STORYMIRROR

Prashant Mohanty

Children Stories

3  

Prashant Mohanty

Children Stories

ମୋର ସାଇକେଲ

ମୋର ସାଇକେଲ

1 min
223

ମୋର ଅଛି ସାଇକେଲ

ପରିବେଶ ପାଇଁ ଭଲ

ନିଆଁ ନାହିଁ କି ଧୂଆଁ ନାହିଁ

ବେଟରିର ବି ଲୋଡା ନାହିଁ

ଯିବ ସେ ଆଗକୁ ଆଗକୁ

ସୁଦୂର ପ୍ରସାରି ବାଟକୁ

ବସି ମାରିଲେ ପେଡାଲ

ମୋର ଅଛି ....

ରଖିବାରେ ତାକୁ ନାହିଁ ଚିନ୍ତା

ଖର୍ଚ୍ଚ ମାଗେ ନାହିଁ ସେ ଅଯଥା

ତା ଚକ ଲୋଡ଼େ ପବନ

ତା ଅଖକୁ ମାଗେ ସେ ତେଲ

ମୋର ଅଛି....

ତାକୁ ଚଳାଏ ମୁଁ ପ୍ରତିଦିନ

ମୋର ଭଲ ରଖେ ଦେହ ମନ

ବିନା ହେଲମେଟ

ବିନା ପେଟ୍ରୋଲ ଡିଜେଲ

ମୋର ଅଛି.....

ସତେ ସିଏ ମୋର ସାଙ୍ଗ ପରି

ତାକୁ ନେଇ ଯାଏ ସାଥେ ଧରି

ସିଏ ମୋର ଖୁସି

ମୋର ହାତେ ତା ହାଣ୍ଡେଲ

ମୋର ଅଛି.... 



Rate this content
Log in