STORYMIRROR

Er. Bijaya Kumar Senapati

Others

3  

Er. Bijaya Kumar Senapati

Others

ତୁ ଯିବା ପରେ

ତୁ ଯିବା ପରେ

1 min
27K


ତୋତେ ସେ ଅଧ ଆଣ୍ଠୁଏ ପାଣିରେ

ଉଝେଇ ଦେଇ ଆସିବା ପରେ

ପ୍ରତି ଥର ମୁଁ ନିଜେ ନିଜକୁ ଧିକ୍କାରେ ,

ଉଡୁଥିବା ଛିଣ୍ଡା ଜରି ଓ କାଗଜ ଟୁକୁଡା

ଦେଖୁ ଦେଖୁ ଛାତି ଫାଟିଯାଏ

ଶୂନ୍ ଶାନ୍ ମେଳନ ଦାଣ୍ଡରେ,

ସତ ଲାଗେ ଜାଣେ ନାହିଁ

ଏ କଥାଟି କାହାର ?

"ମାଆ ନାହିଁ ଯାହାର

ସାହା ନାହିଁ ତାହାର ।"

ତୁ ଥିଲୁ ବୋଲି ତ ବାଜୁଥିଲା ଶଂଖ ଓ ମହୁରୀ

ତୁ ଥିଲୁ ବୋଲିତ ଧୂପ ଦୀପ ନୈବେଦ୍ୟରେ

ମହମହ ବାସୁଥିଲା ଏ ସର୍ବ ନଗରୀ,

ତୋ ପାଇଁ ତ ଭୋଗ ଯାକ ଆମେ ହିଁ ଖାଇଲୁ

ନାଁ ଖାଲି ତୋର ଥିଲା ଆମେ ସବୁ ମିଳିମିଶି

ଏୈଶ୍ବର୍ଯ୍ୟକୁ ଉପଭୋଗ କଲୁ,

ତୁ କେବେ ମାଗିନୁ କି

କିଛି ବି ନ ନେଲୁ,

"ଦେବୀ ତୁହି ଦେବା ପାଇ, ମୈର୍ତ୍ତ୍ୟେ ଆସିଥିଲୁ

ଆଶିଷ ବରଷି ଦେଇ,ଚାହୁଁ ଚାହୁଁ ମେଲାଣି ମାଗିଲୁ " ।

ତୁ ଥିଲୁ ବୋଲି ଆମେ ରଙ୍ଗରଙ୍ଗି ଦିଶୁଥିଲୁ

ଚକ୍ ଚକ୍ ସର୍ବେ ନୂଆ ନୂଆ,

ତୁ ଥିଲୁ ବୋଲି ଦୁଃଖ ଗ୍ଲାନି କ୍ଳେଶ ଶୋକ ହଟିଥିଲା

ନ ଥିଲା ବି ବିଷାଦର କାଳଗ୍ରାସି ଛାୟା,

ହର୍ଷୋନ୍ମୁଖୀ ପୃଥିବୀ ଯେ

କେତେ ହସୁଥିଲା,

"ତୋ ପାଇଁ ଏ ଦୁନିଆରେ କାନ୍ଦ ଯାକ ହସ ପରି ଶୁଣାଯାଉଥିଲା

ଯିବା ପରେ ହସର ଶବଦ ନାହିଁ,କାନ୍ଦ ଖାଲି କାନରେ ବାଜିଲା

ରାବଣ କି ମରିପାରେ,ଅମର ସେ ଆମେ ଯା’କୁ

ଛଣ ପାଳ ଗୋଟାଇ ଜାଳିଲୁ,

ମରିଲା ମରିଲା ଭାବି,ବାଣ ଓ ରୋଷଣୀ ଜାଳି

ବାଜା ପିଟି ଖୁସି ରେ ନାଚିଲୁ,

ସିଏତ ମରିଲା ନାହିଁ

ଆତ୍ମା ତାର ପଶିଗଲା କେତେକଙ୍କ ଦେହେ,

"ରାବଣ ମରିନି ଆମେ କହିଲେ ବି ବଞ୍ଚିଛି ସେ କହେ

ଲକ୍ଷ ଲକ୍ଷ ସୀତାଙ୍କୁ ହରି ଛାତିପିଟି ବାଟ ଚାଲୁଥାଏ ।"

ମହିଷା ମର୍ଦ୍ଦନ କେବେ ତୁହି କରିଥିଲୁ କେଉଁ କାଳେ

ଜେଜେ ମା କହୁଥିଲା ଗପରେ ଶୁଣିଛି,

ଏବେ ତୁ ଟିଣର ବର୍ଛା,କାଗଜର ଖଣ୍ଡା ହାତେ ଧରିଥିବା

ମେଢ ପରେ ନିଜେ ମୁଁ ଆଖିରେ ଦେଖିଛି,

ନାଁ ମରିଛି ମହିଷା ସେ

ନାଁ ଜଳିଲା କପଟି ରାବଣ,

ସମାଜରେ ମାଳମାଳ କାମୁକ ମହିଷାସୁର ଲୋଲୁପ ନୟନ

ଚାଲିଛି ବି ଛଦ୍ମବେଶୀ ରାବଣଙ୍କ ସୀତା,ମୀତା,ଗୀତାଙ୍କୁ ହରଣ ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍