Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Nayak

Others

2  

Pramod Nayak

Others

ମଶାଣୀ

ମଶାଣୀ

1 min
625


ଦୁଇ କି ତିନି ଗୁଣ୍ଠ ଜମିର

ପରିଧୀ ମଧ୍ୟରେ ସୀମାବଦ୍ଧ୍ ସେ ମଶାଣୀ

ସାତ ଜନମର ଅତିଥିକୁ ସେ ନିମନ୍ତ୍ରଣ କରେ

ଉଲ୍ଲାସରେ ଅତି ଆନନ୍ଦରେ ।

ସାଇଁ ସାଇଁ ମାଲା ଦୁବଘାସର ବାସ୍ନାରେ ସମନ୍ବୟରେ

ସେ ପାଛୋଟି ନିଏ ସମାଜର ବହୁ ପୁରୁଖା ଲୋକଙ୍କୁ ।

ରାତ୍ରିରେ ଜହ୍ନର ତୋଫା ଜ୍ୟୋସ୍ନାରେ

ପୁଡା କାଠର ବାସ୍ନା, ଆଉ ବୁଲ କୁକୁରଙ୍କ ରଡି

ଶୋଭା ଦିଏ ଗୋଟେ ସ୍ଥିର ମଶାଣୀର ଚିତ୍ର ।

ରାମବୁଢା, ବଟ ସାହାନ୍ତେ ଆଉ ମଣି ଗୁଣିଆ

ଏବେ ବି ଜୀବନ୍ତ ସେହି ମଶାଣୀ ଛାତିରେ ।

ସେହି ମଶାଣୀ ବେଳେବେଳେ

ନିଜକୁ ଗର୍ବ କରେ ଭାବେ ଯେତେ ଧନୀ, ପ୍ରତାପୀ

ହେଲେ ମଧ୍ୟ ଶେଷରେ ମୋର ଆଶ୍ରିତ

କୋଳେଇ ନେବି ବସିଛି ତଥାସ୍ତୁ ମୁଦ୍ରାରେ ।

କେତେ ବୁଢା ଆଉ ତରୁଣୀ ଆଉ ମଣୀ

ସବୁ ଆଶ୍ରିତ ତା’ରି କୋଳେ

ଜୀବନର ଶେଷ ଯାତ୍ରା ।

ସେହି ମଣୀ ମଶାଣୀ ।


Rate this content
Log in