STORYMIRROR

Udaya Marndi

Others

4  

Udaya Marndi

Others

ତୁମରି ପାଇଁ

ତୁମରି ପାଇଁ

2 mins
9

ପ୍ରଥମ ଦେଖାରୁ ହୃଦୟର ସ୍ପନ୍ଦନ ତୀବ୍ର ହେଲା ଯେ,
ତୁମରି ପାଇଁ।।
ଥରେ ନୁହଁ ଯେତେ ଥର ତୁମକୁ ପାଇଲି ହୃଦୟ ହେଲା ଘାଇଲା ଯେ,
ତୁମରି ପାଇଁ।।
କାହାକୁ ପ୍ରଥମ କରି କଥା କରିବା ପାଇଁ ହେଲା ମୋର ସାହସ ଯେ,
ତୁମରି ପାଇଁ ।।
ପ୍ରଥମ ମେସେଜ ର ଉତ୍ତର ଆଶା ରେ ରାତି ଅନିଦ୍ରା ଥିଲା ଏ ମନ ଯେ,
ତୁମରି ପାଇଁ।।
ମେସେଜ୍ ର ଉତ୍ତର ମିଳିବା କ୍ଷଣି ମୁଁ ଆଉ ମୋର ହେଇ ନାହିଁ ଯେ,
ତୁମରି ପାଇଁ।।
ନିଜ କୁ ମୁଁ ଆଜି ଭୁଲି ଯାଇଛି ଯେ,
ତୁମରି ପାଇଁ।।
ତୁମ କୁ ପାଇ ଜୀବନ ମୋର ସମ୍ପୂର୍ଣ ହେଲା ଯେ,
ତୁମରି ପାଇଁ।।
ମନ ମୁତାବକ ସାଥୀ ମିଳିଗଲା ମୋତେ ଯେ,
ତୁମରି ପାଇଁ।।
ତୁମ ପ୍ରେମ ର ସାଗରରେ ଧୀରେ ଧୀରେ ବିଲୀନ ହେଲି ଯେ,
ତୁମରି ପାଇଁ ।।
ବର୍ଷ ବର୍ଷ ଧରି ତୁମ ପ୍ରେମ ର ଉପାସକ ହୋଇ ରହିଲି ଯେ,
ତୁମରି ପାଇଁ।।
ପ୍ରଥମ କରି ତୁମ ପାଖେ ଆଉ କାହାକୁ ଦେଖିଲେ ଈର୍ଷା ଜାତ ହେଲା ଯେ,
ତୁମରି ପାଇଁ।।
ଋତୁ ପରେ ଋତୁ ଭଳି ଆମ ଝଗଡା ମଧ୍ୟ ବଢ଼ି ବଢ଼ି ଗଲା ଯେ,
ତୁମରି ପାଇଁ।।
ଆମ ସମ୍ପର୍କ ଏତେ ଗଭୀର ଭାବେ ଜଡ଼ିତ ତାହା କେବେ ଝଗଡା ରେ ଭାଙ୍ଗେ ନି ଯେ,
ତୁମରି ପାଇଁ।।
ଯିଏ କାହାକୁ କ୍ଷମା ମାଗିବା ଶିଖି ନଥିଲା ତାକୁ ହଜାରେ ଥର କ୍ଷମା କୁହା କରେଇ ଲ ଯେ,
ତୁମରି ପାଇଁ।।
ପ୍ରତ୍ୟେକ ଝଗଡା ପରେ ମିଳନ ହୁଏ ବାରମ୍ବାର ଯେ,
ତୁମରି ପାଇଁ।।
ତୁମ କୁ ଭଲ ପାଇଲା ପରେ ଘରେ କେତେ କଥା ନ ଶୁଣିଛି ଯେ,
ତୁମରି ପାଇଁ।।
ଗାଆଁ ଲୋକଙ୍କ ଠାରୁ ମଧ୍ୟ କେତେ କଥା ଶୁଣିଲି ଯେ,
ତୁମରି ପାଇଁ।।
ହେଲେ ଏ ଅବୁଝା ମନ ବୁଝେ କୁଆଡୁ ଯେ,
ତୁମରି ପାଇଁ।।
ଯେତେ ଝଡ଼ ଝଞ୍ଜା ଆସିଥିଲା ଆମ ପ୍ରଦେଶ କୁ ସେଥିରେ କଣ ମାନ ଚିତ୍ର ବଦଳି ଗଲା କି ନାହିଁ ନା।
ତେବେ ତୁମେ କେମିତି ଭାବି ଦେଲ ଲୋକ ଲୋଚନ ରେ ମୁଁ ବଦଳି ଯିବି ବୋଲି ଏବେ ବି ସେମିତି ଅଛି ନା।
କେମିତି ବାହାରି ପାରିବି ସେ ପ୍ରେମ ରୂପକ ଗଭୀର ସାଗର ରୁ ଯେ,
ତୁମରି ପାଇଁ।।
ମୁଁ ସିନା ଦମ୍ଭ ମାରି ଆମ ପ୍ରଦେଶ ଭଳି ଠିଆ ହୋଇ ରହିଲି ଯେ,
ତୁମରି ପାଇଁ ।।
ହେଲେ ତୁମେ ଲୋକଲୋଚନକୁ ଡରି ମୋ ଠୁ ଦୂରେଇ ଦୂରେଇ ଗଲ ଯେ,
ତୁମରି ପାଇଁ ।।
ଜୀବନ ସାଥି କରିବି ବୋଲି ହାତ ମୁଁ ଛାଡ଼ି ନଥିଲି ଯେ,
ତୁମରି ପାଇଁ।।
ହେଲେ ତୁମେ ହିଁ ମୋରି ହାତ କୁ ଛାଡ଼ି ଦେଲ ଯେ,
ତୁମରି ପାଇଁ।।
ହୃଦୟ ମୋର ଉଜାଡି କରି ଗଲ ଯେ,
ତୁମରି ପାଇଁ।।
ଝୁରି ଝୁରି ମରି ହଉଛି ମୋର ମନ ଯେ,
ତୁମରି ପାଇଁ ।।
ଋତୁ ପରେ ଋତୁ ଆସିଲା ଭଳି ମନ ମୋର ପରିବର୍ତ୍ତନ ହେବ ଯେ,
ତୁମରି ପାଇଁ।।
କେହି ତ ଜଣେ ପୁଣି ହୃଦୟ ମୋର ସଜାଡି ବାକୁ ଆସିବ ଯେ,
ତୁମରି ପାଇଁ।।
ତୁମକୁ ଲୋକୋଚନ ନ ଶୁଣିବା କୁ ପଡୁ ବୋଲି ଖସାଇ ଦେଲି ମୋର ହାତ ଯେ,
ତୁମରି ପାଇଁ।।
ପୁନଶ୍ଚ ଜୀବନ ମୋର ଅସମ୍ପୂର୍ଣ୍ଣ ହେଇଗଲା ଯେ,
ତୁମରି ପାଇଁ।
ଏବେ ଆଉ ଅନ୍ୟ ଜଣକ ଅପେକ୍ଷାରେ ବସିଛି ଏ ରାସ୍ତା ରେ ଯେ,
ତୁମରି ପାଇଁ।।
ତୁମେ ସଦା ଖୁସିରେ ଥାଅ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛି ଯେ,
ତୁମରି ପାଇଁ।।
ମନ ମୋର ଆଉ ଲେଖିବା କୁ ଚାହୁଁ ନି ଯେ,
ତୁମରି ପାଇଁ।।
ତଥାପି ତୁମ ପାଇଁ କିଛି ଲେଖି  ବସିଥିଲି ଯେ,
ଖାସ୍ ତୁମରି ପାଇଁ।।








Rate this content
Log in