STORYMIRROR

Satyabati Swain

Others

4  

Satyabati Swain

Others

ତୁମ ଭିଜା ଗନ୍ଧେ

ତୁମ ଭିଜା ଗନ୍ଧେ

1 min
43


ମୌସୁମୀର ଶୀତଳ ସ୍ପର୍ଶ

ହୃଦୟେ

ଆଣିଲ ଭୂକମ୍ପ

ମନେ ଗଜୁରୀ ଉଠିଲେ 

ମେଞ୍ଚାଏ ସୃଷ୍ଟି ମଗ୍ନ ଅଙ୍କୁରୋଦଗମ୍

ଦେହେ

ସବୁଜିମା ପାଟର ଓଢଣୀ

ସାଧବ ବୋହୁ ଟିକିଲି ମଥାରେ

ମୁହଁରେ ଇଦ୍ରଧନୁ ଫାଉଣ୍ଡେସନ୍

ଆଖିରେ ବିଜୁଳି

ସ୍ୱପ୍ନ ଆକାଶେ

ମେଘ ମହ୍ଲାର।


ଆଶାର ଫଳ,ଫୁଲ

ମୂର୍କି ହସିଲେ

ପ୍ରେମ ଉତୁରି ପଡିଲା

ଦେହଳିରୁ

ବିଛେଇ ପଡିଲା ମେଘୁଆ ଖରା

ଛୁଇଁ ଦେଲା

ଆଦ୍ୟ ଆଷାଢ଼ର ପ୍ରଥମ

ବରଷା ଟୋପା ମାଟି ଦେହ

ବାସ୍ନାୟିତ 

ମନ ପ୍ରାଣ ଭିଜା ଭିଜା ଗନ୍ଧେ।


ଆଃ କି ବାସ୍ନା

ସମ୍ମୋହନ

ତନ୍ଦ୍ରା ବିଭୋର

ଝର୍କା ସେ ପାଖ ରଂଗଣି

ଜହ୍ନିଫୁଲ

କଦମ୍

ବ ,ଅଗସ୍ତି

ହସନ୍ତି ଲାଜୁଆ ହସ

ଝିଙ୍କାରୀ ଗାଏ ମନ ଫୁଲାଣିଆ ଗୀତ।


ବେଙ୍ଗ ରାଜା ସାରୁ ଗଛ ମୂଳେ

ଛତୁ ଛତ୍ରୀ

ବିଲୁଆ ନନା

ବାହାଘର

କାଗଜ ଡଙ୍ଗାର 

କୋମଳ ଜିଜ୍ଞାସା

ପକ୍ଷିଆ,ଛତା 

ସଜ ହେଉଥିଲେ

ଯିବେ ଗାମୁଛା ଭିଡା ମୁଣ୍ଡ ସାଥେ।


ପ୍ରିୟା ପ୍ରାଣେ ନିଆଁ

ଭିଜା ମାଟି ଗନ୍ଧେ ମତୁଆଲା

ବିରହ ବିଦଗ୍ଧ

ଖୋଜେ ପ୍ରବାସୀ ପ୍ରିୟ ସଙ୍ଗ

ବର୍ଷା ତୁମେ ଫୁଲେଇ

କୁତୁକୁତୁ କର

ଚିଠି ନିଏ ମେଘ

ଫୋନ୍

ହ୍ଵାଟସ ଆପ ସାରା ରାତି ଅନିଦ୍ରା

ଦୁଇ ପ୍ରାଣ

ଆଉଟା ହୁଅନ୍ତି

ପ୍ରେମ କଟେଇରେ

ତୁମରି ଭିଜା ଗନ୍ଧେ ଗୋ ମାଟି

'ସୃଷ୍ଟି' କିନ୍ତୁ ବିହ୍ଵଳ।


Rate this content
Log in