STORYMIRROR

Bijayaa Panigrahi

Others

3  

Bijayaa Panigrahi

Others

ଉତ୍ତର ଦିଅ

ଉତ୍ତର ଦିଅ

1 min
210

ଚାଖଣ୍ଡିଆ ଦାନ୍ତକାଠି ଟିଏ ପରି

କେଡେ ବହାପ ତାର,

ତା ମୁନର କେଇଟି ଅକ୍ଷର 

କି ବିର୍ଯ୍ୟବାନ୍ !

କେତେବେଳେ ବିପ୍ଳବ 

ତ କେତେବେଳେ ପ୍ରେମ,

କେତେବେଳେ ଅଧିକାର 

ତ ଆଉ କେତେବେଳେ ସଚେତନ।


ସ୍ୟାହି ବୁନ୍ଦାଏ ପିଇ ଦେଲେ

ସେ ନୀଳକଣ୍ଠ,

ସମାଜର ଯେତେ ହଳାହଳ 

ତା ସୃଜନିରେ କରେ ରୂପାନ୍ତର,

ରାଷ୍ଟ୍ର ର ପ୍ରତିରୂପ ଆଙ୍କି

କରେ ପ୍ରେମ,ଶାନ୍ତି,ମୈତ୍ରିର ପ୍ରଚାର।


ଆଜି କିନ୍ତୁ....

ସବୁକିଛି ଖାପଛଡା,

କଣ ହୋଇଛି କେଜାଣି?

ପଥହରା କଲମ ନା ଅପମିଶ୍ରିତ ସ୍ୟାହୀ,

ସର୍ଜନା ଏଠି ଭାରି ଶସ୍ତା,

ରାଜା ରାସ୍ତାର ଶୁଖିଲା ପତର।


ଆତ୍ମା ହୀନ ରଚନା ତା 

ଭାରି ବିକଟାଳ,

ନା ଅଛି ସାମାଜିକ ମୂଲ୍ୟବୋଧ

ନା ପ୍ରାସଙ୍ଗିକତା,

ଶବ୍ଦର ମାଧୂର୍ଯ୍ୟ ବନେ

ଆଜି ରାଜୁଛି କ୍ଲିଷ୍ଟତା ।


ଏଥିପାଇଁ ଦାୟୀ କିଏ ?

ସ୍ୟାହୀ ନା କଲମ।

କାହିଁକି ବା ଆତ୍ମା ହୀନ ରଚନାଟି

ହୁଏ ଛଟପଟ?

ଉତ୍ତର ଦିଅ ହେ ସାହିତ୍ୟ ସନ୍ତାନ !

ତୁମେ ପରା ହର୍ତ୍ତା କର୍ତ୍ତା

ସାହିତ୍ୟ ସମ୍ରାଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍