STORYMIRROR
ତା'ର...
ତା'ର ଗୋରା ତକ ତକ...
ତା'ର ଗୋରା...
“
ତା'ର ଗୋରା ତକ ତକ ଚାଦର ଉପରେ କଳା ସବୁଜ ରଙ୍ଗ ପଡିଗଲେ,
ତା'ର ସ୍ବଭାବର ଗୁଜୁରାତି ବାସ୍ନାରେ,
କିଛି ଗୁଣ ଅଦାର ମହକରେ,
ଆଉ ତା' ଉପରେ ଚିନିର ମିଠା ମିଠା କଥାରେ,
ପ୍ରେମିକର ମନ ହୃଦୟକୁ ବର୍ଷା ପରି ଭିଜେଇ ଦିଏ.
ତା' ଧୂଆଁ ନ ଉଠିଲେ ସୂର୍ଯ୍ୟ ଉଦୟ ହୁଏନା,
ପ୍ରେମିକ ତା'ର ଚୁମ୍ବନ ପାଇବାକୁ ପାଗଳ
ପରି ଖୋଜି ହେଉଥାଏ,
ଆତ୍ମତୃପ୍ତିର ହସ ନିଶାରେ ବୁଡିବାପାଇଁ ଗୋଟେ ଢୋକ ହିଁ ଯଥେଷ୍ଟ,
ସକାଳର ଅଧା ସ୍ବପ୍ନ ଢଳ ଢଳ ଆଖିରେ ମନ ଶରୀର ଉତ୍ତ୍ଫୁଲିତ କରିଦିଏ କେବଳ ଗୋଟେ କପ୍ ଚାହା !!
”
330
More oriya quote from Swetapadma Padhi
Download StoryMirror App