STORYMIRROR

Jogeswar Majhi

Others

4.0  

Jogeswar Majhi

Others

ସରବ ସହଣୀ ମା

ସରବ ସହଣୀ ମା

1 min
1.0K


କି ଉପମା ଦେଇ ବର୍ଣ୍ଣିବି ତୁମକୁ

କିଛି ମୁଁ ଜାଣେନା

ତଥାପି ମୋର କବି ହୃଦୟ ନ

ବର୍ଣ୍ଣି ରହି ପାରେନା

ସରବ ସହଣୀ ଗରଭ ଧାରିଣୀ

ସେତ ମୋର ମାଆ

ତାହାକୁ କେମିତି ଭୁଲିବି ମୁଁ 

ତାରି ପାଇଁ ମୋର ନାଆ

ମାଆ ଠାରୁ ବଡ଼ ଦେବୀ କେହି

ସରଗ ରାଇଜେ ନାହିଁ

ତା ଆଶିଷ ସାହା ଏକା ସିନା

ବିପଦୁ ତରିବା ପାଇଁ

ଜନ୍ମ ବେଳୁ ଦେହେ ତୋ ଆଘାତ

କେତେ ନ ଦେଇଛି ମୁହିଁ

ପୁଅ ବୋଲି ସବୁ ଦୋଷ ଭୁଲି 

କ୍ଷମା କରି ଅଛୁ ତୁହିଁ

ସହି ଥିବୁ କେତେ ମୋ କ୍ରନ୍ଦନ

ଅଳି ଅରଦଳି କଳି

ନିତି ଅଭିମାନ କରେ ଟିକେ

ସେନେହ ପାଇବି ବୋଲି

ମୋରି ପାଇଁ କେତେ ଦିନ ରାତି

ଅନିଦ୍ରା ରହିଛୁ ତୁହିଁ

ସାତ ଜନମ ପାଇଁ ଧାର

ପରିଶୋଧ ଅକ୍ଷମ ମୁହିଁ

ସବୁବେଳେ କ୍ରନ୍ଦନ ଅଳି ଅରଦଳି

କଳି ମୋ ସହେ

ମୋରି ପାଇଁ ବେଳେ ବେଳେ 

ସୁମନୋହର ଗୀତ ସେ କହେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍