Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prashant Mohanty

Children Stories

3  

Prashant Mohanty

Children Stories

ତ୍ରିରଙ୍ଗା ବାନାକୁ ଉଡେଇ

ତ୍ରିରଙ୍ଗା ବାନାକୁ ଉଡେଇ

1 min
205


ଉଡ଼ି ଉଡ଼ି ଆମେ ବୁଲୁଛୁ

ସ୍ୱାଧୀନତା ଡେଣା ବାଡେଇ

ଗୋଲାମୀ ପଞ୍ଜୁରୀ ଭାଙ୍ଗିଛୁ

ଭାରତର ସୁନା ଚଢ଼େଇ

ଆମରି ଅନ୍ତରେ ଜଳୁଥିଲା ଖାଲି l

ମହା ସଂଗ୍ରାମର ନିଆଁ

ବିଲାତ ଶାସନ ଏ ଦେଶ ଉପରେ

ଚଲେଇବ କୁହ କିଆଁ

ଏକତାରେ ମିଶି ବାନ୍ଧି ହେଲୁ l

ଅଖଣ୍ଡତା ଆମ ଦେଖେ଼ଇଲୁ

 ଇଂରେଜ ବିରୋଧୀ ପୁଣି ହେଲୁ

 ବର୍ଷ ବର୍ଷ କଲୁ ଲଢେଇ

 ଉଡ଼ି ଉଡ଼ି l

ଫିରିଙ୍ଗି ଶାସନ ହେଲା ଉତ୍ପାଟନ

ସଂଗ୍ରାମର ନିଆଁ ଦେଖି

ଚିରଦିନ ପାଇଁ ଭାରତ ଛାଡିଲେ

ଆମ ହାତେ ଦେଶ ଟେକି l

ମନେ ଥିଲା ନବଜାଗରଣ

ପ୍ରାଣ ଦେଇ କରିଥିଲୁ ପଣ

ଅନ୍ତେ ଏ ମାଟି ହେଲା ସ୍ଵାଧୀନ

ତ୍ରିରଙ୍ଗା ବାନାକୁ ଉଡେଇ

 ଉଡ଼ି ଉଡ଼ି l

       

        

       



Rate this content
Log in