ପରୀ କାହାଣୀ
ପରୀ କାହାଣୀ
ପରୀ କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ । କାହାଣୀ ଗୁଡ଼ିକର କାଳ୍ପନିକତା ବାସ୍ତବରେ ହୃଦୟକୁ ମନଛୁଆଁ ଦେଇଥାଏ । ସେହିପରି ପରୀର ଏକ କ୍ଷୁଦ୍ର କାହାଣୀଟି । ଆଜିର ଏ ଅତ୍ୟାଧୁନିକ ଦୁନିଆରେ ପରୀ ଆଉ କିଏ ହୋଇପାରେ । ପରୀର ଭୂମିକାକୁ ନେଇ କେତେ କାଳ୍ପନିକ,ଐତିହାସିକ, ଓ ପୌରାଣିକ ଗଳ୍ପ,କବିତା,ପ୍ରବନ୍ଧା ଆଦି ରଚନା ହୋଇସାରିଲାଣି । ଏମିତି ଗୋଟିଏ ପ୍ରତିଭାଶାଳୀ ପରିବାରରେ ପୁତ୍ର ବଧୁଙ୍କର କନ୍ୟାଟିଏ କୋଳ ମଣ୍ଡନ କଲା । ନାମଟି ରଖିଲେ ତାହାର ବି ପରୀ । ଗେହ୍ଲ ବସରରେ କନ୍ୟାଟି ଲାଳିତ ପାଳିତ ହେଲା । ତାର ଜେଜେବାପା ଓ ଜେଜେମା ଙ୍କ ଠାରୁ ପରୀ ରାଇଜର କାହାଣୀ ଶୁଣି ଶୁଣି ମନରେ ତାର ଅନେକ ଭାବନା ଜାତ ହେଲା । ଛୋଟ ଶିଶୁ । ଗପ ଶୁଣିବାକୁ ଯେତେ ଆଗ୍ରହ କରୁଥାଏ ଟିଭି ଦେଖିବାକୁ ସେତେ ଆଗ୍ରହ କରୁଥାଏ । ମନେ ମନେ ଭାବିଲା ମୁଁ ବି ଟିଭି ପରଦାକୁ ଯିବି । ମାତାପିତା ପରୀର୍ ଆଗ୍ରହକୁ ପରଖୁ ଥାନ୍ତି । ପରୀର ପରଦା ନିଶା ଦିନକୁ ଦିନ ବଢିଚାଲିଲା । ପରୀ ମଧ୍ୟ ତା ମାତା ପିତାଙ୍କୁ ତା ମନ କଥା କହିଦେଲା । କେବେ ସେ ଟିଭି ପରଦାକୁ ଯିବ,ସମସ୍ତଙ୍କ ମନ ଜିଣିବ,ପୁରସ୍କାର ପାଇବା,ପରଦା ଦୁନିଆର ସ୍ୱପ୍ନରେ ଭାଳି ହେଲା ପରୀ ।
ପାଠ ପଢା ମନୋରଞ୍ଜନ ରେ ନିମଗ୍ନ ରହିଲା । ତାର କାର୍ଯ୍ୟକଳାପ ରେ ମାତାପିତା ବେଶ ଖୁସି । କୁନି ଝିଅର ଉଚ୍ଚ ଆଶା ଓ ଆକାଂକ୍ଷା ସହ ମାନସିକ ଚଂଚଳତା ବୃଦ୍ଧି ପାଇଲା । ଟିଭି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପରୀର ମାତା ପିତା ଆବେଦନ କରିଦେଲେ । ପରୀ ଏହା ଜାଣି ବହୁତ୍ ଖୁସି ହୋଇପଡ଼ିଲା । ଖାଲି ଦିନକୁ ଅପେକ୍ଷା କରି ରହିଲା । ବାପାଙ୍କ ପାଖକୁ କେବେ ଖବର ଆସିବ, ମାତା ପିତାଙ୍କ ସଙ୍ଗେ ଟିଭି ଷ୍ଟୁଡ଼ିଓ କୁ ଯାଇ ତାର ଅଭିନୟ ଦେଖାଇବ ।
ଦିନେ ସନ୍ଧ୍ୟା ସମୟରେ ଘର ପାଠ ସାରି ଟିଭି କାର୍ଯ୍ୟକ୍ରମକୁ ଏକ ଧ୍ୟାନରେ ବସି ଦେଖୁଥାଏ । ସେଦିନ ଏକ ଓଡ଼ିଆ ଚାନେଲରେ ଫାଇନାଲ ମଞ୍ଚ ଥାଏ । ଖୁବ୍ ଚିତ୍ତାକର୍ଷକ ପର୍ଫର୍ମାନ୍ସ ସେଦିନ । ପରୀର ଆଖି ଲାଖି ରହିଥାଏ ଟିଭି ପରଦାରେ । ମଝିରେ ମଝିରେ ସୁକୋମଳ କଣ୍ଠରେ ପରୀର ହସ । ସତେ ଯେପରି ପ୍ରକୃତ ପରିଟିଏ ଆସି ସେଦିନ ହସ ବାଣ୍ଟୁଛି ଭଳି ଲାଗୁଥାଏ ଓ ତା ସାଙ୍ଗକୁ ତାଳି । ମାତା ପିତା ଅନ୍ୟ ଏକ କକ୍ଷରେ ପରୀର ଉପଭୋଗତାକୁ ଅନୁଭବ କରି ବେଶ୍ ଖୁସି ହେଉଥାନ୍ତି । ସମୟ ଯେତେ ଗଡ଼ୁଥାଏ ପରୀର ଆଗ୍ରହ ଦ୍ଵିଗୁଣ ଧାରାରେ ବଢ଼ିଥାଏ । ଏକ ଲୟରେ ଓ ଧ୍ୟାନରେ ଉପଭୋଗ କରୁଥାଏ କାର୍ଯ୍ୟକ୍ରମକୁ । କିଛି ସମୟ ପରେ ପରୀର ତାଳି ଓ ହସ ଆଉ ଶୁଭୁ ନ ଥାଏ । ମା ଆସି ଦେଖି ଦେଇ ଗଲେ । ପରୀ ଏକ ଧ୍ୟାନରେ ଚାହିଁଛି । ବାପା ମଧ୍ୟ ପରୀର ଉପଭାଗ ଜାରି ରହିବା ନିଶ୍ଚିତ ହେଲା ,ମାତ୍ର ସନ୍ଦେହ ବି ଘାରିଲା । ପରୀର ସେଇ ତାଳି ଓ ସୁମଧୁର ହସ କାହିଁକି କିଛି ସମୟ ହେଲା ବନ୍ଦ ଅଛି । ଏହା ଭାବି ପରୀର ବାପା ଆସି ଦେଖି ହଠାତ୍ ଏକ ବିରାଟ ଚିତ୍କାର କରି କହିଲେ ନାଇଁଇଁଇଁଇଁଇଁଇଁଇଁଇଁଇଁ । କଣ ହେଲା ଏସବୁ ପରୀ ତ ଏକ ଧ୍ୟାନରେ ଟିଭି ପରଦାକୁ ଚାହିଁଛି । ନା ଆଉ ହସ ବାହାରିବ ନା ଆଉ ତାଳି ଫୁଟିବ । ସବୁଦିନ ପାଇଁ ଚାହିଁ ରହିଲା । କିଛି ନଥିଲା ପରୀର ଏପରି କେମିତି ହେଲା । ଶିଶୁର ମନରେ ଅତ୍ୟଧିକ ଭାବନା ଓ ଭାବପ୍ରବଣତା ହିଁ ଏହାର କାରଣ ହୋଇପାରେ । ଏଣୁ ଶିଶୁଙ୍କୁ ଟେଲିଭିଜନ ର ଏପରି ନିରନ୍ତର ଉପଭୋଗତା ଠାରୁ ଦୂରେଇ ରଖିବା ଆବଶ୍ୟକ । କମଳମତି ମସ୍ତିଷ୍କର ଅତ୍ୟଧିକ ମନୋରଞ୍ଜନ ଭିତ୍ତିକ ଦୃଶ୍ୟ ଶିଶୁ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ ।
