ଏଇ କଲମ ମୁନରେ
ଏଇ କଲମ ମୁନରେ
1 min
222
ଏଇ କଲମ ମୁନରେ
ନଲେଖି ମୁଁ ଆଉ ରହିପାରୁନି
କେତେଯେ ମନୁଜ ଆଗତ ଅନାଗତ
ହେଲେଣି ଏ ସୁରଭୀରେ
ସମସ୍ତେ କିଛି ନା କିଛି ଲେଖି ଯାଇଛନ୍ତି
ଏଇ କଲମ ମୁନରେ |
ନୂଆ ନୂଆ ପ୍ରେମରେ ପଡିଥିବା ପ୍ରେମିକ
ପ୍ରେମିକା ପାଇଁ ପ୍ରେମପତ୍ର ଲେଖି ବସିଛି
ସାହିତ୍ୟିକ ମାନେ ନିଜର ମନୋଭାବକୁ
ଶୂନ୍ୟ କାଗଜରେ ଉତାରିବାକୁ ବସିଛନ୍ତି
ଏଇ କଲମ ମୁନରେ |
ଶିଶୁଟିଏ ବର୍ଣ୍ଣମାଳା ଶିଖୁଛି
ଶବ୍ଦରୁ ବାକ୍ୟ ଗୁନ୍ଥିବା ପାଇଁ
ଓଡିଶାର ଭାଷା ଓଡିଆ ବଞ୍ଚି ଅଛି ଆଜି
କେତେଜଣ ସାହିତ୍ୟ ସାଧକଙ୍କ
ଏଇ କଲମ ମୁନରେ |
କେତେ ଯେ ଲେଖକ ଗୋଷ୍ଠୀ
ବର୍ଣ୍ଣିଗଲେ କଲମର ମହାନତା
ତଥାପି ଲାଗେ ସେ ସବୁ ଅତୃପ୍ତି
ମହୀରେ ଜୀବ ଥିବାଯାଏଁ ସମସ୍ତେ ଲେଖୁଥିବେ
ଏଇ କଲମ ମୁନରେ |
ସମଗ୍ର ସଂସାରର ଇତିହାସ ସବୁ
ଆଜି ବି ଲିପିବଦ୍ଧ ଅଛି
ଏକଥା ମୁଁ କହୁନି କହୁଛି ଏ କଲମର ସ୍ୟାହି
ଲେଖୁନି ମୁଁ କବିତା ଲେଖୁଛି ଛୋଟ କଥା
ଏଇ କଲମ ମୁନରେ |
