Chittaranjan Nanda

Others Children

3  

Chittaranjan Nanda

Others Children

ଜନ୍ମାଷ୍ଟମୀ ଅବସରରେ

ଜନ୍ମାଷ୍ଟମୀ ଅବସରରେ

2 mins
231



ପ୍ରଥମେ ଅଗଣିତ କୃଷ୍ଣଭକ୍ତଙ୍କୁ ଜନ୍ମାଷ୍ଟମୀରେ ଅଭିନନ୍ଦନ, ଶୁଭେଚ୍ଛା ଓ କୃତଜ୍ଞତା !

ଜନ୍ମାଷ୍ଟମୀର ଶୁଭେଚ୍ଛା।

ମଥୁରା ନରେଶ କଂସର ଦାଉ ଅସହ୍ୟ ଦିନୁ ଦିନ ଅଧିକ ହେଲା।

ଧରିତ୍ରୀ ମା ନିଜ ଦୁଃଖ କୁ ବ୍ରହ୍ମାଙ୍କୁ କହିଲେ। ସର୍ବ ଦେଵଗଣ ମିଳିଲେ ଯାଇ ବିଷ୍ଣୁ ଲୋକରେ ଓ ନିବେଦିଲେ ସର୍ବ ବୃତ୍ତାନ୍ତ ନାରାୟଣଂକ ପାଖରେ। ସେ ପ୍ରତିଶ୍ରୁତି ଦେଲେ କୃଷ୍ଣ ଅବତାର ନେଇ କଂସକୁ ବିନାଶ କରିବେ। ମଥୁରା କଟକରେ କଂସର ଭଗ୍ନୀ ଦେବକୀଙ୍କର ବସୁଦେବ ସାଥେ ବିବାହ ସ୍ଥିର ହୁଏ। ଶୁଭ ବେଳା ମଧ୍ୟେ ବିବାହ ସମ୍ପନ୍ନ ଯେ ହୋଇଲା। ଭଗ୍ନୀ ଭିଣୋଇଙ୍କୁ କଂସ ରଥେ ବସାଇ ନେଉଥିଲା। ଶୁନ୍ୟ ବାଣୀ ହେଲା:

"ରେ କଂସ କିବା ହେଲୁ ପାଗଳ

ଦେବକୀ ଅଷ୍ଟମ ସନ୍ତାନ ତୋର ହୋଇବ କାଳ।"

କ୍ରୋଧେ ଜର ଜର ହୋଇ କଂସ ଭଗ୍ନୀ ଭିଣୋଇଙ୍କୁ ବନ୍ଦୀ ଶାଳାରେ ରଖିଲା। ଗୋଟି ଗୋଟି କରି ସପ୍ତମ ଗର୍ଭ ବଧ କରିଲା। ଅଷ୍ଟମ ଗରଭ ସନ୍ତାନକୁ ସେ ଅପେକ୍ଷା କଲା। ଭାଦ୍ର କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଶୁଭ ବେଳାରେ ବନ୍ଦୀଶାଳରେ କୃଷ୍ଣ ଜନମ ନେଲେ।

କାରାଗାର ଝଲସି ଉଠିଲା ଆଲୋକରେ। ପ୍ରଭୁଙ୍କ ଲୀଳାରେ

ସଭିଙ୍କ ଆଖିରେ ନିଦ ଦେଲ ଭରିଦେଲା। ପ୍ରଭୁ ଦେବକୀ କୋଳରେ ଜନମ ନେଲେ।

ପିତା ଗୋପ ନଗରରେ ଲୁଚାଇବାକୁ ନେଉଥିଲେ। ଉଗ୍ରସେନ ପଥ ଓଗାଳିଲେ। ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନ ଓ ଅପୁର୍ବ ଜ୍ୟୋତି ଦେଖି ପଥ ଛାଡି ଦେଲେ। ଉଜାଣି ଯମୁନା ମଧ୍ୟ ସନ୍ତୋଷରେ ପଥ ଦେଖାଇ ଦେଲା। ଗୋପରାଣୀ ଯଶୋଦାଂକ ଗର୍ଭରୁ ଯୋଗମାୟା ଜନମି ଥିଲେ। 

ଯଶୋଦାଙ୍କ କୋଳେ ବାଳୁତ କୃଷ୍ଣଂକୁ ରଖି ଯୋଗମାୟାଙ୍କୁ ଆଣିଲେ।

ଚେତା ପାଇ ରାଣୀ ଯଶୋଦା ବାଳ କୃଷ୍ଣ ଙ୍କୁ ଦେଖିଲେ। ଆନନ୍ଦରେ ହୃଦୟ ଉଛୁଳି ଉଠିଲା। ନନ୍ଦ ପୁରେ ଗୋବିନ୍ଦ ଗୋପଲୀଳା କଲେ।


ଆଜିର ଦିନରେ ମା ଦେବକୀ ଓ ପିତା ବସୁଦେବଙ୍କ ନିକଟରେ ଜନ୍ମିତ ସନ୍ତାନ ପରେ ଯିଏ ଗୋପରେ ମାଟି ଖାଇଛି, ଲବଣି ଚୋରୀ କରିଛି, କୈଶୋରରେ ଗୋପାଙ୍ଗନା ମେଳରେ ଝରାଇଛି ପ୍ରେମର ଅମୃତ ପ୍ଲାବନ, ଯୌବନର ଅମିତ ପରାକ୍ରମ ଶକ୍ତି ଓ ପ୍ରୌଢରେ କୁରୁ ରଣାଙ୍ଗନାରେ ଯୁଦ୍ଧ ବିମୁଖ ଅର୍ଜୁନଙ୍କ ସମ୍ମୁଖରେ ଜୀବନ ତତ୍ତ୍ୱ ବ୍ୟାଖ୍ୟାକରି ରଣଦର୍ପ ଯୋଦ୍ଧାଙ୍କର ବିନାଶ ସାଧନ କରିଛନ୍ତି, ଶେଷରେ ସାମାନ୍ୟ ଶବରର ଶରାଘାତରେ ପ୍ରାଣ ବିସର୍ଜନ କରିଛନ୍ତି, ସେହି ଅଦୃଶ୍ୟ ଚେତନାକୁ ବିନମ୍ର ପ୍ରଣତି ନିବେଦନ କରୁଛି ଶ୍ରୀ ଦାମୋଦରାଷ୍ଟକମ ଶ୍ଳୋକ ୧ ଉପସ୍ଥାପନାରେ


ନମାମୀଶ୍ବରଂ ସଚ୍ଚିଦାନନ୍ଦ ରୂପଂ 

ଲସତ -କୁଣ୍ଡଳଂ ଗୋକୁଲେ ଭ୍ରାଜମାନମ |

ଯଶୋଦାଭିୟୋଳୁଖ ଲାଦ ଧାବମାନମ୍

ପରାମୃଷ୍ଟଂମତ୍ଯଂ ତତୋ ଦ୍ରୁତ୍ଯ ଗୋପ୍ଯା ||


ଯେଉଁ ପରମେଶ୍ବର ଭଗବାନ ସଚ୍ଚିଦାନନ୍ଦ ସ୍ବରୂପ ଅଟନ୍ତି, ଯାହାଙ୍କ କର୍ଣ୍ଣରେ କୁଣ୍ଡଳ ଦୋଳାୟମାନ, ଯେ ଦିବ୍ଯଧାମ ଗୋକୁଳରେ ଅତି ସୁନ୍ଦରଭାବେ ଶୋଭାୟମାନ, ଯେ ଲବଣୀ ଚୋରୀ କରିଥିବାହେତୁ ମାତା ଯଶୋଦାଙ୍କ ଭୟରେ ଅତି ଦ୍ରୂତ ଗତିରେ ପଳାୟମାନ ହେଉଛନ୍ତି; କିନ୍ତୁ ମାତାହାତରେ ଧରାପଡ଼ିଯାଇଛନ୍ତି-ମୁଁ ସେହି ପରମେଶ୍ବର ଶ୍ରୀ ଦାମୋଦରଙ୍କୁ ମୋର ବିନମ୍ର ପ୍ରଣତି ନିବେଦନ କରୁଅଛି।


ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ! 

ପଦୁ ଗଳୁଛି ମକରନ୍ଦ !!

ପ୍ରଣାମ ।



Rate this content
Log in