Dibyajyoti Mohanty

Others

2  

Dibyajyoti Mohanty

Others

ଜଳଖିଆ

ଜଳଖିଆ

1 min
6.8K


          ଛୋଟ ବେଳୁ ଦେଖିଛି କୌଣସି କାରଣକୁ ନେଇ ବାପା ମା’ଙ୍କ ଭିତରେ ଯେବେ କଳି ଝଗଡା ଲାଗେ ସେହି ସମୟରେ ମା’ ରାଗିକି ସିଧା ସିଧା ବାପାଙ୍କୁ ମନା କରିଦିଅନ୍ତି ଆଜି ରୋଷେଇବାସ ସବୁ ବନ୍ଦ । ରୋଷେଇ କରି କି ଦେଇ ଦେଉଛି ବୋଲି ତୁମକୁ କିଛି ଜଣା ପଡୁନି । ମୁଁ ଯାଉଛି ମୋ ବାପ ଘରକୁ ତୁମେ ତୁମ ଘର ସଂସାର ସମ୍ଭାଳ । କିନ୍ତୁ ତାର ଘଂଟେ କି ଦୁଇ ଘଂଟା ପରେ ମା’ ରୋଷେଇ ବାସ କରି ହାଜର ହୋଇଯାଆନ୍ତି ବାପାଙ୍କ ପାଖେ । ବାପାଙ୍କୁ ଗେହ୍ଲେଇ କୁହନ୍ତି ଆସ ଖାଇବ । ବାପା ବି କିଛି ନ କହି ଆସି ଖାଇବା ଥାଳି ପାଖରେ ବସନ୍ତି ଓ ସବୁତକ ଭାତ ଖାଇ ଉଠନ୍ତି । ଆଉ ସେଦିନ ସନ୍ଧ୍ୟାରେ ଘରେ ଦେଖିବାକୁ ମିଳେ ବଜାରରୁ ବାପା ଧରି ଆସିଥିବା ଜଳଖିଆ ।  

ଦିବ୍ୟଜ୍ୟୋତି ମହାନ୍ତି

              ph.no-7377510254

          Email-mikunmohanty63@gmail.com


Rate this content
Log in