କଙ୍କାଳ
କଙ୍କାଳ
କେଉଁ ଏକ ରାସ୍ତା କଡର
ପରିତ୍ୟକ୍ତ ନର୍ଦ୍ଦମା ନିକଟରେ,
ଅଳିଆ ଗଦାରେ ବସି ବର୍ଜ୍ୟବସ୍ତୁ ବସ୍ତୁ ପ୍ରତି ଦୃଷ୍ଟିପାତ କରୁକରୁ,
ଆପଣାର ସ୍ମୃତିଟିକୁ,
ହୃଦୟ ତଟର ଥରା ସ୍ପନ୍ଦନ ରେ ସଞ୍ଚାରଣ
ହେବାର ଦେଖି ସ୍ତମ୍ଭୀଭୂତ ହେବାରେ ଲାଗିଲା ସେ "।
ଗତ,
କେଇଟା ଅନୁଭୂତି,
କିଛି ଅଭୂଲା ସ୍ମୃତିରୁ ପଦେ।
ଏବେ ବି, ବର୍ତ୍ତମାନ ଭଳି ମନେହୁଏ,
ଏ ଦୁନିଆର,
ସ୍ବାର୍ଥପରତାକୁ ନେଇ
ଘଟିଥିବା ଜିବନର ସତ୍ତା କେତେ ଯେ ବିଦୀର୍ଣ୍ଣ।
ସ୍ନାୟୁ ପୁଲକରେ ଜାଗ୍ରତ ହୁଏ
ପ୍ରତି କର୍ତ୍ତବ୍ୟର ପ୍ରତିଫଳନଟି।
ବାଃ "
କେତେ,
ସ୍ବାର୍ଥପର ସତେ ଏ ସମାଜ,
କେତେ ଦାରୁଣ ସମୟର ଦାଉ,
କେତେ ପ୍ରତାରଣା ପ୍ରେମର ପରିଭାଷା,
କେତେ ଝଡ ସତେ ଯେମିତି ଚଲାପଥର ଦୁଇଧାର,
କେତେ ବୋଝ ପରିମାପକର ନିୟମ,
କେତେ ନିନ୍ଦା କର୍ମର ଗତିଶୀଳ ଜିବନରେ,
କେତେ କଦର୍ଯ୍ୟ ନିର୍ଦ୍ଧନର ବିଭିଷିକା,
କେତେ ସନ୍ତାପିତ ହୃଦୟରୁ ଚ୍ଛିନ୍ନ ହେବା ସ୍ପନ୍ଦନ କଲିଜା।
କେତେ ପରାଜୟର ଖେଳ,
କର୍ତ୍ତବ୍ୟର ପ୍ରତିପାଦିତରେ,
କେତେ ଯେ ସମ୍ପର୍କର ଛିନ୍ନତା,
ପରିବର୍ତ୍ତନର ପରିଚୟରେ,
କେତେ କଣ ଘଟିଥିବା,
ଜିବନର ପରିପ୍ରାନ୍ତ ମଧ୍ୟରେ।
କେବଳ!
ଖାଲି, ପ୍ରଶ୍ନବାଚୀଟିଏ ହିଁ ପ୍ରତ୍ୟୁତ୍ତରରେ ମିଳିଛି,
ସେଇ,
"କଙ୍କାଳ" ଟିକୁ।
ତା ବ୍ୟତୀତ କଣ ପାଇଛି, ସିଏ?
ସ୍ବପ୍ନ ଥିଲା,
ଆକାଶର ଉଡନ୍ତା ଚଢେଇ ଭଳି। !!
ଇଚ୍ଛା ଥିଲା,
ଡାଳ ଦେହେ ତୋଳିବାକୁ ସ୍ବପ୍ନର ନଅର।,
ସୁଖ ଦୁଃଖ ର ସଂସାର ଭିତରେ
ନିଜର କର୍ତ୍ତବ୍ୟ ପ୍ରତିପାଦନ କରୁକରୁ,
ସେଇ,
"ଶେଷ ସତ୍ୟର"
ଚାଖଣ୍ଡେ ମାଟିକୁ।
କିନ୍ତୁ,
"କିନ୍ତୁ" 'ତାର ପ୍ରଶ୍ନବାଚୀ ମଧ୍ୟରେ ହିଁ ରହିଯାଏ।
ସତରେ,
ସେ କଣ?
କର୍ମ କୁଢ଼ଟିଏ ,?
ତାର ଚେତନା ଥାଇ ବି ସେ କଣ? ଆଜି ପାଗଳ !!!
କର୍ମ କରି ମଧ୍ୟ ନିଃକର୍ମା, ଜ୍ଞାନ ଜାଣି ସୁଦ୍ଧା ଅଜ୍ଞାନ !!
"ନିଜେ"
ସେଇ ସମାଜର ''
ପ୍ରଶ୍ନବାଚୀ ମଧ୍ୟରେ ରହିଯାଇଥିବା,
ସଜ୍ଞା ହୀନ କଙ୍କାଳ ଟିଏ ..
ନିଜେ "ବୁଝିପାରୁଥିବା
ଅନ୍ତଃଚେତନାର ସେଇ ପରିପ୍ରେକ୍ଷୀରେ।
କର୍ମମୟ ଜୀବନର ଉପହାର,
କେବଳ,
"ବୃଥା" ଟିକକ।
ତଥାପି ନିଜକୁ ଅସହାୟ ମନେ କରିନି,
ସାଉଁଟୁ ଥିବା କର୍ମମୟ ଜୀବନର ସାମାନ୍ୟ କୁଜ୍ଝଟିକାର ପ୍ରହେଳିକା ମଧ୍ୟରେ ଥିବା ସେଇ ଖଦ୍ୟୋତର ଆଲୋକ ରେଖାକୁ ଆପଣେଇ ଆପଣେଇ,
ମଣିଷ ପଣିଆରେ।
ଶିଉଳୀ ତୁଠରେ ଗାଧୋଇବା ଭଳି ଆଗେଇ ଚାଲିଛି
ସମୟର କର୍ମ ପଥରେ, ନିଜର କର୍ତ୍ତବ୍ୟ ପରାୟଣତାର ପରିଚୟରେ।
ଖସି ଯାଉଥିବା ପାଦଟିକୁ ଭିଡ଼ି ରଖି ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛି ଅଦିନ ଝଡରେ ଭାସି ଭାସି ପହଁରୁଥିବା
କୁଟାଖିଅ ଗୁଡିକୁ।
ସତରେ,
ତାର '' କଣ
ଇଚ୍ଛା ନଥିଲା,
ସ୍ରଷ୍ଠାଙ୍କ ସୃଷ୍ଟିର ଐଶ୍ୱର୍ଯ୍ୟ ଉପଭୋଗ ପାଇଁ ,?
ସେ କଣ, ଚାହିଁ ନଥିଲା ରାଜଐଶ୍ବର୍ଯ୍ଯର ପରିପାଟି ,?
ସେ କଣ, ଭାବି ନଥିଲା ତୋଳିବାକୁ ସ୍ବପ୍ନର ସଉଧ ,?
ତା ପାଇଁ କ'ଣ ନଥିଲା ଚାନ୍ଦ ରାତିରେ ବିଳାସପୂର୍ଣ୍ଣ ପଲଙ୍କରେ ପ୍ରୀୟାପ୍ରୀତି ର ମାଧୁର୍ଯ୍ୟତା ,?
ସେ କଣ ଚାହିଁ ନଥିଲା ପାରିବାରିକ ଜୀବନର ପ୍ରେମ ଟିକକ ,?
ସେ କଣ ଚିନ୍ତା କରି ନଥିଲା ପରିବେଶ ଟିକୁ ସଜାଇ ରଖିବ ,?
ସେ କଣ,
ଦେଖିବାକୁ ଭୁଲିଯାଇଥିଲା ଆଗାମୀ କାଲିର ସୁନେଲି ସ୍ବପ୍ନ ,?
ସେ କଣ,
ଭୁଲି ଯାଇଥିଲା ନିଜ ସ୍ଥିତିର ସୀମାରେଖା ଟିକକ ,?
ପାଶୋରି ଥିଲା ତାର କ'ଣ, ବଞ୍ଚିବାର ଇଚ୍ଛା, ନ'ଥିଲା କ'ଣ ଚଲାପଥରେ ଲକ୍ଷ୍ୟର ଶୀର୍ଷକ ..
ସମ୍ମୁଖରେ ପାଇଥିବା,
ସମସ୍ତ ପ୍ରତାରଣା ଆଜି ସେହି
ସମୟ ସୁଅରେ ପରାଜିତ ସାଜିଥିବା କଙ୍କାଳର ପ୍ରଶ୍ନ,
ହଜି ଯାଇଥିବା ସେଇ ସ୍ମୃତି ଟିକକ ପାଇଁ,
ଯା 'ପାଇଁ ଖୋଜୁଛି ଆଜି
ସ୍ମୃତିର ସେ ପୃଷ୍ଠାଟିଏ, ସାଜିଥିବା ଜୀବନର ଗ୍ରନ୍ଥାବଳୀ ତଟୁ।
ହଜିଲା ଦିନର ସମୟର ଖେଳ ଗୁଡିକ ସତେ।
ସାଉଁଟି ଦେଖୁଛି ପରିତ୍ୟକ୍ତ ବର୍ଯ୍ୟବସ୍ତୁ ଗୁଡ଼ିକ ମଧ୍ୟରେ ନିଜର ସେ ବିଗତ ଅତୀତ, !!!
ଅପେକ୍ଷିତ ଖାଲି
ସତେ ସେଇ,
ଆଗାମୀ ପର୍ଯ୍ୟାୟରେ
ଜୀବନର ନାଟକରେ ଅନ୍ତପଟ୍ଟ ଖେଳ ସାରିଥିବା
ଚିତାଗ୍ନିରୁ
"କଙ୍କାଳ" ର
ଚରିତ୍ର ଚିତ୍ରଣର ପାଉଁଶ ମୁଠାଏ ..... ...
ବିଷ୍ଣୁ ପ୍ରସାଦ ମିଶ୍ର
କୋରାପୁଟ
9124049129