ତା'ର ଗୋରା ତକ ତକ ଚାଦର ଉପରେ କଳା ସବୁଜ ରଙ୍ଗ ପଡିଗଲେ, ତା'ର ସ୍ବଭାବର ଗୁଜୁରାତି ବାସ୍ନାରେ, କିଛି ଗୁଣ ଅଦାର ମହକରେ, ଆଉ ତା' ଉପରେ ଚିନିର ମିଠା ମିଠା କଥାରେ, ପ୍ରେମିକର ମନ ହୃଦୟକୁ ବର୍ଷା ପରି ଭିଜେଇ ଦିଏ. ତା' ଧୂଆଁ ନ ଉଠିଲେ ସୂର୍ଯ୍ୟ ଉଦୟ ହୁଏନା, ପ୍ରେମିକ ତା'ର ଚୁମ୍ବନ ପାଇବାକୁ ପାଗଳ ପରି ଖୋଜି ହେଉଥାଏ, ଆତ୍ମତୃପ୍ତିର ହସ ନିଶାରେ ବୁଡିବାପାଇଁ ଗୋଟେ ଢୋକ ହିଁ ଯଥେଷ୍ଟ, ସକାଳର ଅଧା ସ୍ବପ୍ନ ଢଳ ଢଳ ଆଖିରେ ମନ ଶରୀର ଉତ୍ତ୍ଫୁଲିତ କରିଦିଏ କେବଳ ଗୋଟେ କପ୍ ଚାହା !!
The best way to get satisfaction is to never look back and never regret for anything in life. - Swetapadma Padhi
नाजुक बंधन है ये तेरा मेरा...दौनो हैं एक डाली के फुल...है एक फूल की पंखुड़ियां ...एक धागे से पिरोए गये हैं...नाजुक हैं उस धागे का बंधन फिर भी प्यार और विश्वास है भरा ....ना तोड़ सकेगा कोई उसे ... ये डोर है राखी का शकत डोर !
ରାକ୍ଷୀ ଗୋଟେ ସାମାନ୍ୟ ସୂତା ଖିଅ ଟେ ନୁହଁ ବରଂ ସାରା ଜୀବନ ଭରସା ର ଶକ୍ତ ଡୋରୀଟିଏ ! ଭଗବାନ ପ୍ରଦତ୍ତ ଏକ ଅବର୍ଣ୍ଣନୀୟ ସ୍ନେହ, ପ୍ରେମ ଓ ନିଃସ୍ୱାର୍ଥପରତା ର ନିଆରା ସମ୍ପର୍କ ଟିଏ ! ଦୁହିଁଙ୍କ ଜୀବନ ଆରମ୍ଭ ହୁଏ "ଭାଇ ଉଠେ କେତେ ଶୋଇବୁ ... ଆଜି ପରା ରାକ୍ଷୀ" ଆଉ ସମୟର ସ୍ରୋତ ଭସେଇ ନିଏ "ହାଲୋ....ଚଣ୍ଡାଳ ମୋ ରାକ୍ଷୀ ପାଇଲୁ !" ରେ ଜୀବନ ଯାତ୍ରା ଶେଷ ଯାକେ ଚାଲିଥାଏ ....
ପୂର୍ଣ୍ଣ ସ୍ବାଧୀନତା ପୁଣି ଗୋଟେ କ'ଣ ! ଶରୀର ତ କେବେଠାରୁ ପରାଧୀନ ବେଶ, କାମନା, ବାସନା ଓ ଖାଦ୍ୟ ଲୋଭରେ ! ଅଡ଼ୁଆସୂତା ପରି ବୁଦ୍ଧି ତ ଛନ୍ଦି ହେଇଛି ଈର୍ଷା ଓ ଅହଂକାରରେ ! ମନ ଅପେକ୍ଷାରେ ଅଛି ମୁକ୍ତ ହେବାକୁ ଏଇ ଇନ୍ଦ୍ରଜାଲରୁ ! ଶତପ୍ରତିଶତ ସ୍ବାଧୀନତା ପାଇବାକୁ ଖୋଜୁଛି ନିରନ୍ତର ମୁକ୍ତିର ମାର୍ଗ !
It's not easy to accept the Changes at the beginning. You may get reluctant in the middle of your journey but at the end you will be awarded with miracles.