ତୁଠ ପଥର
ତୁଠ ପଥର
1 min
425
କେତେ ଶୀତଲ ସ୍ପର୍ଶ ପାଇଥିବ
ସେ କୁଆଁରୀ ହେଉ କି
ନୂଆ ଭୂଆଶୁଣିର ବସିଶାଢୀ କଚା
ରଙ୍ଗ ବେରଙ୍ଗର କେତେ ଯେ ଆଭୂଷଣ
ତା’ ଛାତିର ଇଲାକା ...
ନେଳି ବି ଲଗିନଥିବ ?
ଏମିତି ବି କେତେବେଳେ କେମିତି ସାମ ସାହୁ ଝିଅର
ଖସି ଯାଇଛି ଗୋଡ ବାରମ୍ବାର ତଥାପି ସେ ନଛଡ଼ବନ୍ଧା
ଦ୍ରବୀତ ହୁଏ ନିରୋଳାରେ ...
ସାଥୀରେ ହଳଦୀ କାଠୁଆ !
ନିଃଶବ୍ଦ୍ ରାତ୍ରିରେ ଜହ୍ନର ତୋଫା ଜ୍ୟୋସ୍ନାରେ
ଚକ୍ ମକ୍ ତା ସମଗ୍ର ଅବୟବ ପୁଣି ମାଡି ଆସୁଥିବ
ଜୁଆର ପାଣି ...
କିଏ ଜଣେ ଛାଡି ଯାଇଥିଲା ବାସିଶାଢୀ
ଏବେବି ତା ଦେହରେ ଲଟକ୍ ରହିଛି ।
ନାହିଁ ତା’ର ସଂଜ୍ଞା କି ସାନ୍ଦ୍ରତା
ନିଜେ ନିଜେ ଘୁରିହୁଏ ତମାମ ଜୀବନ
ଜନ୍ମ ତା’ର ବୃହତ ପରନ୍ଥ ହୁଏ କ୍ଷୁଦ୍ର ନଈବାଲି ସମ
ଏଇତ ତା’ ଜୀବନ !
ତା ଦୀର୍ଘଶ୍ଵାସ ଶୁଣିଛି କିଏ ?
ହଁ ମୋତେ ଲାଗୁଛି ତା’ ମନକଥା ନଈକୁ କୁହେ
ନତୁବା ତମାମ୍ ଜୀବନ ବୁଡି ରହିଥାଏ !