ବିଶ୍ଵ ଓ ନୀହାରିକା
ବିଶ୍ଵ ଓ ନୀହାରିକା
ପଦ୍ମଜିତ୍ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଛି । ବିଜ୍ଞାନ ବହି ତଥା ବିଜ୍ଞାନ ଭିତ୍ତିକ କାହାଣୀ, ଗଳ୍ପ ପଢ଼ିବା ଓ ଶୁଣିବାକୁ ଖୁବ୍ ଆଗ୍ରହ କରେ । ଅନ୍ୟ ପାଠପଢା ବିଷୟ ଠାରୁ ବିଜ୍ଞାନରେ ପଦ୍ମଜିତ୍ ଖୁବ୍ ଭଲ ନମ୍ବର ରଖେ । ସୂର୍ଯ୍ୟ,ଗ୍ରହ, ସୂର୍ଯ୍ୟପରାଗ,ଚନ୍ଦ୍ର ଗ୍ରହଣ,ବିଶ୍ଵ,ଗ୍ରହଣ ପୁଞ୍ଜ, ନୀହାରିକା, ଉଲକା, ଧୂମକେତୁ,ମହାକାଶ ଯାତ୍ରା ଓ ଯାତ୍ରୀ,ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ, କୃତ୍ରିମ ଉପଗ୍ରହ ଆଦି ବିଷୟରେ ପଦ୍ମଜିତ୍ କୁ ବେଶ୍ ଜଣା । ବିଜ୍ଞାନରେ ତାହାର ଏପରି କାର୍ଯ୍ୟ ଦକ୍ଷତା ହାସଲରେ ତା ଗ୍ରୁରୁଜୀ, ଗୁରୁମା ଓ ପ୍ରଧାନ ଆଚାର୍ଯ୍ୟ ସମେତ ସହପାଠୀ, ମାତାପିତା ଓ ଅଭିଭାବକ ଓ ଆଭିଭାବିକା ଆଦି ସମସ୍ତେ ପ୍ରଶଂସା କରନ୍ତି । ପଦ୍ମଜିତ୍ ର ମାତାପିତା ଶିକ୍ଷିତ ଅଟନ୍ତି । ଦିନେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଙ୍କୁ ପଦ୍ମଜିତ୍ ର ବିଜ୍ଞାନ ସମ୍ବନ୍ଧୀୟ ଏକ ଦଳଗତ କାର୍ଯ୍ୟ ମଞ୍ଚ ଆଧାରିତ କରାଇବାକୁ ପ୍ରସ୍ତାବ ରଖିଲେ । ତଦନୁଯାୟୀ ବିଦ୍ୟାଳୟରେ ଏକ ଦଳଗତ ଆଲୋଚନାର ( Group Discussion) ଆୟଜନ କରାଗଲା । ପ୍ରସଙ୍ଗ ଥିଲା ବିଶ୍ଵ ଓ ନିହାରିକା । ପଦ୍ମଜିତ୍ ଏଥି ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଥିଲା । ଏହା ଏକ କାଳ୍ପନିକ ପରି ଥିଲା । କନଫରେନ୍ସ ହଲ ରେ ପିଲା ବସିଥାଆନ୍ତି । ଅନ୍ୟପଟେ ପଦ୍ମଜିତ୍ ଏକାକୀ ଓ ମଞ୍ଚ ଉପରେ ପଦ୍ମଜିତ୍ ର ବିଜ୍ଞାନ ଗୁରୁଜୀ,ଗୁରୂମା ଓ ପ୍ରଧାନ ଗୁରୁଜୀ ବସିଥାନ୍ତି । ବିଦ୍ୟାଳୟର ଅନ୍ୟ ଗୁରୁଜୀ ଗରୁମା ଗୋଟିଏ ପାର୍ଶ୍ୱରେ ବସିଥାଆନ୍ତି । କିଛି ଶିକ୍ଷାବିତ୍ ଓ ଶୁଭେଚ୍ଛୁମାନଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥାଏ । ପଦ୍ମଜିତର ମାତାପିତାଙ୍କ ପାଇଁ ସ୍ଵତନ୍ତ୍ର ଆସନର ବ୍ୟବସ୍ଥା ହୋଇଥିଲା । ପ୍ରଶ୍ନକାଳ ଆରମ୍ଭ ହେଲା ।
ପ୍ରଧାନ ଆଚାର୍ଯ୍ୟ: - ପଦ୍ମଜିତ୍ ତମେ କହିଲ, ସୂର୍ଯ୍ୟ ଆମ ଆକାଶରେ କେତେ ବର୍ଷ ହେଲା ଅଛି । ଅନ୍ୟ ତାରାଗୁଡ଼ିଜ ଜଣ ସେହିଦିନୁ ଅଛନ୍ତି ?
ପଦ୍ମଜିତ୍ - ସୂର୍ଯ୍ୟ ଆମ ଆକାଶରେ ପାଞ୍ଚଶହ କୋଟି ବର୍ଷ ହେଲା ଅଛି । କେତେକ ତାରା ୧୨ ଶହ କୋଟି ବର୍ଷ ହେଲା ଅଛନ୍ତି । ସେଗୁଡ଼ିକ ବୁଢ଼ା ହେବାକୁ ବସିଲେଣି ।
ଗୁରୁଜୀ - ତା' ଆଗରୁ କ'ଣ ହୋଇଥଲା ?
ପଦ୍ମଜିତ୍ - କୌଣସି ତାରା କି ଗ୍ରହ ନ ଥଲେ । ବିଶ୍ଵ ଜନ୍ମ ହୋଇ ନ ଥୁଲା ଗୁରୁଜୀ ।
ଗୁରୁମା - ବିଶ୍ଵ କ'ଣ ?
ପଦ୍ମଜିତ୍ - ଗ୍ରହ, ନକ୍ଷତ୍ର ଯେଉଁ ଅଞ୍ଚଳରେ ରହିଛନ୍ତି, ତାକୁ ବିଶ୍ଵ କହନ୍ତି । ବୈଜ୍ଞାନିକମାନେ ପରୀକ୍ଷା କରି ଢ଼ାଣିଲେଣି ଯେ ପ୍ରାୟ ୧୫ ଶହ କୋଟି ବର୍ଷ ତଳେ ଏ ଏ ଗ୍ରହ, ନକ୍ଷତ୍ର ସବୁ ଗୋଟିଏ ଛୋଟିଆ ଅଞ୍ଚଳରେ ଠୁଳ ହୋଇଥୁଲେ ।
ପ୍ରଧାନ ଗୁରୁଜୀ - ତାହା କିପରି ସମ୍ଭବ ହେଲା ? ଏତେଗୁଡ଼ାଏ ବିରାଟ ନକ୍ଷତ୍ର ଏକାଠି ହୋଇ ରହିଥୁଲେ କିପରି ?
ପଦ୍ମଜିତ୍: - ସେସବୁ ତ ନକ୍ଷତ୍ର ହୋଇ ନ ଥୁଲା । ଅନୁମାନ, ଶଳି ହୋଇ ରହିଥ୍ଲା । ସେତେବେଳେ ତାପମ ବହୁଚ ବେଶି ଥଲା । ସେହି ବୈଜ୍ଞାନିକମାନେ ଅନୁମାନ କରନ୍ତି କୌଣସି କାରଣରୁ ଏକ ଭୟଙ୍କର ବିସ୍ଫୋରଣ ହେ୍ଭ୍ଲା ବାଣ ଫୁଟିଲେ ଯେପରି ଟୁକୁଡ଼ାମାନ ଚାରିଆଡ଼କୁ ବିଛାଡ଼ି ହୋଇପଡ଼େ ସେମିତି ଶକ୍ତି ଚାରିଆଡ଼କୁ ଖେହେଟୁଂ ହୋଇଗଲା । ତାପମାତ୍ରା ୧ ହଜାର କୋଟି ଡିଗ୍ରୀରୁ ଅଧିକ ଥୁଲା । ସେକେଣ୍ଡର ୧୦୦ ଭାଗରୁ ଭାଗେ ମଧ୍ଯରେ ଚାହା ଏକ ବିରାଟ ସୂର୍ଯ୍ୟ ଆକାରର ହୋଇ କେତେ ନିୟୁତ ଡିଗ୍ରୀକୁ ଥଣ୍ଡା ହୋଇଗଲା ।
ଗୁରୁଜୀ - ଯେଉଁ ଶକ୍ତି ବା ବିକିରଣ ପ୍ରଥମେ ଥିଲା, ତାହା ଏବେ କଣ ବିଶ୍ବରେ ଅଛି ?
ପଦ୍ମଜିତ୍ - ଅଛି । ବିଶ୍ଵ ବହୁତ ଥଣ୍ଡା ହୋଇଯାଇଛି । ଏବେ ବିଶ୍ଵର ତାପମାତ୍ରା କେଲଭିନ୍ ସ୍କେଲରେ ମାତ୍ର ୩
ତିଗ୍ରୀ ।
ଗୁରୁମା - କେଲଭିନ୍ ସେଲ କ'ଣ ?
ପଦ୍ମଜିତ୍ - ଏବେ ଆମେ ବୁଝିପାରିବାନି । ବରଫ ତରଳିଲା ବେଳେ ଯେଉଁ ତାପମାତ୍ରା ହୁଏ ତାହା ୨୭୩ ଡିଗ୍ରୀ କେଲଭିନ୍ ।
ପ୍ରଧାନ ଗୁରୁଜୀ - ସେତେବେଳେ ତ ହାତ କୋଲ ମାରିଯାଏ । ତାକୁ ପରା ଶୂନ ଡିଗ୍ରୀ ସେଣ୍ଟିଗ୍ରେଡ଼୍ କହନ୍ତି କି ?
ପଦ୍ମଜିତ୍ - ଆଜ୍ଞା, ସେହି ତାପମାତ୍ରା କେଲଭିନ୍ ମାପରେ ୨୭୩ ଡିଗ୍ରୀ । ଏଥିରୁ ଅନୁମାନ କଆଯାଏ ଯେ ୩ ଡିଗ୍ରୀ କେଲଭିନରେ ବିଶ୍ବ କେତେ ଥଣ୍ଡା । ହେଲେ ବି ଶୂନ୍ୟ ଡିଗ୍ରୀ କେଲଭିନ୍ ଠାରୁ ତାହା ୩ ଡିଗ୍ରୀ ଅଧିକ । ଏହି ବିକିରଣ ଶକ୍ତି ବିଶ୍ଵର ସେହି ଆଦ୍ୟ ବିକିରଣର କିଛି ଅଂଶ ।
ଗୁରୁଜୀ - ବିଶ୍ଵ କଣ ଏବେବି ବଡ଼ ହୋଇ ଲାଗିଛି ?
ପଦ୍ମଜିତ୍ - ହଁ, ବଡ଼ ହୋଇ ଲାଗିଛି । ଏଥିରେ ଥବା ନକ୍ଷତ୍ରପୁଞ୍ଜ ନିଜ ନିଜଠାରୁ ଦୂରକୁ ଦୂରକୁ ଘୁଞ୍ଚି ଯାଉଛନ୍ତି,କିନ୍ତୁ ବିସ୍ଫୋରଣ ବେଳେ ଯେତେ ଜୋରରେ ଘୁଞ୍ଚି ଯାଉଥିଲେ ଏବେ ସେତିକି ଜୋରରେ ଯାଉ ନାହାନ୍ତି ।
ଗୁରୁମା – ବିଶ୍ୱର ଦୂରତା କିପରି ମପାଯାଏ ?
ପଦ୍ମଜିତ୍- ଆଜ୍ଞା,ଆମେ ଜାଣନ୍ତି ଯେ , ଆଲୋକ ବେଗରେ ମପାଯାଏ । ଆଲୋକ ସେକେଣ୍ଡକୁ ଯେତେ ଦୂର ଯାଏ ତାକୁ ଆଲୋକ-ସେକେଣ୍ଡ କହନ୍ତି । ଏ ଦୂରତା ହେଲା ୩ ଲକ୍ଷ କିଲୋମିଟର । ବର୍ଷକୁ ଯେଉଁ ଦୂରତା ଅତିକ୍ରମ କରେ ତାହା ଏକ ଆଲୋକବର୍ଷ । କିଲୋମିଟରରେ ଏ ଦୂରତା ହେଲା ୯,୩୩୦,୦୦୦,୦୦୦,୦୦୦ ।
ପ୍ରଧାନ ଗୁରୁଜୀ - ଏଡ଼େ ବଡ଼ ସଂଖ୍ୟା !
ପଦ୍ମଜିତ୍ - ସେତିକି ନୁହେଁ, ବିଶ୍ଵର ସୀମାରୁ ଆଲୋକ ପୃଥୁବୀକୁ ଆସିବାକୁ ଏବେ ନିୟୁତ ନିୟୁତ ବର୍ଷ ଲାଗିବ । ସେହି ଆସିବା ସମୟ ମଧ୍ଯରେ ବିଶ୍ଵର ସୀମା ଅଧିକ ଅଧିକ ଦୂରକୁ ଲମ୍ବି ଯାଉଛି ।
ଗୁରୁଜୀ - ଏ ବିଶ୍ଵରେ ନକ୍ଷତ୍ର ନକ୍ଷତ୍ର ମଧ୍ୟରେ କ'ଣ ଫାଙ୍କା ସ୍ଥାନ ଅଛି ନା ଆଉ କ'ଣ ଅଛି ?
ପଦ୍ମଜିତ୍:- ବିଶ୍ଵରେ ଯେତେ ଯାହା ପଦାର୍ଥ ଅଛି ସବୁ ଭିନ୍ନ ଭିନ୍ନ ପ୍ରକାର ପରମାଣୁରେ ଗଠିତ । ପରମାଣୁ ମୂଳରୁ ନ ଥୁଲା । ମହାବିସ୍ଫୋରଣ ବେଳେ ଶକ୍ତିରୁ କେତେକ ମୌଳିକ କଣିକା ଜନ୍ମିଲା । ସେହି ମୌଳିକ କଣିକା ମଧ୍ଯରୁ ଇଲେକ୍ଟ୍ରନ୍, ପ୍ରୋଟନ୍ ଓ ନ୍ଯୁଟ୍ରନ୍ ମିଳି ପରମାଣୁ ଗଠନ କଲେ । ହିଲିୟମର ପରମାଣୁରେ ୨ଟି ପ୍ରୋଟନ୍ ଓ ଦୁଇଟି ନିଉଟ୍ରନ୍ ମିଳି ତା'ର ନାଭିକ ତିଆରି ହେଲା । ସେହି ନାଭିକ ଚାରିପଟେ ୨ଟି ଇଲେକଟ୍ରନ୍ ଘୂରି ହିଲିୟମ ପରମାଣୁ ତିଆରି ହେଲା । ଏହି ସଂଖ୍ୟା ଅଲଗା ଅଲଗା ହୋଇ ନୂଆ ନୂଆ ପ୍ରକାର ପରମାଣୁ ତିଆରି ହେଲା ।
ଗୁରୁମା - ଗ୍ରହ ଓ ନକ୍ଷତ୍ର କିପରି ତିଆରି ହେଲେ ?
ପଦ୍ମଜିତ୍ - ପରମାଣୁର ଅନ୍ୟ ପରମାଣୁ ପ୍ରତି ଆକର୍ଷଣ ରହିଲା । ଗୁଡ଼ିଏ ପରମାଣୁ ଏକାଠି ହୋଇ ଅନ୍ୟ ପରମାଣୁକୁ ଆକର୍ଷଣ କଲେ । ଏହାକୁ କୁହାଗଲା ମାଧ୍ୟାକର୍ଷଣ ବଳ । ମାଧ୍ୟାକର୍ଷଣ ବଳରେ ଆକୃଷ୍ଟ ହୋଇ ପରମାଣୁଗୁଡ଼ିକ ମେଞ୍ଚା ମେଞ୍ଚା ବା ଦଳ ଦଳ ହୋଇଗଲେ । ସାଧାରଣତଃ ନକ୍ଷତ୍ରଗୁଡ଼ିକ ଉଦଜାନ ଓ ହିଲିୟମ ପରମାଣୁରେ ଗଠିତ । ଯେଉଁ ଗ୍ରହଗୁଡ଼ିକ କଠିନ ହୋଇଗଲେ ସେଥିରେ ଅଙ୍ଗାରକ ବା କାର୍ବନ ଏବଂ ଲୌହ ପରମାଣୁ ଥୁବାର ଦେଖାଗଲା ।
ପ୍ରଧାନ ଗୁରୁଜୀ - ପଦ୍ମଜିତ୍, ବିଶ୍ଵ ତାହାହେଲେ କେତେ ବଡ଼ ?
ପଦ୍ମଜିତ୍ - ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ ବିଶ୍ଵ କେତେ ବଡ଼ କଳନା କରିପାରି ନାହାନ୍ତି । ଏ ପର୍ଯ୍ୟନ୍ତ ସେମାନେ ୩୦ କୋଟି ଆଲୋକବର୍ଷ ଦୂରତାରେ ଥୁବା ନକ୍ଷତ୍ରରୁ ଆଲୋକ ପାଇ ପାରିଲେଣି ।
ଗୁରୁଜୀ - ଏତେ ଦୂରରେ ଥୁବା ନକ୍ଷତ୍ର ଓ ପୃଥିବୀ ମଧ୍ୟରେ କ'ଣ ଅଛି ?
ପଦ୍ମଜିତ୍ - ଏହା ମଧ୍ୟରେ ଅଛି ମାଳ ମାଳ ନୀହାରିକା ।
ଗୁରୁମା - ନୀହାରିକା ପୁଣି କ'ଣ ?
ପଦ୍ମଜିତ୍ - କୋଟି କୋଟି ତାରା, ଗ୍ରହ, ଧୂଳିକଣା, ଗ୍ୟାସ୍ ଏକାଠି ହୋଇ କୌଣସି ଅଞ୍ଚଳରେ ରହିଲେ ତାକୁ ଏକ ନୀହାରିକା କୁହାଯାଏ । ଗୋଟିଏ ନୀହାରିକା ଓ ଅନ୍ୟ ନୀହାରିକା ମଧ୍ଯରେ ବହୁତ ଫାଙ୍କା ସ୍ଥାନ ଥାଏ । ପ୍ରକୃତରେ ତାହା ମହାଶୂନ୍ୟ ନୁହେଁ । ସେଥିରେ ମଧ୍ଯ ଅତି ପତଳା ହୋଇ ଅଜସ୍ର ଧୂଳିକଣା, ଗ୍ୟାସ୍କଣିକା ବା ପରମାଣୁ ଭାସି ବୁଲୁଥାନ୍ତି ।
ପ୍ରଧାନ ଗୁରୁଜୀ - ତାହାହେଲେ ନକ୍ଷତ୍ର କୌଣସି ଗୋଟିଏ ନୀହାରିକାରେ ଥାଏ । ଆମ ସୂର୍ଯ୍ୟ କେଉଁ ନୀହାରିକାରେ ଅବସ୍ଥିତ ?
ପଦ୍ମଜିତ୍ - ସୂର୍ଯ୍ୟ ଓ ତା' ପରିବାର ଯେଉଁ ନୀହାରିକାରେ ଅଛି ତାକୁ ଆମେ କହୁ ଆକାଶଗଙ୍ଗା । ଏହା ଏକ କୁଣ୍ଡଳୀ ପରି । କୁଣ୍ଡଳୀର ଏକ ବାହୁରେ ସୂର୍ଯ୍ୟ ଅଛି । ଏହି ଆକାଶଗଙ୍ଗାର ଅନ୍ୟ ଅଂଶକୁ ଆମେ ରାତିରେ ଧଳାଛିଞ୍ଚା ରାସ୍ତା ପରି ଦେଖୁ । ପ୍ରକୃତରେ ତାହା ଗୁଡ଼ିଏ ନକ୍ଷତ୍ରର ସମଷ୍ଟି ।
ଗୁରୁଜୀ - ସବୁଠାରୁ ବଡ଼ ନୀହାରିକା କିଏ ? ।
ପଦ୍ମଜିତ୍ - ଏହି ନୀହାରିକାର ନା ଆଣ୍ଡ୍ରୋମେଡ଼ା । ରାତିରେ ନିର୍ମଳ ଆକାଶରେ ଏହା ଗୋଟିଏ ଧଳା ଧୁଆଁଳିଆ ପିଣ୍ଡୁଳା ପରି ଦିଶେ । ଏହା ଆମ କୁଣ୍ଡଳାକାର ନୀହାରିକାଠାରୁ ଯଥେଷ୍ଟ ବଡ଼ । ଏଥିରେ ପ୍ରାୟ ୨୦ ହଜାର କୋଟି ତାରା ଅଛନ୍ତି । ବିଶ୍ଵରେ କେତେ ନା କେତେ ନୀହାରିକା ଅଛନ୍ତି । ଅନୁମାନ ୧ ଲକ୍ଷ କୋଟି ନୀହାରିକା ଅଛନ୍ତି ।
ଗୁରୁମା - ସେହି ନୀହାରିକାଗୁଡ଼ିକର କେନ୍ଦ୍ରରେ କ'ଣ ଅଛି ?
ପଦ୍ମଜିତ୍ - ନୀହାରିକା କେନ୍ଦ୍ର କଥାଟା ଏକ ଭିନ୍ନ ପ୍ରଶ୍ନ ?
ଗୁରୁମା - କିପରି ? ତମେତ ତ କହିଲ ନୀହାରିକାରେ କୋଟି କୋଟି ତାରା ଅଛି, ତା” କେନ୍ଦ୍ରରେ ତ ପୁଣି କେତେକ ତାରା ଥିବେ, ନା ଆଉ କ'ଣ ଅଛି କି ?
ପଦ୍ମଜିତ୍ - ବୈଜ୍ଞାନିକମାନେ ଠିକ୍ ସେହି କଥା ଭାବି ହେଉଥିଲେ । କାରଣ ନୀହାରିକାରେ ଥୁବା ଏହି କୋଟି କୋଟି ତାରା ନୀହାରିକାର କେନ୍ଦ୍ର ଚାରିପଟେ ଘୂରୁଛନ୍ତି ।
ଗୁରୁଜୀ:- କାହିଁକି ଘୂରୁଛନ୍ତି ? କେନ୍ଦ୍ରରୁ କେହି ନିଶ୍ଚୟ ତାଙ୍କୁ କେନ୍ଦ୍ରଆଡ଼କୁ ଝୁଙ୍କୁଛି । ଘୂରିବାକୁ ହେଲେ କ'ଣ କେନ୍ଦ୍ରଆଡ଼କୁ ଝିଙ୍କି ହେବା ଦରକାର ?
ପଦ୍ମଜିତ୍ - ଦରକାର । ନ ହେଲେ ଗୋଟିଏ ନକ୍ଷତ୍ର ତା'ର ଗତି ବେଗରେ ଅନ୍ୟ କୁଆଡ଼େ ଚାଲିଯାଆନ୍ତା । ସୂର୍ଯ୍ୟର ଗ୍ରହଗୁଡ଼ିକ ସୂର୍ଯ୍ୟର ଆକର୍ଷଣ ବଳ ହେତୁ ସୂର୍ଯ୍ୟ ଚାରିପଟେ ଘୂରୁଛନ୍ତି । ସୂର୍ଯ୍ୟ ସେମାନଙ୍କୁ ଆକର୍ଷଣ କରୁ ନ ଥଲେ ସେମାନେ ମହାଶୂନ୍ୟରେ କୁଆଡ଼େ ଚାଲିଯାଇଥାନ୍ତେ ।
ଗୁରୁମା - ତାହାହେଲେ, ଆମ ସୂର୍ଯ୍ୟ ଆମ ନୀହାରିକା ଚାରିପଟେ ଘୂରୁଛି କି ?
ପଦ୍ମଜିତ୍ - ଘୂରୁଛି ନିଶ୍ଚୟ । ଏହାର ବେଗ ସେକେଣ୍ଡକୁ ପ୍ରାୟ ୨୨୦ କିଲୋମିଟର । ଏହା ଖୁବ ବହୁତ ବେଗ । ଘଣ୍ଟାକୁ ୭୯ ୨୦୦୦ କିଲୋମିଟର, ପ୍ରାୟ ଆଠଲକ୍ଷ କିଲୋମିଟର ।
ପ୍ରଧାନ ଗୁରୁଜୀ - ଏତେ ବେଗ ? ଆମ ପୃଥିବୀ ତ ସୂର୍ଯ୍ୟ ସଙ୍ଗେ ଯାଉଥିବ ?
ପଦ୍ମଜିତ୍ - ନିଶ୍ଚୟ, ସୂର୍ଯ୍ୟ କ'ଣ ତା'ର ଗ୍ରହ ପରିବାରକୁ ଛାଡ଼ିଦେବ ? ତା'ର ପରିବାରକୁ ସାଙ୍ଗରେ ନେଇ ସେ ନୀହାରିକାର କେନ୍ଦ୍ର ଚାରିପଟେ ଘୂରୁଛି ।
ଗୁରୁଜୀ - ନୀହାରିକାରେ ଯେତେ ତାରା ଅଛି ସବୁ କ'ଣ ଏହି ବେଗରେ ଘୂରୁଛନ୍ତି ?
ପଦ୍ମଜିତ୍ - କେବଳ ତାରା କ'ଣ, ଯେତେ ଯାହା ଗ୍ୟାସ୍, ଧୂଳିକଣା ଅଛି ସବୁ ଘୁରିଲାଗିଛି । କିନ୍ତୁ ସମସ୍ତଙ୍କର ବେଗ ସମାନ ନୁହେଁ । କେନ୍ଦ୍ର ଆଡ଼କୁ ଯିଏ ଅଛି ସେ ଅଧିକ ବେଗରେ ଘୁରୁଛି । ଦେଖାଯାଇଛି, କେନ୍ଦ୍ରଆଡ଼କୁ ବୟସ୍କ ତାରାସବୁ ଅଛନ୍ତି ।
ଗୁରୁମା - ତାହାହେଲେ କେନ୍ଦ୍ରରେ କ'ଣ ଅଛି ?
ପଦ୍ମଜିତ୍ - ବୈଜ୍ଞାନିକମାନେ ଭାବୁଛନ୍ତି, କେନ୍ଦ୍ରରେ ଏକ କୃଷ୍ଣଗହ୍ଵର ଥାଇପାରେ । ଏହା ସୂର୍ଯ୍ୟଠାରୁ ଅନେକ ଗୁଣ ଓଜନିଆ । ଏହାର ଆକର୍ଷଣ ଖୁବ୍ ବେଶି ।
ପ୍ରଧାନ ଗୁରୁଜୀ:- ଧନ୍ୟବାଦ୍ ପଦ୍ମଜିତ୍ । ତୋର ଏ ଆକର୍ଷଣୀୟ ଉତ୍ତରରେ ଆମେ ସମସ୍ତେ ଖୁସି ।
ଶେଷରେ ଉପହାର ସ୍ୱରୂପ ବିଜ୍ଞାନ ଭିତ୍ତିକ ଏକ ସୁନ୍ଦର ପୁସ୍ତକ ପଦ୍ମଜିତକୁ ଦେଲେ ।
