STORYMIRROR

Bijayaa Panigrahi

Others

3  

Bijayaa Panigrahi

Others

ପ୍ରକୃତିର ଅବଦାନ

ପ୍ରକୃତିର ଅବଦାନ

1 min
398


ଜାଣିଥାଅ ପିଲେ ପ୍ରକୃତିର ଆମ 

ବଡ ଶୃଙ୍ଖଳିତ ନୀତି ୲ 

ଋତୁ ଅନୁସାରେ ଫଳଫୁଲ କରି 

ଯୋଗାଏ ସେ ଜାତି ଜାତି ୲ 

 ଜ୍ଯେଷ୍ଠ ବଇଶାଖେ ଆସଇ ଗ୍ରୀଷମ 

ଶୁଷ୍କତା ସାଥୀରେ ନେଇ ୲ 

ଜଳର ଅଭାବେ ଏ ଜୀବଜଗତ 

ହେଉଥାଏ ହାଇଁପାଇଁ ୲ 

ପ୍ରକୃତି ତ ମାଆ ସହି କି ପାରିବ

ତାର ସନ୍ତାନର ଦୁଃଖ ୲ 

ତୃଷା ଭାବ ଆମ ମେଣ୍ଟେଇବା ପାଇଁ 

ଫଳ ଫଳେଇଛି ଦେଖ ୲ 

ପଇଡରେ ପାଣି ଦେଇଅଛି ଜାଣି 

ଶୋଷ ଦୂରେଇବା ପାଇଁ ୲ 

କାକୁଡ଼ି ତରଭୁଜ ଜଳ  ଯୁକ୍ତ ଫଳ 

ଉପକାରୀ ଖାଦ୍ୟ ସେହି ୲ 

ଫଳ ଶିରୋମଣି ଆମ୍ବ ପାଚେ ପୁଣି 

ରସ ରାମ କଥା ଯାର ୲ 

ପାଚିଲା ପଣସ ବିତରଇ ବାସ  

ଆହା କେଡ଼େ ସୁମଧୁର ୲ 

କଣ୍ଟା ଗଛ ଯେତେ ତାଳ ଓ ଖଜୁରି 

ପଚାନ୍ତି ଫଳ ଏ କାଳେ ୲ 

ଲେମ୍ବୁ ଗଛୁଁ ତୋଳି ସରବତ କଲେ

ଶକ୍ତି ସଂଚାରଇ ଭଲେ ୲ 

ସପୁରୀ ସପଟା ବେଲ ଖରଭୁଜ  

ନାନା ରକମର ସ୍ଵାଦେ ୲ 

ଖରାର ପ୍ରକୋପ ହରେଇ ନେବାକୁ 

ଖାଦ୍ୟ ରେ ଥାଏ ସେ ଆଗେ ୲ 

ଧନ୍ୟହେ  ପ୍ରକୃତି ତୁମ ଅବଦାନ 

କିଏ କରିବ କଳନା ୲ 

ଏ ଜୀବଜଗତେ ଯେତେ ସଂରଚନା 

ସମ୍ଭବ କି ତୁମ ବିନା ୲ 



Rate this content
Log in