ସରୋଜଙ୍କର ନାଇଟ ଡ୍ୟୁଟି ଥିଲା ହସପିଟାଲରେ ତାଙ୍କ କାର୍ଯ୍ୟ ଶେଷ ହେଲା ପରେ ସେ ହସପିଟାଲ ଅଧ୍ୟକ୍ଷଙ୍କୁ ତାଙ୍କର ଅସୁବିଧା ଜଣାଇଲେ । ଅଧୀକ୍ଷକ ମହୋଦୟ ବଡ ଆରାମରେ ସମାଧାନର ସୂତ୍ର ବାହାର କରି ଦେଲେ । ସେ କହିଲେ- ଆପଣଙ୍କ ସ୍ତ୍ରୀ ଯଦି ଆପଣଙ୍କୁ ଛାଡିବାକୁ ନଛୋଡ ବଂଧା- ତାହା ହେଲେ ସେ ନିଜେ ବି ସହାୟିକା ରୂପେ ଏଇ ଯୁଦ୍ଧରେ ସାମିଲ ହୋଇ ଯାଆନ୍ତୁ । ଆପଣ ଦୁଇ ଜଣଙ୍କ ଡ୍ୟୁଟି ସିଫଟରେ ଗୋଟିଏ ୱାର୍ଡରେ ମୁଁ ପକାଇ ଦେବି । କଥାଟା ସରୋଜଙ୍କର ବି ମନକୁ ପାଇଲା । ହେଲେ ଏ ପ୍ରସ୍ତାବରେ ସୁଷମା ରାଜି ହେଲେ ତ ! ଘରେ ପହଂଚିବା ପରେ ନିତ୍ୟକର୍ମ ସାରିବା କ୍ଷଣି ସରୋଜଙ୍କ ହାତକୁ ଚା କପ୍ ଟିଏ ବଢ଼ାଇ ଦେଲେ ସୁଷମା । ଚା କପରେ ଚମକ୍ ଦେଉ ଦେଉ ଡରି ଡରି ସରୋଜ ଅଧୀକ୍ଷକଙ୍କ ପ୍ରସ୍ତାବଟି ସୁଷମା ସାମନାରେ ଉପସ୍ଥାପନାକଲେ । ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ଯେତେବେଳେ ପରମ ଆନନ୍ଦର ସହ ସୁଷମା ପ୍ରସ୍ତାବଟିରେ ରାଜି ହୋଇଗଲେ ।


ସେହି ଦିନ ଠାରୁ ଆରମ୍ଭ ହେଲା ଅଦୃଶ୍ୟ ଶତ୍ରୁ କରୋନା ବିରୁଦ୍ଧରେ ସରୋଜ ଓ ସୁଷମାଙ୍କ ଆଗଧାଡିର ଲଢ଼େଇ । ଏହି ନୂତନ କାର୍ଯ୍ୟ ଓ ତାର ଶୈଳୀ ବାବଦରେ ଅଳ୍ପ ଦିନରେ ସୁଷମା ଅଭ୍ୟସ୍ତ ହୋଇ ଗଲା ଓ ଏହି କାର୍ଯ୍ୟରେ ସେ ଆତ୍ମତୋଷ ମଧ୍ୟ ଲାଭ କଲା । ଜୁଲାଇ ମାସରେ ଓ ଅଗଷ୍ଟ ପ୍ରଥମ ସପ୍ତାହରେ କରୋନାର ଉଭୟ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ଭୟଂକର ଭାବେ ବଢ଼ି ଚାଲିଲା । ବିଶେଷଜ୍ଞମାନେ କହିଲେ ଅଗଷ୍ଟରେ କରୋନା ଶୀର୍ଷ ଛୁଇଁବ । ଏହି କ୍ରମରେ କେବଳ ସାଧାରଣ ଜନତା ନହନ୍ତି, ସମୁଖଭାଗରେ ଥିବା କୋବିଦ୍ ଯୋଦ୍ଧାମାନେ ବି ସଂକ୍ରମିତ ଓ ମୃତ ହୋଇ ଚାଲିଲେ ।


କିଛି ଦିନ ପରେ ସରୋକ ଦେହରେ କରୋନାର ପ୍ରାଥମିକ ଲକ୍ଷଣ ପ୍ରକାଶ ପାଇଲା । ସ୍ଥିର ନିଶ୍ଚିତ ହେବା ପରେ ସରୋଜର ସ୍ବାବ ଟେଷ୍ଟ କରାଗଲା ଯେଉଁଥିରେ ତାର ରିପୋର୍ଟ କୋଭିଡ ପଜିଟିଭ ଆସିଲା । ତତକ୍ଷଣାତ୍ ତା ହସପିଟାଲର ଆଇସୋଲେସନ୍ ୱାର୍ଡରେ ରଖାଗଲା । ତାପରେ ଆରମ୍ଭ ହେଲା ସଂସ୍ପର୍ଶ ଚିହ୍ନଟ । ଏହି ପ୍ରକ୍ରିୟାରେ ପ୍ରଥମେ ପାଳି ପଡିଲା ସୁଷମା ତାର ସାମଗ୍ରିକ ଚେକଅପ ପରେ ଯଦିଓ କୋଭିଡ୍ ନେଗେଟିଭ ରିପୋ ଆସିଲା, କିନ୍ତୁ ଜଣା ପଡିଲା ଯେ ସେ ପାଂଚ ମାସର ଗର୍ଭବତୀ । ଅଧ୍ୟକ୍ଷ କହିଲେ- ମାଡାମ୍ ! ଆପଣ ଘରକୁ ଯାଆନ୍ତୁ । ବର୍ତ୍ତମାନ ଆପଣଙ୍କ ପାଇଁ ଯଥେଷ୍ଟ ବିଶ୍ରାମ ଆବଶ୍ୟକ । ଅନନୋପାୟ ହୋଇ ସୁଷମା ଘରକୁ ଆସିଲା । କିନ୍ତୁ ତାର ମନ ଯାଇ ଏକାନ୍ତ (ଆଇସୋଲେସନ) ରେ ଥିବା ସରୋଜ ପାଖରେ । ମଝି ମଝି ଫୋନ ଯୋଗେ ସରୋଜର ସ୍ୱାସ୍ଥ୍ୟବସ୍ତା ବୁଝୁଥିଲା ସେ । ସେ ଯା ହେଉ ଭଗବାନ ବଡ଼ ଲୋକ । ଦିନ କେଇଟାର ଚିକିତ୍ସା ପରେ ସରୋଜ ସୁସ୍ଥ ହୋଇ ଘରକୁ ଫେରି ଆସିଲେ । ତାକୁ ହସପିଟାଲ କର୍ତ୍ତୄପକ୍ଷ ମାସକର ଛୁଟି ଦେଇଥିଲେ ।


ସୁଷମା ଗର୍ଭବତୀ ଥିବା ଜାଣି ସରୋଜ ଖୁବ ଆନନ୍ଦିତ ହେଲା । ସେଦିନ ସନ୍ଧ୍ୟାରେ ଚା ପକୋଡି ଖାଇ ଖାଇ ଟି.ଭି ଦେଖୁଥିଲା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ଦେଲେ- କୋଭିଡ ରେ ସୁସ୍ଥ ଲୋକ ପ୍ଲାଜମା ଦାନ କରିବା ପା ମୁଖ୍ୟମନ୍ତ୍ରୀଙ୍କ ନିବେଦନ । ତତକ୍ଷଣାତ ସରୋଜ ହେଲ୍ପଲାଇନ ନମ୍ବର ଫୋନ କରି ନିଜର ନାମ ପଞ୍ଜିକୃତ କରିଦେଲେ । ଯଥା ସମୟରେ ସରୋଜ ପ୍ଲାଜମା ଦାନ କଲା ଓ ହସପିଟାଲରେ ନିଜ ଡ୍ୟୁଟିରେ ଯୋଗଦାନ କଲା । ସ୍ବତଃପ୍ରବୃତ ଭାବେ ପ୍ଲାଜମା ଦାନ କରିଥିବା ଅନ୍ୟମାନଙ୍କ ସହ ସେ ମଧ୍ୟ ସରକାରଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲା ।


ଯଥା ସମୟରେ ସୁଷମା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲା । ଶାଶୁଙ୍କ ସହି ମିଶି ନବଜାତ ସଂତାନର ଯତ୍ନ ଓ ରକ୍ଷଣାବେକ୍ଷଣରେ ନିଜର ସବୁ ସମୟ ବିତାଇ ଦେଲା ସୁଷମା। ସେ ଦିନ ସନ୍ଧ୍ୟାରେ ଟି.ଭି.ରେ ଖବର ଦେଖୁଥାଏ ସୁଷମା ହଠାତ୍ ବ୍ରେକିଙ୍ଗ ନିଉଜ ଆସିଲା- କୋଭିଡ ହସପିଟାଲରେ ଅଗ୍ନିକାଣ୍ଡ । ତତକ୍ଷଣାତ ପୁଅକୁ ଶାଶୁଙ୍କୁ ଜିମା ଦେଇ ହସପିଟାଲ ଛୁଟିଲା ସୁଷମା । ସେଇଠି ଜାଣିଲା ସୁରକ୍ଷିତ ଥିଲେ ବି ନିଆଁ ଭିତରେ ରହିଯାଇଥିବା ଲୋକଙ୍କୁ ବଂଚାଇବା ସଁପା ନିଜ ଜୀବନର ବାଜି ଲଗାଇ ଦେଇଥିଲେ ସରୋଜ ଏହି ପ୍ରକ୍ରିୟା ଦରପୋଡା ହୋଇ ସେ ବହଁ କେଆର ୟୁନିଟ୍ ରେ ଚିକିତ୍ସାଧିନ ଅଛି ସରୋଜ ।


ସଂଗେ ସଂଗେ ସରୋଜଙ୍କ ପାଖରେ ପହଂଚିଲା ସୁଷମା। ମୃତପ୍ରାୟ ସରୋଜ, ବୋଧ ହୁଏ ଅପେକ୍ଷା କରିଥିଲେ ତାକୁ । ଶ୍ଵାସରୁଦ୍ଧ କଣ୍ଠରେ କହିଲେ- ଲଢ଼େଇ ସରିଲା । ହେଲେ କଥା ଦିଅ, ତୁମେ ଓ ଆମ ପୁଅ ସମ୍ମୁଖ ଭାଗଣ କୋଭିଡ ଯୋଦ୍ଧା ହେବ । ଏହି ଦି ପଦ କଥା କହି ପରଲୋକକୁ ଚାଲିଗଲେ ସରୋଜ । ହେ ଆଶ୍ଚର୍ଯ୍ୟର କଥା- ସୁଷମା ଜମାରୁ କାନ୍ଦିଲା ନାହିଁ । ସ୍ଵାମୀଙ୍କୁ ଦେଇଥିବା ବାଟ ରକ୍ଷା ପାଇଁ ଛାତିରେ ପଥର ରଖି ଚୁପଚାପ୍ ଘରକୁ ଫେରିଲା ସୁଷମା ।


Rate this content
Log in