Monalisa priyadarsini Nanda

Others

5.0  

Monalisa priyadarsini Nanda

Others

କି ସୁନ୍ଦର ମୋର ଜନ୍ମ ଭୂମି

କି ସୁନ୍ଦର ମୋର ଜନ୍ମ ଭୂମି

6 mins
439


ରାଜେଶ ଆଜି ବହୁତ ଖୁସି ବହୁତ ଦିନ ପରେ ଗାଁ କୁ ଆସିଛି । ତାର ପରିବାର ସହିତ । ପ୍ରଳୟଙ୍କରୀ ଫୋନି ମାୟନଗରୀ ଭୁବନେଶ୍ୱରର ସମସ୍ତ ସୌନ୍ଦର୍ଯ୍ୟକୁ ଲୁଟି ନେବା ସହିତ, ଲୋକ ମାନଙ୍କର ଜୀବନ ଶୈଳୀକୁ ପୁରା ବଦଳେଇଦେଇଛି । ଭୁବନେଶ୍ୱରରେ ବିଦ୍ୟୁତ ନାହିଁ, ପାଣି ନାହିଁ, ପଇସା ଥିଲେ ମଧ୍ୟ ଏଟିଏମ ସବୁ ଅଚଳ । ଏସବୁ ପରିସ୍ଥିତି ଭିତରେ ସେ ଗ୍ରାମର ସୁଶୀତଳ ଓ ସୌନ୍ଦର୍ଯ୍ୟ ଭରା ପରିବେଶକୁ ବାହୁଡ଼ି ଆସିଛି । ରାଜେଶ ବାଲୋକନି ରେ ବସିଥିବା ସମୟରେ.. କିଛି ସମୟ ଅତୀତକୁ ଫେରିଯାଇଛି ।


      ଦିନେ ସେ ଏହି ଗ୍ରାମରେ ସାଙ୍ଗ ମାନଙ୍କ ସହିତ ମିଶି କେତେ ସ୍ବପ୍ନ ଦେଖିଥିଲା. ଏଇ ଗାଁରେ ଜମି ପାଇଁ ଭଲ ଡ୍ୟାମଟିଏ ତିଆରି କରିବ ଫଳରେ ଚାଷ ଜମିରେ ପାଣି ପାଇଁ କୃଷକ ମାନେ ଆଉ ଅସୁବିଧାରେ ପଡିବେନି ।ସୁନ୍ଦର ପୋଖରୀଟିଏ ର ବ୍ୟବସ୍ଥା କରିବ ମାଛ ଚାଷ ପାଇଁ ।ଲୋକମାନେ ଚିକିତ୍ସା ପାଇଁ ଶହେ କିଲୋମିଟର ଯିବାକୁ ପଡେ। ସେଥିପାଇଁ ନିଜେ ଡାକ୍ତରୀ ପାସ କରି ନିଜ ଗ୍ରାମରେ ଭଲ ସ୍ୱାସ୍ଥ୍ୟ କେନ୍ଦ୍ରଟିଏ ଖୋଲିକି ଦିନ ଦୁଃଖୀ ଲୋକ ମାନଙ୍କର ସେବା କରିବା ସହିତ । ମା ବାପାଙ୍କ ସେବା ମଧ୍ୟ୍ୟ କରିପାରିବ । ଵିଧିର ନିୟମ ଅନୁସାରେ ସ ସେ ଡାକ୍ତରୀ ପରୀକ୍ଷାରେ ଭଲ ଅଙ୍କ ରଖି ଉତୀର୍ଣ୍ଣ ହେଲା । ବାପା ମା ଙ୍କର ଖୁସିର ସୀମା ରହିଲାନି । ରାଜେଶ ପରିବାର କହିଲେ ବାପା,ମା, ବଡ ଭାଇ, ଭାଉଜ ଓ ପୁତୁରା ଗୁଗୁଲୁକୁ ନେଇ ସୁନ୍ଦର ସ୍ନେହ ପୂର୍ଣ୍ଣ ପରିବାରଟିଏ । ଭାଉଜଙ୍କ ରୋଷେଇ ମନମୁଗ୍ଧ କର,ବୋଉ ହାତ ପଖାଳ କି ବାସ୍ନା ଥିଲା ତାର,ପଖାଳ ସହିତ ପୋଖରୀ ମାଛ ଭଜା,ବଡ଼ିଚୁରା, ଲଙ୍କା, ବାଇଗଣ ଆଳୁ ଓଦା,ବାଡ଼ିର ଜହ୍ନି ପୋଟଳ ଭଜା ଆହାଃ କି ସ୍ୱାଦିଷ୍ଟ ଥିଲା। ସାଙ୍ଗମାନଙ୍କ ସହିତ ଗାଁ ଝରଣା ଗାଧୁଆ । ଏମିତି ଖୁସିରେ ରାଜେଶର ଜୀବନ ବିତିଯାଉଥିଲା |


     ଯେପରି ଏହି ଖୁସି ତାର ଅଳ୍ପ ଦିନ ପାଇଁ ଥିଲା ହଠାତ ତାର ଚିଠି ଆସିଲା ଭୁବନେଶ୍ୱର ଛଅ ନମ୍ବର ମେଡିକାଲରେ ପୋଷ୍ଟିଙ୍ଗ। ରାଜେଶର ଗାଁ ଠାରୁ ଭୁବେନେଶ୍ୱର ଦୁଇଶହ km ରାସ୍ତା। ତେଣୁ ସେଠାରେ ତାକୁ ରହିବାକୁ ପଡିବ,ଗାଁ ମେଡିକାଲ ହୋଇପାରିଲା ନାହିଁ କିନ୍ତୁ ସେ ତାର ସ୍ବପ୍ନ ସାକାର କରିବା ପାଇଁ ଲାଗିପଡ଼ିଲା ।ଭୁବେନେଶ୍ୱରରେ ଡାକ୍ତର ଥାଇ ମଧ୍ୟ ଜିଲ୍ଲାପାଳ ଙ୍କ ସହିତ କଥାବାର୍ତ୍ତା କରି ଗାଁ ରେ ମେଡିକାଲ ଟିଏ ଖୋଲିପାରିଲା ଆଉ ନିଜେ ମଧ୍ୟ ବଦଳି ହୋଇ ଗାଁ ରେ ଚିକିତ୍ସା କଲା.।ଏମିତି ଖୁସିରେ ଦିନଟି ମାନ ବିତିଯାଉଥାଏ ତାର । ହଠାତ ଦେଖା ହେଲା ତାର ନୀଳିମା ସହିତ। ପ୍ରଥମ ଦେଖାରେ ନୀଳିମା ରାଜେଶକୁ ପ୍ରେମ ଭିକ୍ଷା କରିଥିଲା ଓ ସାରା ଜୀବନ ଜୀବନ ସାଥୀ ହେବା ପାଇଁ ଯାଚନା ରଖିଥିଲା । ରାଜେଶ ମଧ୍ୟ ତାର ରୂପ ଲାବଣ୍ୟ ଓ ନିରୀହ ମୁଖ ଦେଖି ତାର କଥାରେ ସମ୍ମତି ଜଣାଇଥିଲା । ଉଭୟଙ୍କର ବିବାହ ମଧ୍ୟ୍ୟ ହୋଇଗଲା । ନୀଳିମା ଥିଲା ଧନୀଶାଳୀ ଘରର ଝିଅ ଗାଁ ରେ ଜୀବନ ବିତାଇବା ତା ପାଇଁ ଅସହ୍ୟ ବୋଧ ହୋଇପଡୁଥିଲା । ପ୍ରତିଟି ମୁହୂର୍ତ୍ତ ତାକୁ ଅଣନିଶ୍ୱାସୀ ଲାଗୁଥିଲା. । ସେ ସର୍ବଦା ରାଜେଶକୁ କହୁଥିଲା କି ଏଠି ମୁଁ ଚାଲିପାରିବିନି। କୂଅରୁ ପାଣି କାଢି ଗାଧୋଇବା ପୁଣି ଏତେ ସକାଳୁ,ଚୁଲି ରୋଷେଇ, ଶୌଚାଳୟରେ ପାଣିର ଅବ୍ୟବସ୍ତା ମୋତେ ଅଣନିଶ୍ୱାସୀ କରିଦେଉଛି ମୁଁ ଆଉ ରହିପାରିବିନି ଏଠାରେ । କିନ୍ତୁ ରାଜେଶ କହିଲା -ଏମିତି ହୁଅନି ନୀଳିମା ଏଠି ପୁଣି ମୋ ପରିବାର ଆଉ ମୁଁ ତ ରହୁଛି , ତୁମକୁ ସେମିତି ରହିବାକୁ ପଡିବ, ଧୀରେ ଧୀରେ ସବୁ ବ୍ୟବସ୍ଥା ମୁଁ କରିଦେବି। କିଛି ଦିନପରେ ରାଜେଶ ଘରେ ପାଣି ମଟର ଲଗାଇଦେଲା । ଗାଧୁଆ ଘର ବି ଠିକ କରିଦେଲା କିନ୍ତୁ ତଥାପି ଏଠି ରହିବାକୁ ଚାହୁଁନି। ତାକୁ ଦରକାର ସହରର ସିନେମା ହଲ, ପାର୍କ, ବଡ ବଡ଼ ସପିଙ୍ଗ ମଲ ଆଉ ସ୍ୱାମୀ ଙ୍କ ସହିତ ଏକୁଟିଆ ରହିବା ଓ ଜୀବନକୁ ଉପଭୋଗ କରିବା,ଏସବୁ ଜାଣିଲା ପରେ ରାଜେଶ ପୁନଃବାର ଭୁବନେଶ୍ୱର ବଦଳି ହୋଇ ନଯିବା ପାଇଁ ମନା କରିଦେଇଥିଲା । ସେଥିପାଇଁ ନୀଳିମା ଶାଶୂଘର ଛାଡି ବାପା ଘରକୁ ଚାଲିଗଲା,ବାପା, ମା ଭାଇ ଓ ଭାଉଜ ରାଜେଶକୁ ବୁଝାଇଲେ,କହିଲେ ତୁ ନୀଳିମାକୁ ନେଇ ଭୁବନେଶ୍ୱର ରେ ରହ। ତୁମେ ଦୁଇଜଣ ଖୁସିରେ ରହିଲେ ଆମେ ଖୁସିରେ ରହିବୁ,ପରିବାର ଲୋକଙ୍କ କଥାକୁ ସମ୍ମାନ ଦେଇ ସେ ଭୁବନେଶ୍ୱରରେ ଯାଇ ରହିଲେ.। ନୀଳିମାର ସ୍ବପ୍ନ ସାକାର ହେଲା. । ବାନ୍ଧବୀ ମାନଙ୍କ ସହିତ ମିଶିବାର ସୁଯୋଗ... ସବୁଦିନ ପାର୍ଟି, କ୍ଳବ, ପାର୍କ, ବଡ଼ ବଡ଼ ହୋଟେଲ ଏପରି ଜୀବନଚର୍ଯ୍ୟାରେ ସେ ଆଜି ବହୁତ ଖୁସି । ରାଜେଶ ଘରକୁ ନଆସିଲେ ମଧ୍ୟ ତାକୁ କିଛି ଫରକ ପଡ଼େନି । ସେ ଭୁଲିଯାଇଛି ରାଜେଶ ପରିବାରର ସମସ୍ତ ସଦସ୍ୟଙ୍କୁ ।. ତାର ଜୀବନରେ ଖୁସି ଖୁସି ଖାଲି ସୁଖ.. ସୁଖରେ କଣ କିଏ ଦୁଃଖୀ ଲୋକଙ୍କୁ ପଚାରେ ।


  ଦିନେ ହଠାତ ଟିଭି ରେଡ଼ିଓ ରେ ପ୍ରଚାର ହେଲା କୁଆଡୁ ଫୋନି ବାତ୍ୟା ଓଡିଶା ରାଜ୍ୟକୁ ମାଡିଆସୁଛି । ବହୁତ କ୍ଷୟ କ୍ଷତି କରିବ ଓଡିଶା ର. । ସତରେ ମେ ଦୁଇରେ ଆସିଲା ପ୍ରଳୟଙ୍କରୀ ବାତ୍ୟା । ସେ ଦାନବର ଶିକାର ହେଲେ ଓଡିଶାବାସୀ ପୁରୀ ଆଉ ଭୁବନେଶ୍ୱରର କ୍ଷୟ କ୍ଷତି ହେଲା ଅତୁଳନୀୟ । ଭୁବନେଶ୍ୱରରେ ରହୁଥିବା ବାବୁ ଓ ବାବୁଆଣୀ ମାନେ ବିଦ୍ୟୁତ ଓ ପାଣି ପାଇଁ ଡହଳ ବିକଳ ହେଲେ । ଜୀବନ ନର୍କ ପାଲଟିଗଲା ତାଙ୍କର। ଇନ୍ଦ୍ରପୁରୀରେ ମରୁଭୂମି ପ୍ରତୀୟମାନ ହେଲା । ସବୁଆଡେ ପାଣି ଓ ବିଦ୍ୟୁତ ପାଇଁ ସଂଘର୍ଷ ଚାଲିଲା । ଏହି ସମୟରେ ନୀଳିମା ଆଉ ରାଜେଶ କଣ ବାଦ ପଡ଼ିବେକି !ସେମାନେ ମଧ୍ୟ ଏହାର ଶିକାର ହେଲେ ।ନୀଳିମା ରାଜେଶକୁ କହିଲା ରାଜୁ ଆଉ ମୁଁ ପାରୁନି, ଆକୁଆଗଡ଼ରେ ଯାହା ପାଣି ଥିଲା ସରିଲାଣି, ଏ ସି ବିନା ବଞ୍ଚଇହେବନି। ରାଜେଶ କହିଲା ଆଉ କଣ କରିବା ଗାଁ ର ତୁମେ ରହିପାରିବନି ଆଉ କୁଆଡେ ଯିବା କୁହ । ଏଇଠି ରହିବାକୁ ପଡିବ । ନୀଳିମା ତାପରେ କେତେ ସମୟ ଚୁପ ରହି ଧୀର ସ୍ୱରରେ କହିଲା -ରାଜେଶ ମୋର ଭୁଲ ହୋଇଯାଇଛି, ଚାଲ ଗାଁ କୁ ଆମେ ଫେରିଯିବା । ତାପରେ ଦୁଇଜଣ ଗାଁ କୁ ଫେରି ଆସିଲେ । ବଡ ଭାଇ ଭାଉଜ ବାପା ମା ସମସ୍ତେ ଆଦର ସହିତ ନୀଳିମା ଓ ରାଜେଶ କୁ ସ୍ୱାଗତ କଲେ । ବଡ ଯା ନିଜ କାନି ପଣତରେ ଦୁଇଜଣ ଙ୍କର ମୁହଁ କୁ ପୋଛିଦେଲେ ।କହିଲେ -କେତେ ଝଡ଼ିଗଲାଣି ଦୁଇଜଣ ଯାକ !ଆସୁ ଆସୁ କୂଅରୁ ଥଣ୍ଡା ପାଣି କାଢ଼ିଦେଲେ ଭାଇ.. ଓ କି ଶାନ୍ତି ଶୀତଳ ଜଳରେ ଗାଧୋଇବା । ସହରରେ ପାଣି ଟାଙ୍କି ରେ ଗରମ ପାଣିରେ ଗାଧେଇଲେ କେତେ ଯେ କଷ୍ଟ ସେମାନେ କେବଳ ଉପଲବ୍ଧି କଲେ । ତାପରେ ପୁଣି ପଖାଳ ଭାତର ମଜା କି ଆନନ୍ଦ !ଯେପରି ସ୍ୱର୍ଗ ପୁର ଭଳି ଲାଗିଲା ଗାଁ ।ବୋଉ ବାଡ଼ି କବାଟ ଖୋଲିଦେଲା ବହିଆସିଲା ସୁଶୀତଳ ଝରଣା ତଳରପ୍ରାକୃତିକ ମଳୟ ପବନ । ଏ ସି ର ବାୟୁ ତା ଆଗରେ ଯେପରି ଫିକା ପଡ଼ିଯିବ |ଏହିପରି ଆସିବାର ଦୁଇଦିନ ହୋଇଗଲାଣି । ହଠାତ ରାଜେଶର ଭାଉଜ ଡାକିଲେ ଆସ ଦିଅର ବାବୁ ଗୋଟେ ସିନେମା ଦେଉଛି ଦେଖବା ସମସ୍ତେ ମିଶିକି ।


ହଠାତ ରାଜେଶ ଭାବନା ରାଇଜରୁ ପ୍ରକୃତିସ୍ଥ ହେଲା । ତାକୁ ଭାରି ଖୁସି ଲାଗିଲା ଘରର ସମସ୍ତ ସଦସ୍ୟଙ୍କ ସହ ନୀଳିମା ମଧ୍ୟ୍ୟ ସେନେମାକୁ ଉପଭୋଗ କରୁଛି । ଦୁଇ ଯା ସନ୍ଧ୍ୟାରେ ସାଙ୍ଗ ହୋଇ ବାଡ଼ିପଟେ ବସି ଗପ ସପ ହୁଅନ୍ତି । ଅନ୍ୟ ସ୍ତ୍ରୀ ଲୋକ ମାନେ ମଧ୍ୟ ସେଠାକୁ ଆସନ୍ତି ନିଳୀମାକୁ ଦେଖିବାକୁ କାରଣ ବହୁତ ଦିନ ପରେ ନୀଳିମା ଗାଁ କୁ ଆସିଛି । ନୀଳିମା ମଧ୍ୟ ସେମାନଙ୍କ ସାଥିରେ ମିଶିକି ଗାଁ ଓ ସହର ର ଫରକ ବୁଝିସାରିଲାଣି । ସହରରେ ତାର ବାନ୍ଧବୀ ମାନେ ଖାଲି ଦେଖାଇ ହୁଅନ୍ତି । ଦେଖେ ନିଲୁ ଆଜି ମୋ ସ୍ୱାମୀ ଏଇ ନେକେଲେଶେ ଆଣିଛନ୍ତି, କେତେ ଟଙ୍କା ଜାଣିଚୁ ଦୁଇ ଲକ୍ଷ । ସେ ଆହୁରି ଦାମୀ ଆଣିବାକୁ କହୁଥିଲେ ମୁଁ ମନା କଲି, ଏମିତି ଆଉଜଣେ କହିବ ମୋର ଏମିତି ବହୁତ ଅଛି । ସେଠି ନୀଳିମା କୁ ଖାଲି ବିରକ୍ତ ଲାଗେ ଯେମିତି ଆଉ କିଛି କଥା ନାହିଁ ଏମାନଙ୍କ ଭିତରେ । କିନ୍ତୁ ଗାଁ ର ନିରୀହ ସରଳ ତରୁଣୀ ମାନଙ୍କର କି ସ୍ନେହ ଭରା କଥା । କୌଣସି ଥିରେ ଶାଢ଼ୀ ଗହଣା କୁ ନେଇ ଦେଖେଇହେବା ଛାପ ନଥାଏ । ନିଳୀମାର ଆଉ ଇଚ୍ଛା ହେଲାନି ସହରକୁ ଯିବା ପାଇଁ କାରଣ ଗାଁ ବି ବହୁତ ଉନ୍ନତି ଶୀର୍ଷରେ ପହଞ୍ଚି ସାରିଲାଣି । ସହରର ପଚାଶ ପ୍ରତିଶତ ବିକାଶ ଗାଁରେ ଦେଖା ଗଲାଣି ତା ସହିତ ସୁନ୍ଦର ପରିବେଶ । ସହର ଗାଡିମଟରର ଦାନଵ ଶବ୍ଦ ଏଠି ନାହିଁ କି ଶାନ୍ତ ପରିବେଶ । ନୀଳିମା ଆଜି ବଦଳି ଯାଇଛି । ଗାଁ ପରିବେଶର ଶୀତଳତା ମନୋରମ ଦୃଶ୍ୟ ତାକୁ ଆକୃଷ୍ଟ କରିଛି। ଗାଁ ର ସଂସ୍କୃତି ଓ ପରମ୍ପରା ରେ ସେ ମାଜିଯାଇଛି ।. ସେ ରାଜେଶକୁ ଯାଇ କାକୁତି ମିନତି ହୋଇ କହିଲା ଶୁଣ ମୋର ଗୋଟେ କଥା ତୁମେ ରଖିବ । ରାଜେଶ କହିଲା ଭୁବେନେଶ୍ୱର ଫେରିଯିବାତ ଏହି କଥା କହୁଚ ଠିକ ଅଛି। କିନ୍ତୁ ନୀଳିମା କହିଲା ନାଇଁ ଭୁବନେଶ୍ୱର ଆଉ ଯିବନି ଆମେ ଏଇଠି ରହିବା । ତୁମେ ବଦଳି ହୋଇ ଗାଁ ମେଡିକାଲକୁ ଆସଭାରି । ଏହାପରେ ରାଜେଶ ଖୁସିରେ ପାଗଳ ହୋଇଗଲା ଆଉ କହିଲା "ଧନ୍ୟମୋର ଜନ୍ମ ଭୂମି ପ୍ରକୃତରେ ତୁ ଯାଦୁକାରୀଣି ମମତାମୟୀ ସ୍ନେହ ରେ ବାନ୍ଧି ରଖିବାର ସାମର୍ଥ୍ୟ କେବଳ ତୋରି ପାଖରେ ଅଛି ଏହାର କିଛି ଦିନ ପରେ ରାଜେଶ ଗ୍ରାମ ର ଯୁବକ ମାନଙ୍କୁ ଏକଜୁଟ କରି ରାସ୍ତାର ଦୁଇ ପାର୍ଶ୍ୱ ରେ ବୃକ୍ଷ ରୋପଣ କଲା । ଉପରିସ୍ଥ ଅଫିସରଙ୍କ ସହ କଥା ବାର୍ତ୍ତା କରି ଗ୍ରାମରେ ଡ୍ୟାମ ପ୍ରସ୍ତୁତ କଲା । ଏହାଦ୍ୱାରା କୃଷିରେ ଉର୍ନତି ହୋଇପାରିଲା । ଚାରିଆଡେ ଫସଲ ସବୁଜିମା ରେ ଗ୍ରାମ ପରିବେଶ ଆହୁରି ରୋମାଞ୍ଚ କର ହୋଇ ଗଢିଉଠିଲା । ସମସ୍ତ ଙ୍କ ଗୃହରେ ଶୌଚାଳୟ ଆଉ ଡଷ୍ଟବିନ ରହିଲା |ଗାଁ ଟି ଯେପରି ସ୍ୱର୍ଗ ଠାରୁ ଅଧିକ ସୁନ୍ଦର ଦେଖାଗଲା । ରାଜେଶ ର ଅଧୁରା ସ୍ବପ୍ନ ମଧ୍ୟ ସାକାର ହେଲା।



Rate this content
Log in