dev Malhotra

Others

3  

dev Malhotra

Others

ଅତ୍ମୀୟତା

ଅତ୍ମୀୟତା

3 mins
171


ଆଶିଷ ଜଲ୍ଦି ଜଲ୍ଦିରେ ଘରୁ ଛତା ଆଣିବା ଭୁଲିଯାଇଥିଲା. 


ଆକାଶରେ ବାଦଲ ଘୁରି ବୁଲୁଥାନ୍ତି, କେତେ ବେଳେ ବି ସେ ତଳକୁ ଓଲ୍ହେଇ ଆସି ପାରନ୍ତି l ଆଶିଷ ଦୌଡ଼ି ଦୌଡ଼ି ଯାଉଥାଏ, କାଳେ ଆକାଶ ଆଉ ମାଟିର ମିଳନରେ ସେ ଭିଜି ନ ଯାଉ l କିନ୍ତୁ ଉପରବାଲା ତ ଆଉ କିଛି ଚାହୁଁଥିଲା l  ହଠାଦ ଜୋରରେ ଗୋଟେ ଘଡଘଡି ମାରି ବର୍ଷା ଆରମ୍ଭ ହୋଇଗଲା l ଆଶିଷ ନିରୁପାୟ ହୋଇ ଗୋଟିଏ ଗଛ ମୂଳେ ଆଶ୍ରା ନେଇଗଲା l

 

ବର୍ଷାର ତୀବ୍ର ଗତିକୁ ଦେଖି ମନେ ମନେ ଭାବୁଥାଏ l ଟିକେ ବର୍ଷାରେ ଭିଜି ଯାଆନ୍ତିନି, ସେଇ ବାହାନାରେ କେହିତ ମତେ ତା ଛାତିରେ ଭିଡି ଧରି ପାରନ୍ତା l ଅତ୍ମୀୟତା ଭାବ ଦେଖେଇ ପାରନ୍ତା l

 ଏକୁଟିଆ ବଞ୍ଚିବାଟା ଯେ କେତେ କଷ୍ଟକର ସେଇଟା ଆଶିଷ ଠୁ ଅଧିକ କିଏ ବା ଜାଣିଛି l  ଲୋକମାନଙ୍କ କହିବା ଅନୁସାରେ ଆଶିଷ ଯେତେବେଳେ ତିନି ବର୍ଷର ହୋଇଥିଲା, ସେତେବେଳେ ତା ବାପା ମା ତାକୁ ଛାଡି ଆର ପାରିକୁ ଚାଲି ଯାଇଥିଲେ l ବାପା ମା କେମିତି ମରିଥିଲେ ଆଜି ପର୍ଯ୍ୟନ୍ତ କାହାକୁ ପଚାରିବାକୁ ସାହସ ହୋଇନି ତାକୁ l


ସେ ତାର ଛୋଟ ବେଳର କଥା ଭାବିଲା କ୍ଷଣି ତାକୁ ଏମିତି ପ୍ରତୀତ ହୁଏ ସତେ ଯେମିତି ସେ ପୁଣିଥରେ ଫେରି ଆସିଥିବା ଅନ୍ଧାର ଘର ଭିତରକୁ ପଶିପଶି ଯାଉଛି l ସେ କୌଣସି ମତେ ଭାବିବାକୁ ଚାହୁଁନାହିଁ ସେ କଷ୍ଟ ବିଷୟରେ ଯାହାକୁ ସେ କେତେ ବର୍ଷରୁ ହୃଦୟର କେଉଁ ଏକ କୋଣ ରେ ଲୁଚେଇ ରଖିଦେଇଛି l ଖାଲି ନିଜେ ନିଜକୁ ଟିକେ ଖୁସିରେ ରଖିବାକୁ କର୍ମ ବ୍ୟସ୍ତତା କୁ ଜୀବନ ସହିତ ବାନ୍ଧିକି ରଖି ଦେଇଛି l


ବର୍ଷା ଟିକେ କମିଲାରୁ ଦୁଇଟା ଚଢେଇ ଆସି, ଆଶିଷ ଆଗରେ ଏପରି ପ୍ରକାରର ଉଡ଼ୁଥିଲେ, ସତେ ଯେମିତି ସେ ଆଶିଷ କୁ ଜଣେଇବାକୁ ଚାହୁଁଥିଲେ ଖୁସିରେ କେମିତି ରୁହନ୍ତି l


ସେ ଚଢେଇ ଦୁଇଟା ଅଧିକ ଦୂର ମଧ୍ୟ ଉଡ଼ୁ ନଥିଲେ l ତାଙ୍କ ଭିତରେ ଗୋଟିଏ ମା ' ଚଢେଇ ଟିଏ ଥିଲା, ଆଉ ଗୋଟିଏ ଛୁଆ ଛଡେଇ ଥିଲା l ବୋଧ ହୁଏ ମା ଚଢେଇଟି ଛୁଆ ଚଢେଇକୁ ଉଡିବା ଶିଖାଉଥିଲା l ଯେତେବେଳେ ସେ ଛୁଆ ଚଢେଇ ଠିକରେ ଉଡି ପାରୁ ନଥିଲା, ବାରମ୍ବାର ପଡି ଯାଉଥିଲା ସେତେବେଳେ ସେ ମା ଚଢେଇ ଟି ତାକୁ ତା ଥଣ୍ଟରେ କାମୁଡି କାମୁଡି ଆଉ ଥରେ ପ୍ରୟାସ କରାଉ ଥିଲା l ଆଉ ସେ ଛୁଆ ଚଢେଇଟି ଥିରେ ଧୀରେ ଖଣ୍ଡିଉଡ଼ା ଦେଉଥିଲା l


 ଆଶିଷ ର ଆଉ ଇଛା ହେଉନଥିଲା ମାର୍କେଟ ଯିବାଲାଗି ସେ କେବଳ ଏ ଦୁଇ ଜଣକ ଭଲପାଇବା ଓ ଅତ୍ମୀୟତାକୁ ଉପଭୋଗ କରିବାକୁ ଚାଁହୁଥିଲା l କେତେ ଅନାବିଳ ପ୍ରେମ ଥିଲା ମା ଛୁଆଙ୍କ ଭିତରେ ସେଇଟାକୁ ଉପଭୋଗ କରୁଥିଲା l 


ତାର ଇଛା ହେଉଥିଲା , ସେ ସେଇ ଛୁଆ ଛଡେଇ ଟି ହୋଇ ଯାଆନ୍ତା ଆଉ ମା ଚଢେଇ ସହ କୋଉ ଦୂର ଆକାଶ କୁ ଉଡି ଯାଆନ୍ତା l ଯୋଉଠି ବହୁତ ଖୁସି ମିଳିପାରୁଥିବ ସବୁ ନିଜର ଲୋକେ ଥିବେ l  ପୁଣି ସାଙ୍ଗେ ସାଙ୍ଗେ ନିଜ ମନକୁ ବୁଝେଇ ଦେଇ ଭାବେ ମୁଁ ତ ନିଜେ ନିଜ ପାଇଁ ଗୋଟିଏ ପରିବାର ସ୍ୱରୂପ ଆଉ କାହାର କଣ ବା ଆବଶ୍ୟକ l


  ବର୍ଷା ପୁଣି ଥରେ ନାଚି ନାଚିକା ଆକାଶରୁ ମାଟିର ଅଗଣାକୁ ଆସିଗଲା l  ଏହା ଦେଖି ମା ଚଢେଇଟି ଫଡ ଫଡ ହୋଇ ଉଡ଼ିଗଲା ଦୂର ଏକ ଗଛ ଡାଳକୁ l କିନ୍ତୁ ସେ ଛୁଆ ଚଢେଇଟି ଉଡି ପାରୁ ନଥାଏ l ଚେଁ ଚେଁ ହୋଇ ଚିଲାଉ ଥାଏ l ଖଣ୍ଡି ଉଡ଼ା ଦେଇ ପଡିଯିବାରୁ ଅସ୍ତ ବ୍ୟସ୍ତ ହୋଇ ପଡୁଥାଏ l ବୋଧ ହୁଏ ତାଙ୍କ ଭାଷାରେ କହି ଯାଉଥିଲା ମା ମତେ ଜଲ୍ଦି ଆସି ଏଠୁ ନେଇଯାଅ ମତେ ଥଣ୍ଡା ଲାଗୁଚି l କିନ୍ତୁ ବର୍ଷା ଓ ଘଡଘଡିର ଗର୍ଜନ ଏତେ ଜୋର ରେ ଥିଲା ଯେ, ସେ ଛୁଆର କରୁଣ କଣ୍ଠ ସ୍ୱର ମା ଶୁଣି ପାରୁ ନଥିଲା l


ଆଶିଷ ଦେଖି ପାରୁନଥିଲା ସେ ଛୁଆ ଚଢେଇ ର ବିକଳ ଓଦା ହୋଇକି ଯାଇ ସେ ଛୁଆ ଚଢେଇଟିକୁ ହାତ ପାପୁଲିରେ ଉଠେଇ ନେଇଆସିଲା ଗଛ ମୂଳକୁ l ସେ ବିଚରା ପୁରା ନିରବ ଥିଲା ନାଁ ଚିଲାଉ ଥିଲା, ନାଁ ପଳେଇଯିବାକୁ ଚେଷ୍ଟା କରୁଥିଲା l ସତେ ଯେମିତି ସେ କାହାର ସାହାରା ଖୋଜୁଥିଲା l                


ବର୍ଷା କମିବାର ନାଁ ହିଁ ଧରୁନଥାଏ l କିଛି ସମୟ ପରେ କିଛି ଦୂରରେ ସେ ମା ଚଢେଇଟି ଏପଟରୁ ସେପଟକୁ ଉଡୁଥାଏ l  ଏଡ଼େ ଜୋର ବର୍ଷାରେ ଠିକ ସେ ଉଡିବା ସମ୍ଭବ ପରନଥିଲା ତଥାପି ପଡି ଉଠି ସେ ତା ' ଛୁଆକୁ ଖୋଜି ବୁଲୁଥାଏ l


ଏହା ଦେଖି ଆଶିଷ ଚିଲେଇ ଚିଲେଇ କହୁଥାଏ ତୁ ବ୍ୟସ୍ତ ହଅନି ତୋ ଛୁଆ ମୋ ପାଖରେ ଅଛି ଆଉ ସୁରକ୍ଷିତ ମଧ୍ୟ ଅଛି l ହେଲେ ସେ ବା ମଣିଷର ଭାଷା କେମିତି ବୁଝି ପାରିଥାନ୍ତା ସେ ସେଇପରି ପାଗଳି ପ୍ରାୟ ଏପଟ ସେପଟ ଉଡି ବୁଲୁଥାଏ l  


ସେଇ ସମୟରେ ହଠାତ ଗୋଟେ ଟ୍ରକ ଆସି ତାକୁ ବାଟିଦେଇଗଲା, ଆଶିଷ ଆଖି ଆଗରେ ଯେମିତି ଅନ୍ଧକାର ଘୋଟିଗଲା l 


ଗୋଟିଏ କ୍ଷଣ ଭିତରେ ହିଁ ସେ ଛୁଆ ଚଢେଇଟି ତା ପରି ଅନାଥ ହେଇଗଲା l ଆଶିଷ ସେ ଟ୍ରକ ଡ୍ରାଇଭର ଉପରେ ବହୁତ ଚିଲଉ ଥାଏ ବହୁତ ଗାଳିଦେଉ ଥାଏ l ହେଲେ ସେ ବା ବୁଝିବ କିପରି l ୟାକୁ ହିଁ ପାଗଳ ଭାବି ମନେ ମନେ କଣ ଗୁଣୁଗୁଣୁ ହୋଇ ତୀବ୍ର ଗତିରେ ଚାଲିଗଲା l

ବେଳେବେଳେ ଏ ଜୀବନରେ ମଣିଷର କୀମତ କିଛି ନଥାଏ ଟ୍ରକ ଚକାର ଆଗରେ l ଆଉ ଇଏତ ଗୋଟେ ଚଢେଇ.... 


ଆଶିଷ କେମିତିବା କହି ପାରିଥାନ୍ତା ସେ ଛୁଆ ଚଢ଼େଇଟିକୁ, ତୋ ମା ମରିଯାଇଛି ବୋଲି l ତୁ ମୋ ପରି ଅନାଥ ହେଇଯାଇଚୁ ବୋଲି l


କେଜାଣି କୋଉଠି ଏତେ ଲୁହ ଲୁଚିକି ରହିଥିଲା ତା ଆଖି ଭିତରେ l ଝରିଗଲା ଆଖିର ଲୁହ ସାଥିରେ ଛାତିର କୋହ ମଧ୍ୟ l  ସେ ସେଦିନ ମଧ୍ୟ ଏତେ କାନ୍ଦି ନଥିଲା ଯେଉଁଦିନ, ସେ ଅନାଥ ହେବାର ପରିଚୟ ତାକୁ ମିଳିଥିଲା l


ଆଜି ପ୍ରଥମ ଥର ଆଶିଷ ହୃଦୟ ଖୋଲି କାନ୍ଦିଲା,ବହୁତ କାନ୍ଦିଲା, ନିଜ ଛାତି ଭିତରେ ଲୁଚେଇକି ରଖିଥବା କଷ୍ଟ ଯନ୍ତ୍ରଣା କୁ ବାହାର କରି ବହୁତ ଦୁରକୁ ଫୋପାଡ଼ି ଦେଲା l



Rate this content
Log in