Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prashant Mohanty

Children Stories

4  

Prashant Mohanty

Children Stories

ମୋର ଗାଁ

ମୋର ଗାଁ

1 min
414


ସହର ଠାରୁ ବହୁ ଦୂରରେ

         ପାହାଡ ତଳେ ଗାଁ

ଯେଉଁ ମାଟିରେ ଜୀବନ ମୋର

    ଅମୁଣିଆ ସାହିତା ନାଁ l

ଯେବେ ମୁଁ ଆସି ପହଁଚି ଯାଏ

     ମୋ ଗାଁର ମୁଣ୍ଡରେ

ଆପଣା ଛାଏଁ ବାହାରି ଯାଏ

     ଗାଉଁଲି ଭାଷା ତୁଣ୍ଡରେ l

କଇଁ ପୋଖରୀ ସୁନ୍ଦର ଦିଶେ

     ହଳଦୀ ପଥର ତୁଠ

ସେଇଠୁ ଅଛି ଅନତି ଦୁରେ

     ସିଂହନାଥଙ୍କ ପୀଠ l

ବହି ବସ୍ତାନି ଧରି ପିଲାଏ

     ଚାହାଳୀ ଯାଆନ୍ତି ବାହାରି

ଭବିଷ୍ୟତ କୁ ଗଢି ତୋଳନ୍ତି

       ପାଠ ପଢାରେ ତାଙ୍କରି l

ଧାନ କ୍ଷେତରେ ସୁନା ଲହରୀ

       ଚାଷୀ ଭାଇଙ୍କ ହାତରେ

ସାରା ବିଶ୍ବକୁ ଖାଦ୍ୟ ଯୋଗାଇ

       ନିଜକୁ ରଖି ଭୋକରେ l

ଦୁର୍ଲ୍ଲଭ ଯେଉଁ ଘର ଚଟିଆ 

       ଆଜି ଏ ଦୁନିଆରେ

ମଧୁର ସୂରେ ଗୀତ ଗାଆନ୍ତି

       ଘର ମଥାନ ପରେ l

ଗାଁ ମେଳିଠୁ ଶକତି ନାହିଁ

       ସ୍ନେହ ମମତାରେ ବନ୍ଧା

ତା ପାଦ ତଳେ ନିତି ମୁଁ ଢାଳେ

       ମୋ ସମ୍ମାନ ସରଧା ll


Rate this content
Log in