Monalisa priyadarsini Nanda

Others

5.0  

Monalisa priyadarsini Nanda

Others

ଗଙ୍ଗଶିଉଳି

ଗଙ୍ଗଶିଉଳି

4 mins
775


ଫଗୁଣର ବସନ୍ତ ପବନ ପ୍ରଭାବିତ ହେଉଛି। ଆମ୍ବ ବଉଳର ମହକରେ ଚଃର୍ତୁଦିଗ ଆଜି ମହକିତ। ସ୍ୱାତୀ ଆଜି ମୁକ ଭଳି ଦଣ୍ଡାୟମାନ। ପ୍ରକାଶ ତାର ଶରୀରରେ ହୋଲିର ଅବୀର ଢ଼ାଲିଦେଇଛି କିନ୍ତୁ ମୁକ ଜଡ ପ୍ରାୟ ପାଷାଣ ଭଳି ଛିଡା ହୋଇଥିବା ସ୍ୱାତୀ।ବିଜୁଳି ପ୍ରାୟ ଚମକି ଉଠିଛି। ଏବଂ ବହୁତ ଜୋରରେ ରାଗିଯାଇଛି। ମୋତି ସଦୃଶ ଦୁଇ ଚକ୍ଷୁ ରୁ ଅଶ୍ରୁ ନିକ୍ଷିପ୍ତ କରି ଗୃହ ଅଭିମୁଖେ ଚାଲିଯାଇଛି। ପ୍ରକାଶ ତାର ପଛେ ପଛେ ଯାଇଛି,ସେ ଦ୍ଵନ୍ଦ ରେ ପଡିଛି। କାହିଁକି ଆଜି ସ୍ୱାତୀ ଏମିତି ହେଲା ସେ ବୁଝିପାରିନି।

ଦିନ ଥିଲା ସ୍ୱାତୀ ଥିଲା ଗୋଟେ ମୁକ୍ତ ଆକାଶର ବିହଙ୍ଗଭଳି ସମସ୍ତଙ୍କର ପ୍ରିୟ ଝିଅ। ନାନୀ... ଭଉଣୀ... ଗାଁର ଅଲିଅଳି ଜେମା। ସମସ୍ତେ ତାକୁ ଭଲ ପାଇଥାନ୍ତି ସବୁ କୁନି ପିଲାଙ୍କ ସାଥିରେ ତାର ବନ୍ଧୁତା, କୋଉଠି ମିଶି ତୋଟାରୁ ଆମ୍ବ ଚୋରେଇବା, ପୋଖରୀରେ ପହଁରିବା, କବାଡି ଖେଳିବା ଇତ୍ୟାଦି ତାର ନୀତି ଦିନ କାମ। ପାଠ ଭଲ ପଢେ ବି ସେ ସ୍ୱାତୀ । ଦୁଷ୍ଟାମୀ କିନ୍ତୁ ବହୁତ କରୁଥିଲା । ମା ଓ ବାପାଙ୍କର ଗୋଟିଏ ଝିଅ ବୋଲି ଭାରି ଗେଲବସର। ଜମିଦାରଙ୍କ ପୁଅ ପ୍ରକାଶ ସହ ତାର ଦେଖା ହେଲା। ସେତେବେଳେ ସେ ଜମିଦାରଙ୍କ ବଗିଚାରୁ ପିଜୁଳି ଆଣୁଥିଲା। ପ୍ରକାଶ ପ୍ରଥମ ଦେଖାରେ ତାକୁ ଭଲ ପାଇଯାଇଥିଲା । ତାର ବାର୍ତାଳାପରେ ଥିବା ସରଳତା ପ୍ରକାଶକୁ ଆକୃଷ୍ଟ କରିଥିଲା । ପ୍ରକାଶ ସ୍ଥଳବାହନୀରେ ଜଣେ ସୈନିକ ଥିଲା। ସେ ଛୁଟିରେ ଗାଁ କୁ ଆସିଥିଲା। ସେ ଅଜାଣତରେ ନିଜର ହୃଦୟରେ ସ୍ୱାତୀ କୁ ବସେଇସାରିଥିଲା। ଏକ ସୁ ମୁହୂର୍ତ୍ତରେ ସେ ତାର ମନର କଥା ସ୍ୱାତୀ ସାମ୍ନାରେ କହିଲା । ସ୍ୱାତୀ ପ୍ରଥମେ ପ୍ରତ୍ୟାଖାନ କଲା । ସେ କହିଲା ତୁମେ ଜମିଦାର ପୁଅ । ମୁଁ ସାମାନ୍ୟ ଜଣେ ଚାଷୀର ଝିଅ କେମିତି ତୁମକୁ । କିନ୍ତୁ ଶେଷରେ ପ୍ରକାଶର ପ୍ରେମ ତାକୁ ଟାଣି ନେଇଗଲା ପ୍ରକାଶ ପ୍ରତି । ଦୁହେଁ ଦୁହିଁଙ୍କୁ ଛାଡି ଗୋଟେ ମୁହୂର୍ତ୍ତ ବିରହିପାରିଲେନି। ଶେଷରେ ପ୍ରକାଶର ଛୁଟି ସରିଆସିଲା। ସେ ସ୍ୱାତୀ କୁ କହିଲା ଆଉଥରେ ମୁଁ ଛୁଟି ଆସିଲେ ତୁମକୁ ବଧୂ କରିନେଇଯିବି। ଆମ ବିଷୟରେ ବାପାଙ୍କୁ ସବୁ କହିଛି ବେସ୍ତ ହେବନି ସେ ତୁମ ଘରକୁ ଆମ ବିବାହ ପ୍ରସ୍ତାବ ନେଇଯିବେ। ଏହିପରି ସ୍ୱାତୀ କୁ କହି ସେ ଟ୍ରେନ ରେ ବସିକି ଚାଲିଗଲା ତାର ଗନ୍ତବ୍ୟ ସ୍ଥଳକୁ। ସ୍ଵାତି ଭିତରେ ଆଉ ଚପଲାମି ନଥିଲା । ସେ କେବଳ ପ୍ରକାଶର ଆସିବା ପଥ କୁ ଚାହିଁରହିଥିଲା ଚାତକ ପ୍ରାୟ । ଦିନପରେ ଦିନ ଗଡ଼ିଗଲା ପ୍ରକାଶର କିଛି ଖବର ମିଳିଲାନି ତାକୁ। ତାର ଠିକଣାରେ ଚିଠି ଦେଲା । କିନ୍ତୁ ଉତ୍ତର ମିଳିଲାନି। ଜମିଦାର ବି ଘରକୁ ଆସିଲେନି ପ୍ରସ୍ତାବ ନେଇ।

ଦିନକର କଥା ଜମିଦାର ବାବୁ ସ୍ୱାତୀ ଘରକୁ ଆସିଲେ ବହୁତ ମୂଲ୍ୟବାନ ଜିନିଷ ଉପହାର ନେଇ। ତାଙ୍କ ପୁଅ ସହିତ ବିବାହ ପ୍ରସ୍ତାବ ଦେଇକି ତାର ବାପା ଙ୍କୁ କୁଣ୍ଢେଇ ପକେଇଲେ। ସ୍ୱାତୀ ଖୁସିରେ ନାଚିଉଠିଲା। ଯେତେବେଳ ସେ କହିଲେ କି ମୋ ଘରର ବଡ ବଧୂ ତୁମ ଝିଅ ହେବ ସେତେବେଳେ ସ୍ୱାତୀର ପାଦତଳୁ ମାଟି ଖସିପଡିଲା।

ଜମିଦାରଙ୍କର ବଡ ପୁଅ ଘୋଡା ମଦୁଆ । ସେ ଦୁଇ ଥର ବିବାହ କରି ନିଜ ସ୍ତ୍ରୀ ମାନଙ୍କୁ ହତ୍ୟା କରିଛି। ସେ ଗୋଟେ ରାକ୍ଷସ ଓ ପଶୁ ଅଟେ। ସ୍ୱାତୀ ମରିଯିବ ପଛେ ତାକୁ ବିବାହ କରିବ ନାହିଁ। ବାପାଙ୍କୁ ସବୁ କଥା କହିଲା କି ସେ ଜମିଦାର ଙ୍କ ସାନପୁତ୍ର ଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇସାରିଛି। ସ୍ୱାତୀର ବାପା ବି ନିରୁପାୟ କଣ କରିବେ । କିପରି ଜମିଦାରଙ୍କ କଥା ଟାଳିବେ ବୁଝି ପାରୁନଥିଲେ। ତାଙ୍କର ମସ୍ତିଷ୍କର ସିରା ପ୍ରଶିରା ଗୁଡିକ ବାତ୍ୟା ଭଳି ଧାବମାନ। ତଥାପି ଦମ୍ଭର ସହିତ ଜମିଦାରଙ୍କୁ ସବୁ କହିଲେ। ଜମିଦାର ବାବୁ କହିଲେ ମୁଁ ସବୁ ଜାଣିଚି ତୋର ଝିଅ ମୋ ସାନ ପୁଅକୁ ବିବାହ କରିବା କଥା କିନ୍ତୁ ବଡ ପୁଅକୁ ବିବାହ କରିବାରେ ଅସୁବିଧା କିଛି ନାଇଁ। ମୋ ଘରର ବଧୂ ହେବ। ଯେତେ ଟଙ୍କା ତୋର ଦରକାର ମୁଁ ଦେବି। ସ୍ଵାତିର ପିତା ମୁକ ପ୍ରାୟ ଘରକୁ ଫେରିଆସିଲେ। ଝିଅ କୁ ଖାଲି ସାନ୍ତ୍ୱନା ଦବା ଛଡା କୌଣସି ବାଟ ନଥିଲା ତାଙ୍କର। କିନ୍ତୁ ସ୍ୱାତୀ ପ୍ରତିଜ୍ଞା କଲା କି ସେ କେଭେବି ସେ ପଶୁକୁ ବିବାହ କରିବନି। ଏସବୁ କଥା ଜମିଦାର ବଡ ପୁଅ କାନକୁ ଗଲା। ସେ ପ୍ରତିଶୋଧ ନେବାକୁ ଯୋଜନା କଲା।

ସ୍ୱାତୀ ଦିନେ ଆମ୍ବ ତୋଟାରେ ଏକା ଏକା ବୁଲୁଥିଲା। ପ୍ରକାଶର ସ୍ମୃତିରେ ବିମୋହିତ। କୁଆଡେ ଝଡ଼ ଭଳି କେତେଟା ନୃଶଂସ ଲୋକ ମୁଖା ପରିଧାନ କରି ତା ପାଖକୁ ମାଡିଆସିଲେ। ବାଘ ହରିଣ କୁ ଭିଡ଼ିନେଲା ଭଳି ତାକୁ ଟାଣି ନେଇଗଲେ। ସେ ଯେତେ ଚିତ୍କାର କଲା କିଏ ଶୁଣିଲେନି। କିଏ ବା ଶୁଣିବ। ସେଠି କେବଳ ବୁଦା। ତୋଟା । ସେହିଠାରେ ତାର ଆର୍ତଚିତ୍ତାକାରର ସାକ୍ଷୀ ହୋଇରହିଲେ ବୁଦା ଗହଳ.,ଘାସ, ଆଉ ତୋଟା। ଗଙ୍ଗଶିଉଳି ପୁଷ୍ପ ଭଳି ସକାଳର ସୁନେଲି କିରଣ ଦେଖିବା ପୂର୍ବରୁ ଝାଉଁଳି ଗଲା ସ୍ୱାତୀର ସର୍ବସ୍ବ। ସେ ବହୁତ କଷ୍ଟ ରେ ଗୃହ ଅଭିମୁଖେ ଗଲା। ସେ ତାର ଦୁଃଖ କାହାକୁ କହିବ। ବାପା ମା ଙ୍କୁ କହିଲେ ସେ ଜିଅନ୍ତା ମରିଯିବେ। ସେ ସେଦିନଠୁ ମୁକ ଜଡ ପାଲଟିଗଲା। କାହା ସହିତ ମିଶେନି। କାହାକୁ କିଛି କୁହେନି। ହୃଦୟର ଦୁଃଖ ଚାପିରଖି ସବୁ ସାହିଯାଏ। ଏହାର ଦଶ ଦିନ ପରେ ହୋଲି ପଡିଲା। ପ୍ରକାଶ ଛୁଟି ଆସିଲା। ତାର ପ୍ରତୀକ୍ଷା ଆଜି ଶେଷ ହୋଇଛି। ଯୁଦ୍ଧ ରେ ଥିବାରୁ ସେ ସ୍ୱାତୀର କୌଣସି ଚିଠି ପାଇନି। କି ଚିଠି ଦେଇପାରିନି। ପ୍ରଥମେ ସେ ଅବୀର ନେଇକି ସ୍ୱାତୀ ପାଖକୁ ଗଲା।

ସ୍ୱାତୀ ଠୁ ସବୁ ବୃତାନ୍ତ ଜାଣିଲା ପରେ ପ୍ରତିଶୋଧର ନିଆଁ ଜଳିଗଲା। ପ୍ରକାଶ ହୃଦୟରେ ନିଜ ଲୋକ ଏତେ ବଡ ଧୋକା ଦେବେ ସେ କେଭେବି ଭାବି ପାରିନଥିଲା। ସେ ସ୍ଵାତିକୁ ସେଇଦିନ ବିବାହ କରି। ଜମିଦାର ଙ୍କୁ ଦେଖାକରିବାକୁ ଗଲା ଏଂବ ସେ ରାଜମହଲ ନରହି ଏକ କୁଟୀରରେରହିଲା। ନିଜର ବଡ ଭାଇକୁ ପୋଲିସ ରେ ଧରାଇଦେଲା। ସେ ଦୁଇ ପତ୍ନୀ ଙ୍କ ହତ୍ୟା ଓ ସ୍ୱାତୀ ପ୍ରତି କରିଥିବା ଅତ୍ୟାଚାର ପାଇଁ ଆଜୀବନ କାରାଦଣ୍ଡ ଭୋଗିଲା। ସ୍ୱାତୀ ଭଳି ଗଙ୍ଗଶିଉଳି ଜୀବନରେ ସୁନେଲି କିରଣ ଆଣିପାରିଲା ପ୍ରକାଶ। ଭଗବାନ ଯେପରି ଦୁଇଜଣଙ୍କୁ ଦୁହେଁ ଙ୍କ ପାଇଁ ଗଢ଼ିଥିଲେ। ଏମାନଙ୍କ ଭଳି ପୁରୁଷ ଙ୍କୁ କୁହାଯିବ ପ୍ରକୃତ ଦେଶ ପ୍ରେମୀ। ଯେଉଁ ମାନେ ନିଜର ଜୀବନ ଦେଶ ପାଇଁ ତିଳ ତିଳ କରି ଜାଳି ଦେଇ। ନାରୀମାନଙ୍କୁ ପ୍ରକୃତ ସନମାନ ଦିଅନ୍ତି ସାଲୁଟ ସେମାନଙ୍କୁ ।


Rate this content
Log in