ଓଡ଼ିଆ ଗଳ୍ପ ଓ କବିତା - ୨

Others Tragedy

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others Tragedy

ଭଙ୍ଗା ଶାମୁକା

ଭଙ୍ଗା ଶାମୁକା

2 mins
7.4K


ସ୍ଵପ୍ନର ନଗରି ବମ୍ବେ , ପ୍ରତି ନିଶ୍ବାସରେ ଅଜସ୍ର ସ୍ଵପ୍ନ ଭଙ୍ଗୁଥାଏ | ପୁଣି ସହସ୍ର ସ୍ଵପ୍ନ ଜନ୍ମ ନେଉଥାଏ | କେତେ ଲୋକଙ୍କୁ ଆସା ଦେଖାଏ | ଚକାଚକା ଭାର ରଙ୍ଗୀନ କରୁଥିବା ଏକ ସ୍ଵପ୍ନ | ଯିଏ ସେହି ସ୍ଵପ୍ନରେ ପହଁରି ଶିଖିଗଲା ସେ ସ୍ଵପ୍ନରେ ମସଗୁଲ ରହିଲା | ଯିଏ ଆଖିରୁ ପଟି ଖୋଲିଦେଲା ତା ପାଇଁ ହତାସ ଓ ଶୂନ୍ୟତା !!!

ଆଇ ଟି ଈଙ୍ଗିନର ପ୍ରତୀକ ମହାନ୍ତି ଏକ ବଡ କମ୍ପାନୀରେ ଅଫର ପାଇ ନିଜ ଛୋଟ ରୂପକୁ ବଡ ପରିଚୟ ଦେବା ପାଇଁ ଆସିଥାନ୍ତି ବମ୍ବେ | ବାପା , ମା ଗାଁରେ | ସ୍ପଷ୍ଠବାଦିତା ପାଇଁ କୌଣସି ଗର୍ଲଫ୍ରେଣ୍ଡଙ୍କ ସହ ଅଧିକ ଦିନ ଯାଏ ସମ୍ପର୍କ ବଢିପାରିନି | ତେଣୁ କାହାର ଆକଟ ନାହିଁ କି କାହା ପାଇଁ ଚିନ୍ତା ନାହି | ମୁକ୍ତ ଆକାଶରେ ବିହଙ୍ଗ ସେ | କହିବାକୁଗଲେ ପ୍ରତୀକକୁ ବନ୍ଧନ ଭଲ ଲଗେନୀ |

ସେ ଭାବେ ପିଲାଦିନୁ ଘର ବାହାରେ ରହି ନିଜ ନିଜ ଭବିଷ୍ୟତ ଗଢିଛି | ଅବଶ୍ୟ ବାପା ପାଠ ପଢାଇଛନ୍ତି | କିନ୍ତୁ ସେଇ ତ ତାଙ୍କର କର୍ତ୍ତବ୍ୟ | ଭଲ ପଢୁଥିଲ ପ୍ରତୀକ | ତେଣୁ ସେ ବେରୋଜଗାର ରହିନୀ | ଭଲ ଦରମରେ ଚାକିରି | ବର୍ତମାନ ସେ ଖରଚ କରିବାକୁ ଚାହେଁ | ଯୋଊ ଜୀବନକୁ ସେ ଦେଖିଣି ସେ ଜୀବନକୁ ସେ ଦେଖିବାକୁ ଚାହେଁ |

ସୁନ୍ଦର ଚେହେରା ଦେଖି ପ୍ରତୀକ ପ୍ରତି ଆକର୍ଷିତ ହେବ ସ୍ଵାଭାବିକ | ଆକର୍ଷଣରୁ ପ୍ରେମ ଓ ପ୍ରେମ ଯେବେ ଆଧିକର ଆଡକୁ ଗତି କରେ ସେତେବେଳେ ଆରମ୍ଭ ହୁଏ ପ୍ରତୀକର ଫ୍ରଷ୍ଟ୍ରେସନ |

“ ବେବୀ ତୁମେ ଏତେ ଡ୍ରିଂକ କଣ ପାଇଁ କରୁଛ ? ସାଙ୍ଗମାନଙ୍କ ପଛରେ ଏତେ ତାଙ୍କ କଣ ପାଇଁ ଖରଚ କରୁଛ ? “ଏଇଠୁ ଆରମ୍ଭ ହୁଏ ପ୍ରତୀକର ବିମୁଖ ଭାବ | ସେ ଭାବେ “ ମୋ ପଇସା “ ମୁଁ ଯେମିତି କାନହିବି ସେମିତି ଖରଚ କରିବି ? କେହି ମୋ ସ୍ବାଧିନତାରେ ବେଡି ପକେଇପାରିବେନି |

ନୂଆ ଜାଗା , ନୂଆ ଅଫିସ , ମଡେଲ ଭଳି ଝିଅ ଦେଖି ପ୍ରତୀକ କିଛି ଦିନ ପାଗଳ ହେଲା | କିଛି ଦିନ ଜୀବନରେ ମଉଜ ମସ୍ତିରେ କଟିଲା | ସ୍ଵପ୍ନା ଶେଷରେ ରାତି କଟିଯିବା ପରେ ପ୍ରତୀକର ମୋହ ଭଙ୍ଗ ହେଲା |

ପ୍ରତୀକର ଦରକାର ପ୍ରେମ | ଯିଏ ତାକୁ ବୁଝି ପାରିବ | ଯେମିତି ତା ବୋଊ ତା ବାପାଙ୍କୁ ବୁଝିପାରେ | ତାଙ୍କର ସବୁ ଭଲ ଖରାପ କଥା ଶୁଣେ | ଚୁଲି ପାଖରେ ବସି ଖରାବେଳେ ଯେମିତି ବାପାଙ୍କ ଫରମାଇଶିର ଖାଇବା ତିଆରିକରେ | ପବ ଅଫ୍ଫିକେରୁ ଫେରି ବୋଊ ବୁଝୁ ନ ବୁଝୁ କେତେ କଣ ବଖାଣି ଦିଅନ୍ତି | ବୋଊ ବି ଅତି ଆଗ୍ରହର ସହ ସବୁକଥା ଶୁଣେ | ଦିନେ ପ୍ରତୀକ ପଚାରିଲା – ବୋଊ କଣ କହୁଥିଲେ ବାବା ? ବୋଊ – କେଜାଣି ମୁଁ କଣ କିଛି ବୁଝେ | ଏସବୁ ପ୍ରତୀକକୁ ସେତେବେଳେ ଅବାନ୍ତର ମାନେ ହୁଏ | ଆଜି ସେ ତାହାହିଁ ତା ଜୀବନରେ ଖୋଜୁଛି !!! ବାପା , ମା’ ଙ୍କ ଠାରୁ ଆଜି ସେ ଦୂରେଇ ଯାଇଛି |

ମାୟା ମରୀଚିକା ଭିତରେ ଜୀବନ ଖୋଜୁଛି ପ୍ରତୀକ | ସମୁଦ୍ର ବାଲିରୁ ଶାମୁକା ଖୋଜୁଛି ପ୍ରତୀକ | ସମୁଦ୍ର ବାଲିରୁ କଣ ଶାମୁକା ମିଳେ ? ମିଳେ ଭଙ୍ଗା ଶାମୁକା |


Rate this content
Log in