STORYMIRROR

Saroj Kumar Ojha

Others

4  

Saroj Kumar Ojha

Others

ଶ୍ରୀ ଗଣେଶ

ଶ୍ରୀ ଗଣେଶ

2 mins
230

ଶ୍ରୀ ଗଣେଶ


      ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟିସମପ୍ରଭ

     ନିର୍ବିଘ୍ନମ୍ କୁରୁ ମେ ଦେବ ସର୍ବକାର୍ଯ୍ୟେଶୁ ସର୍ବଦା ।।

ସର୍ବ ବିଘ୍ନ ବିନାଶକ ଶ୍ରୀ ଶ୍ରୀ ଗଣେଶ ହେଉଛନ୍ତି ଜ୍ଞାନର ପ୍ରତୀକ । ସେଥିପାଇଁ ସେ ଅଗ୍ରପୂଜ୍ୟ । ଭାରତୀୟ ପୁରାଣ ଶାସ୍ତ୍ର ରେ ସେହି ବିଶ୍ୱାସ ମଧ୍ୟ ରହିଛି । ବିଶେଷ କରି ଓଡ଼ିଆ ସଂସ୍କୃତିରେ ମଧ୍ୟ ଅଗ୍ରପୂଜ୍ୟ ଭାବେ ଶ୍ରୀ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଏ । ସେ କଳା,ବିଜ୍ଞାନ ଓ ବୁଦ୍ଧିମତାର ଦେବତା । ପଞ୍ଚଦେବତା ମାନଙ୍କ ମଧ୍ୟରୁ ସେ ଜଣେ । ତାଙ୍କର ଅନ୍ୟ ନାମ ଏକଦନ୍ତ, ଗଜବକ୍ର, ଗଜାନନ,ବିନାୟକ ,ଲମ୍ବୋଦର ଆଦି ହୋଇଥାଏ । ପୁରାଣ ସଂସ୍କୃତି ତଥା ପରମ୍ପରା ଅନୁସାରେ ପ୍ରତ୍ୟେକ ପର୍ବ ପର୍ବାଣୀ ତଥା ଶୁଭ କାର୍ଯ୍ୟରେ ଶ୍ରୀ ଗଣେଷ ଦେବତାଙ୍କ ପ୍ରତୀକ ସ୍ଵରୂପ ଘଟ ବା କଳସ ସ୍ଥାପନ କରାଯାଇଥାଏ । ସେ ଗୃହର ମୁଖ୍ୟ ଦ୍ଵାରରେ ହେଉ, ଅବା ମଣ୍ଡପରେ ଅଥବା ଯେ କୌଣସି ପୂଜା ସ୍ଥଳୀର ପ୍ରମୁଖ ସ୍ଥାନରେ ହେଉ, ଶୁଭ କଳସ ସ୍ଥାପନ ହୁଏ । 

   ଶ୍ରୀ ଗଣେଶ ହେଉଛନ୍ତି ମହାନ୍ ଜ୍ଞାନୀ,ପଣ୍ଡିତ,ଏବଂ ସ୍ମରଣଶକ୍ତି ପ୍ରଖର । ସେଥିପାଇଁ ସଂସ୍କୃତ ମହାଭାରତ ବ୍ୟାସଦେବଙ୍କ ଦ୍ଵାରା ରଚିତ ବେଳେ ଲିପିକାର କାର୍ଯ୍ୟ ଶ୍ରୀ ଗଣେଶ ତୁଲାଇଥିଲେ ବୋଲି ବିଶ୍ୱାସ ହୁଏ । ବ୍ୟାସଦେବ ବର୍ଣ୍ଣନା କରୁଥିବା  ସମୟରେ ଶ୍ରୀ ଗଣେଶ ତାହାକୁ ଶୁଣୁଥିଲେ ଓ ନିଜ ସ୍ମରଣରେ ସବୁ ଶ୍ଳୋକ କୁ ମନେ ରଖି ନିଜ ବୁଦ୍ଧି ଓ ଧିଶକ୍ତିଦ୍ୱାରା ଲିଖିତ କାମ ସମ୍ପୂର୍ଣ୍ଣ କରିଥିଲେ । ପୁରାଣରେ ମଧ୍ୟ ତାଙ୍କର ମାତୃ ପିତୃ ଭକ୍ତିରେ ଏଭଳି ଉଲ୍ଲେଖ ଅଛି, ଯେ:- ଥରେ ଭଗବାନ ଶିବଙ୍କର ଦୁଇ ସୁପୁତ୍ର ହେଲେ ଶ୍ରୀ ଗଣେଶ ଓ ତାଙ୍କ ବଡ ଭାଇ ଶ୍ରୀ ସ୍ଵାମୀ କାର୍ତ୍ତିକେୟ । ଏକଦା ଦୁଇ ଭାଇଙ୍କ ମଧ୍ୟରେ ମୁଁ ପ୍ରଥମେ ବାପା ହେବି , ମୁଁ ପ୍ରଥମେ ବାପା ହେବି ବୋଲି ଝଗଡା ଲାଗିଲା । ତାହା ଦେଖି ଭଗବାନ ଶିବ ଓ ଭଗବତୀ ପାର୍ବତୀ କହିଲେ ଆମେ ଦୁଇ ଜଣ ଏଠାରେ ବସିଛୁ, ତୁମେ ଦୁଇ ଭାଇ ବିଶ୍ଵ ପରିକ୍ରମା କର , ବିଶ୍ଵ ପରିକ୍ରମା କରିସାରି ଯିଏ ଆମ ପାଖରେ ପ୍ରଥମେ ପହଞ୍ଚିବ, ସିଏ ପ୍ରଥମେ ବିବାହ କରିବ ଓ ବାପା ଆସନରେ ଅଳଙ୍କୃତ କରିବ । ଏକଥା ଶୁଣୁ ଶୁଣୁ କାର୍ତ୍ତିକେୟ ବିଶ୍ଵ ପରିକ୍ରମା କରିବାକୁ ବାହାରି ପଡିଲେ । କିନ୍ତୁ ଗଣେଶଙ୍କ ପାଇଁ ଏହା କଠିନ କାର୍ଯ୍ୟ ଥିଲା ,କାରଣ ସେ ହେଉଛନ୍ତି ଭୀଷଣ ମୋଟା ଓ ତାଙ୍କ ବାହାନ ମୂଷା । ଏଣୁ କାର୍ତ୍ତିକେୟଙ୍କ ପରି ବିଶ୍ୱକୁ ପରିକ୍ରମା କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।  ଶ୍ରୀଗଣେଶଙ୍କ ଶରୀର ମୋଟା ହେଲେ କଣ ହେବ ବୁଦ୍ଧିରେ ତୀକ୍ଷ୍ମ ଅଛି । ଶାସ୍ତ୍ରରେ ଅନୁମୋଦନ ଅଛି ଯେ -

  ପିତ୍ରୋଶ୍ଚ ପୂଜନମ କୃତ୍ୱା ପ୍ରକ୍ରାନ୍ତିମ୍ ଚ କରୋତି ଜଃ,

  ତସ୍ୟ ବୈ ପୃଥିବୀ ଜନ୍ୟମ ଫଲମ୍ ଭବତି ନିଶ୍ଚିତମ୍ ।।

ଅର୍ଥାତ୍ ପିତାମାତାଙ୍କୁ ପୂଜା କରି ସାରି ଯେଉଁ ପୁତ୍ର ତାଙ୍କୁ ପରିକ୍ରମା କରେ,ତାକୁ ନିଶ୍ଚିତ ଭାବେ ପୃଥିବୀ ପରିକ୍ରମା ର ଫଳ ମିଳେ । ବାସ ଅବିଳମ୍ବେ ଶ୍ରୀ ଗଣେଶ ପୂଜା କରିସାରି ପିତାମାତାଙ୍କୁ ସାତଥର ଘୁରିଆସିଲା ଏବଂ କାର୍ତିକଙ୍କ ଆସିବା ପୂର୍ବରୁ ଗଣେଶ ସିଦ୍ଧି ,ବୁଦ୍ଧି ନାମକ ଦୁଇ କନ୍ୟାଙ୍କୁ ବିବାହ କରି ବାପା ହୋଇପାରିଥିଲେ । ଏଣୁ ପିତାମାତାଙ୍କ ପ୍ରତି ଥିବା ଭକ୍ତି ଜୀବନରେ ମଧ୍ୟ ପରିବର୍ତ୍ତନ ଆଣେ । 


Rate this content
Log in