Chittaranjan Nanda

Others

3  

Chittaranjan Nanda

Others

ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ

ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ

2 mins
144



କାହିଁକି କେଜାଣି ଆଜି ଭଗବତୀ ଚରଣ ପାଣିଗ୍ରାହୀଙ୍କ କଥା ମନେ ପଡ଼ିଲା, ତାହା ମୁଁ ଭାବି ପାରୁନି।

ସେ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ, ସାମ୍ୟବାଦୀ ନେତା, ସମ୍ପାଦକ, ଲେଖକ ଓ ବିପ୍ଳବୀ. ପ୍ରତିଟି କ୍ଷେତ୍ରରେ ନିଜର ଦୃପ୍ତ ପଦଚିହ୍ନ ଆଙ୍କି ଦେଇ ଯାଇଛନ୍ତି,ଯାହା ଓଡିଶାର ମୂଲ୍ୟବାନ ସମ୍ପଦ। ପୁରୀ ଜିଲ୍ଲା ବିଶ୍ବନାଥପୂର ଶାସନରେ ଫେବୃଆରୀ ୧, ୧୯୦୮ ମସିହାରେ ତାଙ୍କର ଜନ୍ମ। ପିତା ଥିଲେ ସ୍ବପ୍ନେଶ୍ବର ପାଣିଗ୍ରାହୀ। ଭଗବତୀ ଚରଣଙ୍କର ଜୀବନକାଳ ସ୍ବଳ୍ପ ଥିଲା। ୧୯୪୩ ମସିହା ଅକ୍ଟୋବର ୨୩ ତାରିଖରେ ସେ ସଂସାର ତ୍ୟାଗ କରିଥିଲେ। ମାତ୍ର ଏହି ୩୫ ବର୍ଷ ଜୀବନ କାଳ ମଧ୍ୟରେ ସେ ଓଡିଆ ସାହିତ୍ୟରେ ସାମ୍ୟବାଦୀ ଚେତନାର ଆଦ୍ୟ ବାର୍ତ୍ତାବହ ହୋଇଥିଲେ। ୧୯୩୬ରେ ଓଡିଶାରେ ଗଠିତ କମ୍ୟୁନିଷ୍ଟ ସେଲର ପ୍ରଥମ ସଂପାଦକ ଥିଲେ ଭଗବତୀ ଚରଣ। ଏକ ଶ୍ରେଣୀହୀନ ସମାଜ ଗଠନ ତାଙ୍କ ଜୀବନର ଲକ୍ଷ୍ୟ ଥିଲା। ସାହିତ୍ୟକୁ ସାମାଜିକ ପରିବର୍ତ୍ତନର ଅସ୍ତ୍ର କରି ସେ 'ନବଯୁଗ ସାହିତ୍ୟ ସଂସଦ' ନାମକ ଏକ ଅନୁଷ୍ଠାନ ଗଠନ କରି ଏହାର ମୁଖପତ୍ର ରୂପେ 'ଆଧୁନିକ' ନାମରେ ଏକ ପତ୍ରିକା ପ୍ରକାଶ କରିଥିଲେ। ଏହି ପତ୍ରିକା ମାଧ୍ୟମରେ ସେ ସାମ୍ୟବାଦୀ ଚେତନାର ଏକ ନବୀନ ଲେଖକ ଗୋଷ୍ଠି ସୃଷ୍ଟି କରିଥିଲେ।ସାହିତ୍ୟ କ୍ଷେତ୍ରରେ ସେ ଯେଉଁ ପରିବର୍ତ୍ତନର ସୂତ୍ରପାତ କଲେ ତାହା ପ୍ରଗତିବାଦୀ ଯୁଗ ନାମରେ ପରିଚିତ ହେଲା। ସେ କହୁଥିଲେ ଆରାମ ଚେୟାରରେ ବସି ଆରାମରେ ପଢିଲା ଭଳି ଲେଖାର ସ୍ଥାନ 'ଆଧୁନିକ' ପତ୍ରିକାରେ ନାହିଁ। ସେ ଯେଉଁ କେତୋଟି କାଳଜୟୀ ଗଳ୍ପ ପାଠକର ଅବଚେତନ ମନରେ ଗଭୀର ରେଖାପାତ କରି କାଳର ପ୍ରତିମା ପରି ଚିର ଭାସ୍ବର ରହିଛି ତା ମଧ୍ୟରେ ଭଗବତୀ ପାଣିଗ୍ରାହୀଙ୍କ ଗଳ୍ପ ନିଶ୍ଚୟ ରହିଛି ଓ ରହିଥିବ ମଧ୍ୟ। ବିଶେଷତଃ ତାଙ୍କର ଯୁଗାନ୍ତକାରୀ ସାମ୍ୟବାଦୀ ଚେତନାର ଗଳ୍ପ 'ଶୀକାର' ଏକ ଅନବଦ୍ୟ ସୃଷ୍ଟି। ମାତ୍ର ବାରଟି ଗଳ୍ପ ସେ ଲେଖିଥିଲେ।ସେଗୁଡିକ ହେଲା ଜଙ୍ଗଲୀ, ଶିକାର, ସ୍ବୀକାରୋକ୍ତି, ବଞ୍ଚିତ, ମିଶ୍ରଙ୍କ କୋପ, ଝଡ, ଜୀବନର ସମାଧି, ହାତୁଡି ଓ ଦାଆ ଇତ୍ୟାଦି। ଭଗବତୀ ଚରଣଙ୍କ ଶିକାର ଗଳ୍ପଟି ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୃଣାଳସେନ୍ ଙ୍କ ଦ୍ବାରା ମୃଗୟା ନାମରେ ନାମିତ ଚଳଚ୍ଚିତ୍ରରେ ପ୍ରତିବେଦିତ ହୋଇ ଅଗଣିତ ଦର୍ଶକଙ୍କୁ ମୋହମୁଗ୍ଧ କରିଛି।

ଉତ୍କଳମଣିଙ୍କ ଭାଷାରେ:

"ଲିଭୁ ସେ କ୍ଷଣକେ ତଥାପି ଏ ଲୋକେ 

ରହେ ତା ଆଦର ଯଶ,

କି ଲାଭ ତହିଁରେ ରହେ ଯେ ମହୀରେ 

କୁହୁଳି ସହସ୍ର ବର୍ଷ ।"

ସେ ମହାତ୍ମାଙ୍କ ପାଦତଳେ ମୋର ଲାଲ ସଲାମ।



Rate this content
Log in