STORYMIRROR

Udaya Marndi

Others

3  

Udaya Marndi

Others

ଚକ୍ଷୁର ତୃପ୍ତି

ଚକ୍ଷୁର ତୃପ୍ତି

1 min
396

ଏଇ ସବୁଜିମା ଆଜି ଜାଗ୍ରତ କରିଛି ମୋ ଚକ୍ଷୁର ତୃଷ୍ଣା ଯାହାକୁ ଆଜି ମୁଁ ପାରୁନି ତୃପ୍ତି

ଅନ୍ଧ ପ୍ରାୟ ଆଜି ମୁଁ ଏ ମାୟାବିନୀ ରୂପରେ

ଆଜି ମୁଁ ଚାହୁଁଛି ଯୁଆଡେ ଛାଉଣୀ ତା ରୂପରେ ସବୁଆଡେ

ତଥାପି ଲାଗେ ଆଜି ଅତୃପ୍ତି |

କେତେବେଳେ ସବୁଜ ତ କେତେବେଳେ ଗାଢ଼ ସବୁଜ ପ୍ରତେକ୍ଷଣ ହୁଏ ମୋତେ ଆନନ୍ଦ ପ୍ରାପ୍ତି 

ଆଜି ନଭ ଛୁଇଁ ଠିଆ ଯୁଦ୍ଧ ଲାଗିଛି ନଡ଼ିଆ ତାଳ ଗୁଆ ଗଛ ମଧ୍ୟରେ ଯେମିତି 

ସେମାନଙ୍କୁ ଦେଖି ଲତାମାନଙ୍କ ମଧ୍ୟରେ ଆଗ୍ରହ ଜାଗ୍ରତ ହୋଇ

ତାଙ୍କ ମୂଳକୁ ଧରି ଉଠିବାକୁ କରୁଛନ୍ତି ପ୍ରୟାସ ସେମିତି |

କି ଚିକ୍କଣ ଧାନ କିଆରି ବିଛା ହୋଇପଡିଛି ତାକୁ ଦେଖି ମନ ଚାହୁଁଛି ଥରେ ଗଡି ଯିବାକୁ ସେଇ ସବୁଜ କ୍ଷେତରେ

କିନ୍ତୁ ଏଇ ଚଳନ୍ତା ଯାନରେ ଲିଭିବନି ଆଜି ମୋ ତୃପ୍ତି 

ବିଚରା ଧାନ କିଆରି ଠିଆ ଯୁଦ୍ଧରେ ଭାଗ ନ ନେଇ ପାରିବାରୁ ଲଜ୍ଜାରେ ନୂଆଇଛି ଆଜି ଶିର ଭାଗ

ତଥାପି ସୁସଜ୍ଜିତ ଶସ୍ୟ ରଖିଛି ଆଜି ସାଇତି 

କେତେ ଦିନୁ ଠିଆ ଯୁଦ୍ଧ ଚାଲିଛି ସେଇମିତି କିଏ ଜିତିବ ତାହା ଆଜି ବି ଦେଖି ପାରିବନି ଏ ଆଖି ପାଖେଇଗଲାଣି ଯେ ଶ୍ରୀକ୍ଷେତ୍ର ଛାତି 

ଦୁଇ ଘଣ୍ଟାର ଶ୍ରୀକ୍ଷେତ୍ର ଯାତ୍ରା ବେଳେ ଯାହା ଦେଖିଲା ଆଜି ଏ ଆଖି ତାକୁ ସ୍ମୃତିରେ ସାଇତିରେ ରଖିବାକୁ ସଯତ୍ନ ପ୍ରୟାସ କରୁଛି 

ତଥାପି ଆଜି ଏ ଚକ୍ଷୁ ଅତୃପ୍ତି ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍