STORYMIRROR

Narayan chandra Senapati

Others

4  

Narayan chandra Senapati

Others

ଖେଳ,ଖେଳ ନୁହଁ

ଖେଳ,ଖେଳ ନୁହଁ

4 mins
425


  ଅବନୀ ବାବୁ ଆଜି ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାର ବେଡ଼ରେ ଶୋଇ ରୋଗ ସହ ନୀରବରେ ଲଢେଇ କରୁଛନ୍ତି। ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ତାଙ୍କ କର୍ମଠ ଜୀବନର ଧାରାକୁ ଧୀର ମନ୍ଥର କରିଦେଇଛି। ଆଶ୍ଚର୍ଯ୍ୟ ଚକିତ...ସ୍ତବ୍ଧ ସମସ୍ତେ ! କଣ ନେତ୍ର ଦେଖିଲା ! ଯେଉଁ ଅବନୀ ବାବୁ ରାସ୍ତାରେ ଚାଲିଗଲେ ପବନ ବହୁଥିଲା ଦୌଡୁଥିଲେ ପୃଥିବୀ ଥରୁଥିଲା..ସେ ଆଜି ଡାକ୍ତରଖାନା ବେଡ଼ ରେ!


  ଏଇ କେଇଦିନ ହେବ ଅଫିସକୁ ଆସିବାରେ ବିଳମ୍ବ ହେଉଥିଲା ଅବନୀ ବାବୁଙ୍କର। ସେ ଥିଲେ ଜଣେ ସଚ୍ଚା କର୍ମଚାରୀର ବ୍ୟତିକର୍ମ। ଦୀର୍ଘ ୨୫ ବର୍ଷ ହେଲାଣି ଚାକିରୀ ହେଲେ ଏଇ ଦୀର୍ଘ ଅବଧି ମଧ୍ୟରେ ଯିବା ଆସିବାରେ ଦୁଇ ମିନିଟ ବିଳମ୍ବ ହୋଇନାହିଁ କି ଅନୁପସ୍ଥିତ ରହିଁଥାନ୍ତି।ଉପର ଅଫିସର ବି ତାଙ୍କ ସଚ୍ଚୋଟ ପଣିଆ ସମ୍ନୁୟାନୁବର୍ତ୍ତୀତା, ଦାୟିତ୍ବସମ୍ପନ୍ନ କାର୍ଯ୍ୟକଳାପ ଯୋଗୁ ସମ୍ମାନ ପ୍ରଦର୍ଶନ କରିବାକୁ ଭୁଲନ୍ତି ନାହିଁ। ଅଫିସ୍ ର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ୍ୟସ୍ତ ଥାଏ ତାଙ୍କ ଉପରେ।


 ହେଲେ ଆଜି ସେ ଏତେ ଦୁର୍ବଳ କାହିଁକି ? ପ୍ରଥମେ ଯେତେବେଳେ ସେ ଚାକିରୀରେ ଯୋଗଦେଲେ,ଅଫିସ କାମ ଥିଲା ତାଙ୍କ ମୁଖ୍ୟ କାମ, ଏବଂ ସେ କାମରେ ସ୍ପୃହା ବର୍ଦ୍ଧିତ କରୁଥିଲା ତାଙ୍କ ପ୍ରିୟ ଫୁଟବଲ ଖେଳ। ଦୁଇ ହଜାର ମସିହାରେ ସେ ଛନ୍ଦିହେଲେ ବିବାହ ବନ୍ଧନରେ।ତାଙ୍କ ଘରକୁ ଆସିଲେ ସୁନ୍ଦରୀ ଅପର୍ଣ୍ଣା ଦେବୀ ଅବନୀ ଘରକୁ ଓଢଣା ଟାଣି। ପାଦ ଦେଲେ ତାଙ୍କ ଜୀବନ ସାଥି ହୋଇ ସୁଖ ଦୁଃଖର ଭାଗୀ ହେବେ ଓ ଆନନ୍ଦ ସାଗରରେ ଜୀବନ ତରୀ ବାହିବାକୁ, ହେଲେ ଫଳ ହେଲା ଲେଉଟା।ଅପର୍ଣ୍ଣା ଥିଲେ ବିଳାସ ବ୍ୟସନ ପ୍ରିୟ ଓ ସ୍ୱାର୍ଥପର ମଣିଷ।ସ୍ବାମୀଙ୍କ ସ୍ୱଳ୍ପ ଦରମା ତାଙ୍କ ପାଇଁ ଖୁବ୍ କମ୍ ଥିଲା। ନିଜର ଚାକଚାକ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ଦରକାର ହେଲା ବହୁତ ଅର୍ଥ। ଅବନୀ ବାବୁ ସରଳ ଉଦାର ଏଭଳି ବ୍ୟକ୍ତି ଥିଲେ ଯେ ଅପର୍ଣ୍ଣାର ଅନାଵଶ୍ୟକ ଚାହିଦା ପାଇଁ ପ୍ରତ୍ୟୁତ୍ତର ନକରି ପୂର୍ଣ କରିବାକୁ ଚେଷ୍ଟା କରୁଥିଲେ।


ଅଫିସ କାମ ସହ ଅବସର ସମୟରେ ସାମୟିକ କାର୍ଯ୍ୟ କରି ଅଧିକ ଅର୍ଥ ଉପାର୍ଜନ ଦୌଡ଼ରେ ନିଜକୁ ସାମିଲ କରିଥିଲେ। ଖେଳ ବ୍ୟାୟାମ ପ୍ରିୟ ଥିବା ଅବନୀ ବାବୁ,ପତ୍ନୀ ଅପର୍ଣ୍ଣାଠୁ ଶୁଣିଲେ, "ତୁମେ କଣ ଛୁଆ ହୋଇଛ ଯେ ଖେଳୁଛ, ସେହି ସମୟରେ ଅର୍ଥ ଉପାର୍ଜନ ପାଇଁ କିଛି କାମ କଲେ ପରିବାରର ଉନ୍ନତି ହେବ"।ଶେଷରେ ଅତି ପ୍ରିୟ ଫୁଟବଲ ଖେଳ ଯାହାକୁ ସେ ଜୀବନ ବୋଲି ଭାବିଥିଲେ ତାକୁ ବି କାନ୍ଦି କାନ୍ଦି ବିଦାୟ ଦେଲେ ନିଜ ପତ୍ନୀଙ୍କର ଖୁସି ପାଇଁ। କଠିନ ପରିଶ୍ରମ କରି ବହୁତ ଟଙ୍କା ରୋଜଗାର କଲେ,ମାନସିକ ଚାପ ବହୁତ ବଢିଗଲା ,ହେଲେ ଶାରୀରିକ ବ୍ୟାୟାମ ଅଭାବରୁ ସେ ଦିନକୁ ଦିନ କ୍ଷୀଣ ଓ ଅସୁସ୍ଥ ହୋଇଗଲେ। ଶେଷରେ ଶିକାର ହେଲେ ଉଚ୍ଚରକ୍ତଚାପ ଓ ଡାଇବେଟିସ୍ ରୋଗରେ। ଆଜି ଡାକ୍ତର କହିଲେ ଅତ୍ୟଧିକ ମାନସିକ ପରିଶ୍ରମ ଓ ଶାରୀରିକ ପରିଶ୍ରମର ଅଭାବରେ ଏ ରୋଗର ସୃଷ୍ଟି। ଏ କଥା ଶୁଣି ମୁଣ୍ଡ ତଳକୁ କରି ଅନୁତପ୍ତ ହେଲେ ଅପର୍ଣ୍ଣା । ଏ ଅବସ୍ଥାରେ ଯେ ଦିନେ ନିଜକୁ ସଢ଼ିବାକୁ ପଡିବ ତାହା କଳ୍ପନା କରି ପାରୁ ନଥିଲେ ଅବନୀ ବାବୁ। ନିଜକୁ ଦୋଷୀ ବୋଲି ଭାବି ଧିକ୍କାର କରୁଥିଲେ ସେ। ଅପର୍ଣ୍ଣା କହିଥିଲେ ମୋତେ କ୍ଷମା କର,ମୋ ଯୋଗୁଁ ତୁମର ଏ ଅବସ୍ଥା ହେଲା। ପ୍ରତ୍ୟୁତ୍ତରରେ ଅବନୀ କହିଥିଲେ,ନାଁ ନାଁ ଅପର୍ଣ୍ଣା, ଏସବୁ ପାଇଁ କେବଳ ମୁଁ ହିଁ ଦାୟୀ,ତୁମେ ନୁହଁ। ଅପର୍ଣ୍ଣା ବିସ୍ମିତ ହେବାରୁ ସେ ବୁଝାଇବାକୁ ଯାଇ ଆରମ୍ଭ କରିଥିଲେ ବିଗତ ଦିନର କିଛି କିଛି ଚମକପଦ ଘଟଣା।


  ସମ୍ବିତ ବାହିନୀପତି ଥିଲେ ଅଵନୀର ବାପା, ଯାହାଙ୍କ ବୃତ୍ତି ଥିଲା ଖେଳ ଶିକ୍ଷକତା। ଶିଶୁ ସମୟରୁ ସେ ବାପାଙ୍କ ସକାଳ ସଂଜରେ ବ୍ୟାୟାମ ଦେଖି ଖୁସି ହେଉଥିଲେ ଓ ନିଜେବି କରିବାର କୌତୁହଳ ଜାତ କରୁଥିଲେ। ତାଙ୍କୁ ଛଅ ବର୍ଷ ବୟସରେ ପିତା ସମ୍ବିତ ଆରପାରିକୁ ଚାଲି ଯାଇଥିଲେ ହେଲେ ଖେଳ କୁଦରେ ପାରଦର୍ଶିତା ଲାଭ କରିବାକୁ ସତେ ଯେମିତି ଇଙ୍ଗିତ ଦେଇ ଯାଇଥିଲେ।ସରକାରୀ ବିଦ୍ୟାଳୟରେ ଶିକ୍ଷା ଆରମ୍ଭ କରିଥିଲେ ସେ,ଆଉ ଛୋଟ ବେଳୁ ଖେଳରେ ତାଙ୍କ ଆଗ୍ରହ ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଶିକ୍ଷକଙ୍କ ଉତ୍ସାହ ଓ ନିଜର ପ୍ରବଳ ଆଗ୍ରହ ବଳରେ ଛୋଟ ବେଳୁ ଖେଳକୁଦକୁ ଅନ୍ତରଙ୍ଗ ଆବୋରି ନେଇଥିବା ତାଙ୍କ ପ୍ରବଳ ଉଦ୍ୟମ ଏକ ନୂତନ ଆଲୋକ ପ୍ରଦାନ କରିଥିଲା। ବିଦ୍ୟାଳୟ ସ୍ତରରେ,ବ୍ଲକ ସ୍ତରୀୟ,ଜିଲ୍ଲାସ୍ତରୀୟ ଫୁଟବଲ ତୁର୍ଣ୍ଣାମେଂଟରେ ସେଣ୍ଟର୍ ଫରୱାର୍ଡ ଖେଳାଳି ଭାବେ ତାଙ୍କ ନାମ ଥିଲା ଆଗରେ। ବଲ ପାଇଲେ ଅପରପକ୍ଷର ଖେଳାଳି ଗୋଲ ଖାଇବାକୁ ପ୍ରସ୍ତୁତ ହୋଇ,ହାରିବାର ପ୍ରମାଦ ଗଣନ୍ତି। ପାଠପଢ଼ା ସହ ଖେଳର ସନ୍ତୁଳନ ରକ୍ଷାକରି ଚାଲିଥିଲେ ଆଗକୁ ଆଗକୁ। କେବେବି ପଛକୁ ଫେରି ଚାହିଁ ନାହାନ୍ତି।


 ସେଦିନ କଲେଜର ବାର୍ଷିକ କ୍ରୀଡ଼ା ଉଦଯାପନୀ ଉତ୍ସବରେ କ୍ରୀଡାମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ତାଙ୍କ ବକ୍ତବ୍ୟରେ କହିଥିଲେ,କ୍ରୀଡା ଶିକ୍ଷାର ଏକ ଅବିଛେଦ୍ୟ ଅଙ୍ଗ। ଶିକ୍ଷାର ଉନ୍ନତି କରିବାକୁ ହେଲେ କ୍ରୀଡା କ୍ଷେତ୍ରରେ ଉନ୍ନତି କରିବାକୁ ହେବ। ସେ କହିଥିଲେ,


  "ସକାଳେ ସଂଜେ ବ୍ୟାୟାମ କରିବା

   ଶରୀର ମନକୁ ସୁସ୍ଥ ରଖିବା।"


ବାସ୍ତବରେ ଭଲ ପାଠ ପଢିବାକୁ ହେଲେ ସୁସ୍ଥ ମନ,ଆଗ୍ରହ,ଆନ୍ତରିକତା ଆବଶ୍ୟକ। ଯାହା କ୍ରୀଡା ଦ୍ୱାରା ସମ୍ଭବ ହୁଏ। ଶରୀରର ଅଦରକାରୀ ତରଳ ପଦାର୍ଥକୁ ଝାଳ ଆକାରରେ ବାହାର କରି ରକ୍ତକୁ ପରିଷ୍କାର କରେ।ହଜମ ପ୍ରିକ୍ରିୟାକୁ ନିୟନ୍ତ୍ରଣ କରେ। ଜଣେ ଖେଳାଳୀ ପ୍ରତିଜ୍ଞବଦ୍ଧ,ଜୀଗୀଶୁ ମନୋଭାବୀ,ସାମ୍ୟ ଭାବାପନ୍ନ,ଉଦାର,ଉଚ୍ଚମନା,ଐକ୍ୟ ଭାବାପନ୍ନ,ଅଭେଦ ଭାବୀ,ଭ୍ରାତୃ ଭାବାପନ୍ନ ବ୍ୟକ୍ତି କରି ଗଢି ତୋଳେ। ଯଦ୍ୱାରା ସେ ବ୍ୟକ୍ତିତ୍ୱସମ୍ପନ୍ନ,ଚରିତ୍ରବାନ,ଜାତିପ୍ରେମୀ ଓ ଦେଶପ୍ରେମୀ ହୋଇ ଦେଶ ଜାତିର ଉନ୍ନତି ପାଇଁ ସଂକଳ୍ପବଦ୍ଧ ହୁଏ। ସେହି ଜଣେ ପ୍ରକୃତ ଶିକ୍ଷିତ ବ୍ୟକ୍ତି ହୋଇପାରେ।


 ଏହି ଖେଳଦ୍ୱାରା,ବ୍ୟାୟାମ ଦ୍ୱାରା ଜଣେ ବଡ ବଡ ଦୁଃସାଧ୍ୟ ରୋଗରୁ ମୁକ୍ତିପାଏ। ବୟସ ଅନୁସାରେ ଜଣେ ଆଦର୍ଶ ଦିନଚାର୍ଯ୍ୟାରେ ଜୀବନର ଶେଷକ୍ଷଣ ପର୍ଯ୍ୟନ୍ତ ବ୍ୟାୟାମ ଖେଳକୁଦ ବଜାୟ ରଖିବା ଉଚିତ।

 ତେଣୁ ଏ ସମସ୍ତ ମୂଲ୍ୟବାନ ତଥ୍ୟ ଶୁଣି, ଜାଣି,ଉପଲବ୍ଧି କରି,ହୃଦୟଙ୍ଗମ କରିବି,ଫୁଟବଲ କୁ ତା'ର ଅନ୍ତରଙ୍ଗ ଖେଳରୁ ଅବ୍ୟାହତି ଦେବା ଅସୌଜନ୍ୟ ମୂର୍ଖାମୀ ନୁହଁ ତ ଆଉ କଣ ? ପ୍ରଚୁର ଅର୍ଥ ରୋଜଗାର କରିବାକୁ ଯାଇ ସେ ମୌଳିକ ଶ୍ରଦ୍ଧେୟ ଖେଳଠୁ ଦୂରରେ ରହିଲେ,ଏଥିପାଇଁ ସେ ନିଜକୁ ହିଁ ଦୋଷୀ କଲେ। ଶିଶୁ ବେଳୁ ପିତା ମାତାଙ୍କ ପ୍ରେରଣା, ସ୍କୁଲ କଲେଜ ସବୁଠି ଉତ୍ସାହ ପ୍ରେରଣା ପାଇ ବି ଏସବୁକୁ ଭୁଲିଯିବା ତାଙ୍କ ପକ୍ଷରେ ଅପରାଧ,ଏସମସ୍ତ ତଥ୍ୟ ସମ୍ବନ୍ଧରେ ଶତ ପ୍ରତିଶତ ଜାଣିବି ଏ ସମସ୍ତ ବିଷୟ ରେ ଅଜ୍ଞ ଥିବା ବ୍ୟକ୍ତିକୁ ଅର୍ଥାତ ଅପର୍ଣ୍ଣାକୁ ବୋଧଗମ୍ୟ କରାଇ ନପାରି କୁହୁଡ଼ିରେ ପହଁରିବା ତାଙ୍କର ଭୁଲ ନୁହଁ ବରଂ ଅପରାଧ।


 ଏ ସମସ୍ତ ଶୁଣିବାପରେ ଅନୁତପ୍ତ ଅପର୍ଣ୍ଣା ଅଵନୀକୁ କ୍ଷମା ଭିକ୍ଷା କରିଥିଲେ ଓ ଭବିଷ୍ୟତରେ ଅଫିସ କାମ ସହ ତାଙ୍କ ଚିର ପରିଚିତ ଫୁଟବଲ ଖେଳକୁ ସମ୍ମାନ ଦେବାକୁ ବଦ୍ଧପରିକର ହେଲେ,ଏବଂ କହିଲେ...ପ୍ରକୃତରେ ଖେଳ,ଖେଳ ନୁହଁ...ଏ ତ ସବୁ ଖେଳର ଅସଲ ଇନ୍ଧନ।


Rate this content
Log in