STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ଦୁବଘାସ

ଦୁବଘାସ

2 mins
14.3K


ସଞ୍ଜ ନଇଁ ଆସୁଥାଏ,

କାହିଁକି କେଜାଣି, ଅଭିମାନ ଭରା ମନଟାରେ ଅଙ୍କୁରି ଉଠିଲା ସେଇ ରାସ୍ତା ଧାରର ସ୍ତମ୍ଭିତ ଚିନ୍ତା ଟିକକ!

ଦେଖୁଥାଏ,

ସେଇ, ରାସ୍ତା କଡର କେତୋଟି ଥୁଣ୍ଟା ବରଗଛ ପାଖରେ ଥିବା ସେଇ ଆକାଶ ଛୁଆଁ ତାଳ ବୃକ୍ଷ ମାନଙ୍କ ମୂଳରେ ଶିଶିର ସ୍ପର୍ଶରେ ଅଙ୍କୁରି ଉଠୁଥିବା, ସେଇ, ଶତପଦ ଘର୍ଷିତ ନୀଳ ସବୁ ଜିମା ଛନଛନ ପବନରେ ହଲୁଥିବା ଦୁବ ଘାସ ବୁଦାଟିକୁ।

ସତରେ,

କେତେ ଉଦାରତା ପୂର୍ଣ୍ଣ,

କିଛି ସମୟର ମ୍ଳାନ ହୁଏତ ତା ପାଇଁ ସତେ ଯେମିତି ଭଗବାନଙ୍କ କୃପା, ଦେଖୁନ, ଏତେ ପଦାଘାତ ସହିବା ପରେ ବି ସତେ ଯେମିତି ହସି ଦେଉଥାଏ, ସେଇ ସକାଳର କଅଁଳ ଖରାରେ।

ଆକାଶ ଛୁଆଁ, ଉର୍ଦ୍ଧ୍ଵକୁ ଉଠି ଠିଆ ହୋଇଥିବା ତାଳଗଛର ଅତ୍ୟାଚାର, ପ୍ରତି ମୁହୁର୍ତ୍ତରେ ସାଜିଥାଏ ସେଇ ଦୁବଗୁଚ୍ଛର ସ୍ନେହର ପ୍ରତୀକ।

ଏଇ ତ,

କେତେବେଳେ ଗୋରୁ ମାନଙ୍କ ପାକୁଳି ଭିତରେ ଚକଟି ହେଉଥାଏ ତ,

ଆଉ କେତେବେଳେ ସେଇ ବାଛୁରୀ ମାନଙ୍କ ଖେଳ ଭିତରେ ଚକଟି ହେଇ ଯାଉଥାଏ ସେମାନଙ୍କ କୋମଳ ଖୁରା ଘାତରେ। ତଥାପି,

ହାରି ଯାଇନି ସିଏ,

ଶରୀରରୁ ସ୍ୱଳ୍ପକାଳ ପାଇଁ ପରାଜିତ ଜ୍ୟୋତି ନିକଟରେ,

ମାଟି ଦେହରେ ଲୁଚି ରହିଥିବା କ୍ଷୁର୍ଣ୍ଣ କଣିକା ମଧ୍ୟ ଉଲ୍ଲସିତ ହୋଇଯାଏ କିଛି କାକରର ସ୍ପର୍ଶ ସାଥୀରେ।

ନିର୍ବିକାର ମଧ୍ୟରେ ଠିଆ ହୋଇ ଦେଖୁଥାଏ ମୁଁ,

ସେଇ ରାସ୍ତା ଧାରର ଦୁବଗୁଚ୍ଛର ଲମ୍ବା ଲମ୍ବା ଧାଡ଼ି।

ହଠାତ୍, ମେଞ୍ଚାଏ ପବନରେ ଖସି ପଡିଥିବା ତାଳଗଛର ଲମ୍ବା ଡାଳଟିଏ ମାଡ଼ିପଡିଲା ସେଇ ମେଞ୍ଚା ମେଞ୍ଚା ଦୁବ କେରା ଗୁଡିକୁ। ସ୍ମିତ ପବନରେ ଉଠି, ହଲିହଲି ଖେଳୁଥିବା ଦୁବକେରା ଗୁଡିକୁ ଦେଖି ପ୍ରଶ୍ନଟିଏ ପଚାରିଲା ସେଇ, ମାଡି ବସିଥିବା ତାଳ ବାହୁଙ୍ଗାଟି,

ଦୁବ ,!

ସତରେ କଣ? ମୋର ଆଘାତ ତୋତେ କଷ୍ଟ ଦେଇନି !!!!

କ୍ଷୁଦ୍ର ରୂପଟି ତୋର,

କେତେ ଯେ ଯନ୍ତ୍ରଣା ପାଇଥିବୁ, !!

ସତରେ,

ତୋର ଏଇ ଛୋଟିଆ ରୂପ ଟି ଦେଖି ମୁଁ ନିଜକୁ ଗର୍ବିତ ମନେ କରେ ;;

ତୋ ପରି ମୁଁ ମଧ୍ୟ ଗଛଟିଏ,

ତଥାପି,

ମଣିଷ ମୋତେ ଛୁଇଁ ପାରିନି,

ମୋତେ ପାଇବାକୁ ବହୁତ କଷ୍ଟ ସହିବାକୁ ହୁଏ ସେହି ମଣିଷକୁ, ମୋର ପ୍ରତ୍ୟେକ ଅଙ୍ଗ ପାଇବା ମନୁଷ୍ୟ ପକ୍ଷେ କଷ୍ଟ ସାଧ୍ୟ; ସମସ୍ତେ ପାଇ ନଥାନ୍ତି,

ମୋ ଆଶା, ପଥିକ ପାଇଁ ଆଶା ଖାଲି ସ୍ଵପ୍ନ ଦେଖିବା।

ସତରେ ଦେଖ୍,

ମୁଁ କେତେ ବଡ।

ପୁଣି,

ସେଇ ଶାନ୍ଦ୍ର ପବନରେ,

ହଲିହଲି ହସିହସି ଦୁବ କହିଲା,

ଦେଖ ସାଥୀ,

ସେଇଥିପାଇଁ ମୋତେ ଜଗନ୍ନାଥ ଟାହ୍ୟାରେ ଶୀର୍ଷକ କରନ୍ତି, ଆଉ, ତୁ,

ସେଇ, ବଡଦାଣ୍ଡ ତତଲା ବାଲିରେ।

ସତରେ,

ବିଚିତ୍ର ଏ ଭାବର ବିଚାର।

-----------------------------

++++++++++++++++

ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ

9124049129


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra