Santosh Kumar Panda

Others

4.0  

Santosh Kumar Panda

Others

ଏ ଯୁଗର ସତ୍ୟବାନ

ଏ ଯୁଗର ସତ୍ୟବାନ

2 mins
146


ଏଇ ଶୁଣୁଛ। ପଡୋଶୀ ଘର ଅପା କହୁଥିଲେ, ଆଜି ସାବିତ୍ରୀ ବ୍ରତ। ତୁମେ ଆଜି ନିଜ ହାତରେ ମୋ ମଥାରେ ସିନ୍ଦୂର ଲଗାଇଦେବ। ଫଳମୂଳ, ଶଙ୍ଖା, ସିନ୍ଦୂର, ଲୁଗା ପଟା କିଛି ମୋର ଲୋଡା ନାହିଁ । କୁହା ବୋଲା ନାହିଁ। ସକାଳୁ ସକାଳୁ କୁଆଡେ ବାହାରି ଯାଇଥିଲ ? ଏକ ନିଃଶ୍ୱାସରେ ରୋହିତକୁ ରାଣୀ କହି ଚାଲିଥାଏ।

  ଆରେ ମୁଁ ଜାଣିଛି ସେ କଥା। ସେଥିପାଇଁ ତ ସବୁକିଛି ଆଣିବାକୁ ବଜାର ଚାଲିଯାଇଥିଲି। ତୁମକୁ କହି ଯାଇଥିଲେ ତୁମେ କ'ଣ ମୋତେ ଛାଡିଥାନ୍ତ ! ତା ଛଡା ତୁମକୁ ମୁଁ ସରପ୍ରାଇଜ ଦେବାକୁ ଚାହୁଁଥିଲି।

ତୁମର କିଛି ଅସୁବିଧା ହୋଇନି ତ ! ତୁମକୁ ନ କହି ଯିବା ମୋର ଭୁଲ୍ ହୋଇଛି। ସରି...ରାଣୀ।

  ରାଣୀର ଆଖିରେ ଲୁହ ଜକେଇ ଆସିଲା।

  ରୋହିତ........ଏ ରୋହିତ, ତୁମେ ଏ କ'ଣ କହୁଛ ? ତୁମେ ଥାଉଁ ଥାଉଁ ମୋର କ'ଣ ଅସୁବିଧା ଯେ । ଦୀର୍ଘ ସାତବର୍ଷ ଧରି ଯିଏ ମୋତେ ଅସୁବିଧାର 'ଅ' ଅକ୍ଷର ବି ଛୁଏଇଁ ଦେଇନି। ସିଏ ଥାଉଁ ଥାଉଁ ମୋର କ'ଣ ଅସୁବିଧା ହେବ। ଖାଲି ଏତିକି ଭାବୁଛି ଓ ଈଶ୍ୱରଙ୍କୁ କୃତଜ୍ଞତା ଜଣାଉଛି କେଉଁ ଜନ୍ମରେ କି ପୁଣ୍ୟ କରିଥିଲି, ସତ୍ୟବାନ ଭଳି ସ୍ଵାମୀଟିଏ ପାଇଛି। ତୁମ ଭଳି ସ୍ଵାମୀ କେଉଁ ସ୍ତ୍ରୀକୁ ମିଳୁ। କିନ୍ତୁ ମୋ ଭଳି ସ୍ତ୍ରୀ କେଉଁ ସ୍ଵାମୀକୁ ନ ମିଳୁ।

 ଆଜି ଭଳି ଦିନରେ ଏ କ'ଣ ସବୁ ଗପିଯାଉଛ ରାଣୀ।

ନା, ରୋହିତ। ଏହା ହିଁ ସତ୍ୟ।

ନା ତୁମକୁ ବାପା ଡାକ ପାଇବାର ସୌଭାଗ୍ୟ ଦେଇପାରିଲି ନା ସ୍ତ୍ରୀଟିଏ ହୋଇ ତୁମ ସେବା କରିପାରିଲି। ବରଂ ସାତବର୍ଷ ଧରି ତୁମକୁ କଷ୍ଟ ଦେଇଚାଲିଛି।

  ବାୟାଣୀ ଭଳି ଏ କ'ଣ କହୁଛ ରାଣୀ।

ଯେଉଁଦିନ ଡାକ୍ତରଖାନାରେ ମୋର ଅବସ୍ଥା ଦେଖି ଡାକ୍ତରମାନେ ତୁମ ସମ୍ମୁଖରେ ଗୋଲକଧନ୍ଦା ରଖିଦେଇଥିଲେ ଯେ ମୋ ଗର୍ଭର ସନ୍ତାନକୁ ବଞ୍ଚାଇବାକୁ ହେଲେ ହୁଏତ ମୋର କ'ଣ ବି ହୋଇପାରେ। ଆଉ ସେଦିନ ତୁମେ ମୋ ସନ୍ତାନକୁ ଛାଡି ମୋତେ ବାଛି ନେଇଥିଲ। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ଶିଶୁ ଜୀବିତ ରହିଲା ନାହିଁ। ମୁଁ ବି ସେଦିନରୁ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଗଲି। ଆଉ ତୁମେ ବିନା ଦ୍ୱିଧାରେ ସେଇଦିନ ଠାରୁ ମୋର ସେବାରେ ଲାଗିଛ। ତୁମେ ଥାଉଁ ଥାଉଁ ମୋତେ ଯମ ବି ନେଇପାରିବନି ରୋହିତ।

ଲଭ ୟୁ ରୋହିତ।

ଲଭ ୟୁ ଭେରି ମଚ୍।

 ରାଣୀ, ଆଜି ଭଳି ଦିନରେ ତୁମେ......।

ଲଭ ୟୁ ଠୁ ମଚ୍, ରାଣୀ।

 



Rate this content
Log in