STORYMIRROR

Er. Bijaya Kumar Senapati

Others

3  

Er. Bijaya Kumar Senapati

Others

ସେଇ ଜୋତା ହଳେ

ସେଇ ଜୋତା ହଳେ

1 min
834



କହିଥିଲ ଦେବବୋଲି ନୂଆଯୋତା ହଳେ

ପରୀକ୍ଷାରେ ମୁହିଁ ଭଲକଲେ,

ମୁଁ କିନ୍ତୁ ପରୀକ୍ଷାରେ ପ୍ରଥମ କି ଦ୍ବିତୀୟ ହେଲିନି

ହେଲେବି ତ ତୁମେ ମୋତେ କିଛି କହିଲନି

ହସିହସି ଦେଲ ମୋତେ ନୂଆଯୋତା ହଳେ

କେତେ ଶରଧାରେ ।


ଚେଷ୍ଟାକର ଚେଷ୍ଟାକର ଉଦ୍ଯମରେ ସବୁକିଛି ମିଳେ,

କହିଥିଲ ମୁଣ୍ତକୁ ଅାଉଁସି

ଦେଇଥିଲ ଚୁମା ଗୋଟେ ଗାଲରେ ମୋ, ତା ଛାପ ଯେ

ଛାତିରେ ମୋ ଆଜିଯାଏ ରଖିଛି ସାଇତି

ତୁମସେ ସେନେହ ବୋଳା ଡାକ ମୋର କାନରେ ଶୁଭୁଛି

ପାରିବା ପାରିବା ଦମ୍ଭ ମନେ ମୋ ଭରୁଛି ।


ପଚାରିଲ କେତେଥର ସେ ଯୋତା ଯେ

ମୋ ପାଦକୁ ମାନୁଛି କି ନାହିଁ ?

କେମିତି କହିବି ଅବା ତାକୁ ମୁଁ ତ

ଆଜିଯାଏ କେବେ ପିନ୍ଧିନାହିଁ !

ଯେମିତିକା ଦେଇଥିଲ ସେମିତିକା

ଏଯାଏ ମୁଁ ରଖିଛି ସାଇତି ।

ପରୀକ୍ଷା କୁ ଯିବାବେଳେ ତାକୁ ପରା

ପ୍ରଣମେ ମୁଁ ନିଜ ମୁଣ୍ତପୋତି ।


ସାଂଗମାନେ ଚିଡାନ୍ତି ମୋ କହୁଥାନ୍ତି ଇଏ

କାଳେ ମୋ ଅଂଧବିଶ୍ବାସ !

ପଚାରେ ମୁଁ ବିଗ୍ଯାନ କି ତିଆରିଛି କେଉଁ ଯନ୍ତ୍ର

ଆଣନ୍ତନି ମାପିବାକୁ ନିଜହାତେ

ନିଜର ବିଶ୍ବାସ !

ଯେତେଥର ତାକୁ ମୁହିଁ କରେ ଦଣ୍ତବତ

ଭଲମଣିଷ ମୁଁ ହେବି ବୋଲି ମନେମନେ

କରଇ ଶପଥ ।


ସେ ଯୋତାକୁ ପିନ୍ଧିବାକୁ ଆଉ ମୋତେ

କେବେ କହିବନି

ମୋ ପାଦ ଯେ ବଢିଗଲା,ସିଏଅଛି

ସେମିତି ବଢିନି ।

ମନ କହେ ଦିଅଁ ପାଶେ ରଖିତାକୁ

ନିତି ମୁଁ ପୂଜନ୍ତି !

ତୁମ ସ୍ନେହ ଶ୍ରଦ୍ଧା ରେଣୁ ମୋ ଦେହରେ

ନିତିନିତି ବୋଳିହେଉଥାନ୍ତି ।

@ବିଜୟ କୁମାର ସେନାପତି,ପୀରହାଟ,ଭଦ୍ରକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍